୧୪ ଜିଲ୍ଲାରେ ପ୍ରବଳ ବର୍ଷା !

0

Get real time updates directly on you device, subscribe now.

ସାରା ରାଜ୍ୟକୁ ମୌସୁମୀ ଛୁଇଁଲା। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ଛୁଇଁବା ଫଳରେ ରାଜ୍ୟରେ ୮୧ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି।ପାଣିପାଗ ବିଭାଗ କହିଛି ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ନିଂ ଜାରି କରାଯାଇଛି। ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ଏହି ୧୪ ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ରହିଛି। ମୌସୁମୀଜନିତ ବର୍ଷାର ୬ଦିନିଆ ଭରଣ ପରେ ରାଜ୍ୟରେ ୩୨ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ପ୍ରବଳ ବର୍ଷା ଦେଖି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସଆରସି ସୂଚନା ଦେଇଛନ୍ତି।

ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ବିଷୟରେ ସେ କହିଛନ୍ତିକି, ଆମେ ବିଗତ ୬ଦିନ ଧରି ବର୍ଷା ପାଇଛୁ। କିନ୍ତୁ ସେ ବର୍ଷା ଆମେ ଅପରାହ୍ନ ସମୟରେ ହୋଇଛି ଯାହାକି ବିଜୁଳୀ ଓ ଘଡଘଡି ଜନିତ ବର୍ଷା ଅଟେ। ଆସନ୍ତାକାଲିଠାରୁ ହୁଏତ ବଙ୍ଗୋପସାଗରରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ଯାହାଫଳରେ ବର୍ଷା ସାମାନ୍ୟ ଭଲ ମିଳିପାରେ। ଆମର ଜୁନ ମାସରେ ଥିବା ୨୦୦ ମିଲିଲିଟର ବର୍ଷାର ରେକର୍ଡ ହୁଏତ ପୂର୍ଣ୍ଣ ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ।

Leave A Reply

Your email address will not be published.