BSNLର ଦମଦାର ପ୍ଲାନ,ମାତ୍ର ୧୯ ଟଙ୍କା ରିଚାର୍ଜ କରି ମନ ଇଚ୍ଛା କଥା ହୁଅନ୍ତୁ ୧ ମାସ

0

Get real time updates directly on you device, subscribe now.

ଆପଣମାନେ ସମସ୍ତେ ଜାଣିଥିବେ ଗତବର୍ଷ ଟେଲିକମ କମ୍ପାନୀ ଗୁଡିକ ପ୍ଲାନ୍ ଗୁଡିକୁ ବହୁତ ମହଙ୍ଗା କରିଥିଲେ। ଏହା ଦ୍ୱାରା ଯେଉଁମାନେ ଦୁଇଟି ସିମ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ସିମ୍ କୁ ଆକ୍ଟିଭେଟ୍ କରି ରଖିବା ବହୁତ ମହଙ୍ଗା ହୋଇ ପଡୁଛି। କାରଣ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମକୁ ପ୍ରାୟ ସମୟରେ ବ୍ୟବହାର କରିନଥାନ୍ତି। ତେଣୁ ଅନେକ ସମୟରେ ସେମାନଙ୍କର ଉକ୍ତ ସିମ ଡିଆକ୍ଟିଭେଟ୍ ହୋଇଯାଇଥାଏ । ତେବେ ନିକଟରେ ଏକ ନୂଆ ପ୍ଲାନ୍ ଲଞ୍ଚ କରାଯାଇଛି। ମାତ୍ର ୧୯ ଟଙ୍କାରେ ଆପଣଙ୍କ ସିମ ମାସ ସାରା ଆକ୍ଟିଭେଟ୍ ରହିବ।

ଏ ବାବଦରେ ବିଏସଏନଏଲ ୧୯ ଟଙ୍କାର ଯୋଜନା ଆରମ୍ଭ କରିଛି। ଏହି ଯୋଜନା ସହିତ, ସିମ୍ କୁ ୩୦ ଦିନ ଆକ୍ଟିଭ ରଖାଯାଇପାରିବ । ଅନ୍ୟପକ୍ଷରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନର ସିମ ଆକ୍ଟିଭ ରହିବା ପାଇଁ ୫୦ରୁ ୧୨୦ ପର୍ଯ୍ୟନ୍ତ ଟଙ୍କାର ରିଚାର୍ଜ କରିବାକୁ ପଡ଼ିଥାଏ । ତେବେ ଏହି ପ୍ଲାନ ୪ଜି ନେଟୱାର୍କ ସଂଯୋଗ ସହିତ ଆସୁଛି । ଖବର ଅନୁଯାୟୀ, ଅଗଷ୍ଟ ୧୫ ରେ ଭାରତରେ ବିଏସନାଲ୍ ର 4G ନେଟୱାର୍କ ଲଞ୍ଚ ହେବ। କିନ୍ତୁ ଯଦି ଆପଣ କେବଳ ନମ୍ବରକୁ ଆକ୍ଟିଭ ରଖିବାକୁ ଚାହାଁନ୍ତି, ତେବେ ୧୯ ଟଙ୍କା ରିଚାର୍ଜ ପ୍ଲାନ ଏଥିପାଇଁ ସର୍ବୋତ୍ତମ ଅଟେ। ବିଏସନାଲ୍ ର ୧୯ ଟଙ୍କା ଯୋଜନାରେ ଉପଲବ୍ଧ ସୁବିଧା ବିଷୟରେ ଆମେ ଆପଣଙ୍କୁ କହୁଛୁ ।

ବିଏସନାଲ୍ ର ଏହି ପ୍ଲାନର ବୈଧତା ୩୦ ଦିନ ଅଟେ ।କମ୍ପାନୀ ଏହି ଯୋଜନାକୁ VoiceRateCutter_19 ନାମିତ କରିଛି । ଏହି ରିଚାର୍ଜରେ ଅନ୍-ନେଟ୍ ଏବଂ ଅଫ୍-ନେଟ୍ କଲ୍ ହାର ପ୍ରତି ମିନିଟରେ ୨୦ ପଇସା ହୋଇଯାଏ ।ତେବେ ଏହି ପ୍ଲାନରେ ୟୁଜର୍ସ କୌଣସି ଡାଟା ପ୍ଲାନ ବା ବାଲାନ୍ସ ପାଇବେ ନାହିଁ । ଏଥିରେ ଆପଣଙ୍କୁ ସମସ୍ତ ସେବା ଓ ଇନକମିଂ କଲ ସୁବିଧା ରହିବ । ଯଦି ଆପଣମାନେ ଏକ ବର୍ଷ ପାଇଁ ଏହି ପ୍ଲାନ ନେବାକୁ ଚାହିଁବେ ତେବେ ୨୨୮ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ।

Leave A Reply

Your email address will not be published.