ମଥା ଅଛି ମାନେ ମୁଣ୍ଡ ବଥା ଅଛି। ସେମିତି ପ୍ରେମ ଅଛି ମାନେ ମଥା ପାଇଁ ସିନ୍ଦୁର ଅଛି। ମୁଣ୍ଡ ବଥା କାହା ପାଇଁ ତୋ ଆଉ କାହା ପାଇଁ ସାତ ଜନ୍ମର ସିନ୍ଦୂର ହେଉଛି ମଥା। ଯେଉଁଥିରେ ସିନ୍ଦୁର ଆଙ୍କିଦେଲା ପରେ ହୋଇଯାନ୍ତି ସାତ ଜନ୍ମର। ପ୍ରେମ କଣ ଆଜ୍ଞା ଗଛରେ ଫଳେ କି? ଦୁଇ ମଣିଷ ମିଶିଲେ ପ୍ରେମ ହୁଏ। ସେଦିନ ବର୍ଷାକୁ ମେଡିକାଲ ଆଣୁଥିଲେ ଟୁଙ୍ଗୁରୁ ଭୋଳ ନିଜ ଅଟୋରେ ବସାଇ। ବଧେ ଟୁଙ୍ଗୁରୁ ଅଟୋରେ ବସାଇ ବର୍ଷାଙ୍କୁ ଇମପ୍ରେସ କରିଦେଇଥିଲେ। ବର୍ଷା ମଧ୍ୟ ତାଙ୍କର ଏହି ରଙ୍ଗ ଢ଼ଙ୍ଗ ଦେଖି ଫିଦା ହୋଇଯାଇଥିଲେ। ଫରକ ପଡ଼ିନଥିଲା ତାଙ୍କର ସ୍ବାମୀ ଅଛି କି ତାଙ୍କର ଦୁଇଟି ଛୁଆ ଅଛି। ଇଏ ହେଉଛି ପ୍ରେମ, ବୟସକୁ ଖାତିର କଳା ନାହିଁ କି ସ୍ବାମୀ, ପିଲା ଛୁଆଙ୍କୁ ମଧ୍ୟ ଖାତିର କରିଲା ନାହିଁ।
ଟୁଙ୍ଗୁରୁ ବର୍ଷାକୁ ମେଡିକାଲ ଆଣିବା ବେଳେ ଗୋଟିଏ କ୍ଷଣ ଇମପ୍ରେସ କରିବାକୁ ପଛାଇ ନଥିଲା। ସେ ବର୍ଷାକୁ ଗୋଲାପ ଦେଇଥାଏ। ଟୁଙ୍ଗୁରୁର ଏଭଳି ହାବ ଭାବି ଦେଖି ବର୍ଷାଙ୍କର ଛାତି କୁଣ୍ଢେ ମୋଟ। ବର୍ଷା ଏଥିରେ ନିଜର ସ୍ୱାମୀଙ୍କୁ ଦେଇଥିବା ନିଜର ପ୍ରତିଶ୍ରୁତିକୁ ମଧ୍ୟ ଭୁଲିଗଲେ।
କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛିକି ଟୁଙ୍ଗୁରୁ ବର୍ତ୍ତମାନ ଆଉ ଏକ ଝିଅକୁ କୋର୍ଟରେ ବିବାହ କରିଛନ୍ତି। କିନ୍ତୁ ବର୍ଷାଙ୍କର ଜିଦ ହେଉଛିକି ସେ ଟୁଙ୍ଗୁରୁଙ୍କ ଛଡ଼ା ପୋଲିସ ଷ୍ଟେସନରୁ ଯିବେ ନାହିଁ। ସେ ଟୁଙ୍ଗୁରୁଙ୍କୁ ପୋଲିସ ଷ୍ଟେସନରେ ଅପେକ୍ଷା କରିଛନ୍ତି ଓ କହିଛନ୍ତିକି ଯଦି ଟୁଙ୍ଗୁରୁ ନ ଆସିବେ ତୋ ସେ ନିଜର ଜୀବନ ହାରିଦେବେ।