ତରକାରୀରେ ଭୁଲରେ ପଡ଼ିଗଲା ଅଧିକ ଲୁଣ? ତେବେ ଏହି ସହଜ ଉପାୟରେ କରିପାରିବେ ଲୁଣର ସ୍ୱାଦକୁ ବରାବର

0

Get real time updates directly on you device, subscribe now.

ତରକାରୀରେ ଭୁଲରେ ପଡ଼ିଗଲା ଅଧିକ ଲୁଣ? ତେବେ ଏହି ସହଜ ଉପାୟରେ କରିପାରିବେ ଲୁଣର ସ୍ୱାଦକୁ ବରାବର

କୁହନ୍ତି ଯଦି ସ୍ଵାଦିଷ୍ଟ ଖାଦ୍ୟ ସାମ୍ନାରେ ଥିବ ତେବେ ଭୋକ ନ ଲାଗୁଥିଲେ ମଧ୍ୟ ଭୋକ ଲାଗିଯିବ। ଦେଖାଗଲେ ବହୁତ ଲୋକ ଭଲ ଖାଇବାର ସୌକ ରଖନ୍ତି। ଏତିକି ନୁହେଁ ବରଂ କାହାରି ହୃଦୟର ରାସ୍ତା କରିବାର ଥିଲେ ଆଗ ପେଟର ରାସ୍ତାକୁ ଚୟନ କରାଯାଏ। ଏମିତିରେ ଯଦି କହାରିକୁ ଭଲ ରୋଷେଇ ଆସେ ତେବେ ସେ ଚୁଟକି ବଜାଇ ସହଜରେ ଜିତିପାରିବ। ଖାଇବା ତିଆରି କରିବା ସହଜ କାମ ଅଟେ କିନ୍ତୁ ଖାଇବା ତିଆରି କରିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ରଖିବାକୁ ପଡେ ନହେଲେ ସ୍ଵାଦ ଖରାପ ହୋଇଯାଏ। ଖାସ ଭାବରେ ଯଦି କୌଣସି ପରିବା କିମ୍ବା ପକୱାନରେ ଲୁଣ, ମସଲା ଅଧିକ ପଡ଼ିଯାଏ ତେବେ ଏହାର ଟେଷ୍ଟ ସମ୍ପୂର୍ଣ ରୂପରେ ଖରାପ ହୋଇଯାଏ। ଏମିତିରେ ଯଦି ଭୁଲରେ ଆପଣଙ୍କ ଦେଇ ପରିବା ତରକାରିରେ ଅଧିକ ଲୁଣ ପଡ଼ିଯାଏ ତେବେ ଆପଣ ନିଶ୍ଚିତ ଚିନ୍ତିତ ରହିବେକି ଆପଣ ବଳକା ଥିବା ପରିବା ତରକାରୀକୁ କେମିତି ଖାଇବେ? ଯଦି ଆପଣଙ୍କ ସହିତ ଏମିତି ହୁଏ ତେବେ ଏହି ଖାସ ଲେଖା ଆପଣଙ୍କ ପାଇଁ ଅଟେ କାରଣ ଏଠାରେ ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ଦେବାକୁ ଯାଉଛୁ ଯାହାର ସାହାଯ୍ୟରେ ଆପଣ ଭୁଲରେ ପରିବା ତରକାରୀରେ ଲୁଣର ସ୍ୱାଦକୁ କମ କରିପାରିବେ। ତେବେ ଆସନ୍ତୁ ଘରୋଇ ଉପାୟ ବିଷୟରେ ଜାଣିବା।

ଆଳୁ:-

ଏମିତି ବୋଧେ କୌଣସି ପରିବା ତରକାରୀ ଥିବ ଯେଉଁଥିରେ ଆଳୁ ବ୍ୟବହାର ହେଉନଥିବ। ଖାସ ଭାବରେ ଆଳୁ ଖାଇବା ବହୁତ ପସନ୍ଦ ଲାଗେ। ଛୋଟ ଛୋଟ କରି ଆଳୁ ବ୍ୟବହାର କରିଲେ କିମ୍ବା ଗ୍ରେଭି ଭଳି ଅନେକ ପରିବା ତରକାରୀ ଅଛି। ଏହା ବ୍ୟତୀତ କଣ ଆପଣ ଜାଣିଛନ୍ତିକି ଆଳୁ ଲୁଣର ପ୍ରଭାବକୁ ମଧ୍ୟ କମ କରିଦେଇପାରେ। ଯଦି ଆପଣ ପରିବା ତରକାରିରେ ଅଧିକ ଲୁଣ ପକାଇଦେଇଛନ୍ତି ତେବେ ଆପଣ ତାର ସ୍ୱାଦକୁ ବରାବର ରଖିବା ପାଇଁ ଆଳୁର କିଛି ଅଂଶ ଗ୍ରେଭିରେ ବ୍ୟବହାର କରିପାରିବେ। ଯାହାକି ଲୁଣକୁ ଭିତରୁ ଶୀଘ୍ର ଏବଜର୍ବ କରିଦିଏ। ଓ ଲୁଣର ପ୍ରଭାବକୁ କମ କରିଦିଏ।

ଅଟାର ଗୁଳା:-

ଯଦି ଗ୍ରେଭି ତରକାରୀରେ ଅଧିକ ଲୁଣ ପଡ଼ିଯାଏ ତେବେ ଆପଣ ଅଟାର ଗୁଳାକୁ ମଧ୍ୟ ବ୍ୟବହାର କରିପାରିବେ। ଆପଣ ତିନିରୁ ଚାରୋଟି ଗୁଳା ତିଆରି କରି ତରକାରୀରେ ବ୍ୟବହାର କରନ୍ତୁ। କିଛି ସମୟ ପରେ ଲୁଣର ପ୍ରଭାବ ଅଟା ଗୁଳା ମଧ୍ୟରେ ଆସିଯିବ ଓ ଆପଣଙ୍କ ତରକାରୀର ସ୍ଵାଦ ମଧ୍ୟ ନର୍ମାଲ ହୋଇଯିବ।

ଦହି:-

ଗ୍ରେଭି ଥିବା ପରିବା ତରକାରୀରେ ଯଦି ଅଧିକ ଲୁଣ ପଡ଼ିଯାଏ ତେବେ ଆପଣ ଦହି କିଛି ମିସାଇଦେଲେ ଲୁଣର ପ୍ରଭାବ କମ ହୋଇଯାଏ। ଓ ଆପଣ ନିଜର ତରକାରୀକୁ ଖାଇପାରିବେ।

କ୍ରିମ:-

ଦହି କରି କ୍ରିମ ମଧ୍ୟ ପରିବା ତରକାରୀ ପାଇଁ କାରିଗର ଅଟେ। ଲୁଣର ପ୍ରଭାବକୁ କମ କରିବା ପାଇଁ ଆପଣ ୨-୩ ଚାମଚ କ୍ରିମ ବ୍ୟବହାର କରି ତରକାରୀର ସ୍ୱାଦକୁ ଠିକ କରିପାରିବେ। ଯାହାଫଳରେ ଆପଣଙ୍କର ତରକାରୀ ଆହୁରି ସ୍ଵାଦିଷ୍ଟ ଲାଗିବ ଓ ପିଲାମାନେ ମଧ୍ୟ ଖୁସି ହୋଇ ଖାଇବେ।

ଲେମ୍ବୁ:-

ଯଦି ଆପଣଙ୍କର ତରକାରୀ ଗ୍ରେଭି ନୁହେଁ, ତେବେ ଆପଣ ଲେମ୍ବୁୁର ରସକୁ ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କ ପରିବା ତରକାରିର ଲୁଣ ଠିକ ରହିବ। ଓ ତରକାରୀ ସ୍ଵାଦିଷ୍ଟ ମଧ୍ୟ ଲାଗିବ।

ବେସନ:-

ଶୁଖିଲା ତରକାରୀରେ ଅଧିକ ଲୁଣ ପଡିଗଲେ ଓ ଏହାର ପ୍ରଭାବକୁ କମ କରିବା ପାଇଁ ବେସନ ବହୁତ ଲାଭଦାୟକ ଅଟେ। ଏଥିପାଇଁ ଆପଣ ତରକାରୀରେ ଦୁଇରୁ ତିନି ଚାମଚ ବେସନ ବ୍ୟବହାର କରିପାରିବେ। କିଛି ସମୟ ପର୍ଯ୍ୟନ୍ତ ତରକାରୀକୁ ଏମିତି ରହିବାକୁ ଦିଅନ୍ତୁ, କିଛି ସମୟ ପରେ ଏହାର ସ୍ଵାଦ ନର୍ମାଲ ହୋଇଯିବ। ଆପଣ ତରକାରୀକୁ ଖୁସି ହୋଇ ଖାଇପାରିବେ।

Leave A Reply

Your email address will not be published.