ପୁଅର ଆଖି ସାମ୍ନାରେ ଅନ୍ୟ ପୁରୁଷ ସହିତ ଫେରାର ହୋଇଗଲା ମା, କାମରୁ ଫେରିବା ପରେ ପୁଅ କଥା ଶୁଣି ବାପା ଆଶ୍ଚର୍ଯ୍ୟ

0

Get real time updates directly on you device, subscribe now.

ମୋବାଇଲରେ କଥା ହେଲା, ଆଉ ତାପରେ ଜଣଙ୍କ ସହିତ ବାରିପଟେ ଚାଲିଗଲା ।” ବାପାଙ୍କୁ ଧରି ପୁଅ ଏମିତି ରଡ଼ି ଛାଡି କାନ୍ଦିବାକୁ ଲାଗିଲା । ବାପା ଏସବୁ ଜାଣିବା ପରେ ବାପା ମଧ୍ୟ ଅନୁରୋଧ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଯୋଉଠି ବି ଅଛି, ସେ ତାଙ୍କ ପାଖକୁ ଫେରି ଆସୁ ।

ଆଜ୍ଞା ହଁ, ଦୁଇ ପିଲାଙ୍କୁ ଛାଡି ଜଣେ ମା ଅନ୍ୟ ପୁରୁଷ ସହିତ ଫେରାର ହୋଇଯାଇଛି । ବର୍ତ୍ତମାନ ଶାଶୁ ଏବଂ ସ୍ବାମୀ ନେହୁରା ହୋଇ ଆକୁଳ ନିବେଦନ କରିଛନ୍ତି । ସ୍ତ୍ରୀ ଯୋଉଠୀ ବି ଅଛି, ସେ ଫେରିଆସୁ । ଅତି କମରେ ଏଇ ଦୁଇ ପିଲା ପାଇଁ ମୋ ସ୍ତ୍ରୀ ଫେରିଆସୁ ବୋଲି ସ୍ବାମୀ ଅନୁରୋଧ କରିଛନ୍ତି ।

ସ୍ବାମୀ କହିଛନ୍ତି, ” ମୁଁ ବିବାହ ଆଗରୁ ପ୍ରେମ ସମ୍ପର୍କ ରଖିଥିଲି । ମୁଁ କାମକୁ ଯାଇଥିବା ସମୟରେ ଛୁଆପିଲାଙ୍କୁ ଛାଡ଼ି ମୋ ସ୍ତ୍ରୀ ମୋବାଇଲରେ କଥା ହୋଇ ଅନ୍ଧାରିଆ ସମୟରେ କାହା ସହ ପଳେଇ ଗଲା । ” ଏହାସହିତ ଶାଶୁ କହିଛନ୍ତି ଯେ ସେ ତ ଆଉ କୋଉ ପୁରୁଷ ସହିତ ପଳେଇ ଗଲା, କିନ୍ତୁ ମୁଁ ବହୁତ୍ ହଇରାଣ ହରକତରେ ଦୁଇ ପିଲାଙ୍କ କଥା ବୁଝି କାମ କରୁଛି ।

ଦୁଇ ପିଲାଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ମା ଫେରାର ହୋଇଯାଇଛି । ବର୍ତ୍ତମାନ ଏହି କୁନି କୁନି ପିଲା ମାର ଆସିବା ବାଟକୁ ଚାହିଁ ବସିଛନ୍ତି । ସ୍ବାମୀ ଏବଂ ଶ୍ଵଶୁର ମହିଳାଙ୍କୁ ନିଜ ଘରକୁ ଫେରି ଆସିବାକୁ ଆକୁଳ ନିବେଦନ କରିଛନ୍ତି । ତେବେ ଏପରି ଘଟଣା ଜଗତସିଂହପୁର ଜିଲ୍ଲା ରେଶମା ବ୍ଲକ ବାମଦେଇପୁର ପଞ୍ଚାୟତ କଣ୍ଟେଇନଳୀ ଗାଆଁରେ ଘଟିଛି ।

ଏଠାରେ ସ୍ବାମୀ ମାନସ କମ୍ପାନୀକୁ କାମ କରି ଯାଇଥିବା ସମୟରେ ସ୍ତ୍ରୀ ଏଭଳି କାଣ୍ଡ କରିଛନ୍ତି, ଯାହାକି ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁଯାୟୀ ସେମାନଙ୍କର ପ୍ରେମ ବିବାହ ହୋଇଥିଲା ଏବଂ ଏହି ବିବାହରୁ ତାଙ୍କର ଦୁଇଟି ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ନିଜ ପିଲାଙ୍କ ମୁହଁକୁ ନ ଚାହିଁ ସ୍ତ୍ରୀ ଦିପା ଅନ୍ୟ ପୁରୁଷ ସହିତ ଚାଲି ଯାଇଛନ୍ତି । ବର୍ତ୍ତମାନ ବୁଢ଼ା ବାପାମାଆ ଏବଂ କୁନି କୁନି ପିଲାଙ୍କ ସେବା କରିବାକୁ ବହୁତ୍ ଅସୁବିଧା ହେଉଥିବାରୁ ସ୍ବାମୀ ନେହୁରା ହେଉଛନ୍ତି ।

Leave A Reply

Your email address will not be published.