90 ବର୍ଷର ଶ୍ଵଶୁର ଲାଇସେନ୍ସପ୍ରାପ୍ତ ରାଇଫଲ ଦ୍ଵାରା ଗୁଳି କରି ବୋହୂର ନେଇଗଲା ଜୀବନ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ପାରିବାରିକ ବିବାଦ କାରଣରୁ 90 ବର୍ଷର ଶ୍ଵଶୁର ନିଜର 57 ବର୍ଷୀୟ ବୋହୂ ଉପରକୁ ରାଇଫଲ ଦ୍ଵାରା ଗୁଳି ମାରିଦେଲା । ବୋହୂର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା । ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିନେଲା ।

ଏହି ମାମଲା ବେହଟା ଗୋକୁଲ ଥାନା ଅଞ୍ଚଳର ସୈଦପୁର ଗାଁର ଅଟେ । ଏଠାରେ ରହୁଥିବା 90 ବର୍ଷୀୟ ଗଫୁରଙ୍କ ଦୁଇ ପୁଅ ଇରସାଡ ଏବଂ ଇକବାଲ ଅଛନ୍ତି । ପୋଲିସ ଅନୁଯାୟୀ, ଗଫୁରଙ୍କର
ନିଜ ଭଉଣୀ ସହିତ କିଛି ପାରିବାରିକ ଝଗଡା ହେଉଥିଲା । ଏହି ଝଗଡା ଇରସାଡଙ୍କ ସ୍ତ୍ରୀ ସୁଲେମା ନିଜ ଶ୍ଵଶୁରଙ୍କ ବିରୋଧରେ କିଛି ମନ୍ତବ୍ୟ ଦେଇଥିଲେ ।

ତାପରେ ଗଫୁରଙ୍କ ବୋହୂ ସୁଲେମାଙ୍କ ସହିତ ଗଫୁରଙ୍କର ଯୁକ୍ତିତର୍କ ହେବାକୁ ଲାଗିଲା । ଏହି ଯୁକ୍ତିତର୍କ ଏବଂ ଝଗଡା କାରଣରୁ ଗଫୁର ରାଗିଯାଇ ନିଜ ଲାଇସେନ୍ସପ୍ରାପ୍ତ ରାଇଫଲ ଦ୍ଵାରା ବୋହୂକୁ ଗୁଳି ମାରିଦେଲା । ସୁଲେମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।ଗୁଳି ଶବ୍ଦ ଶୁଣି ଲୋକମାନେ ଗଫୁରଙ୍କ ଘର ଆଡ଼କୁ ଦୌଡିଲେ ଏବଂ ପାଖ ବେହଟା ଗୋକୁଲ ଥାନା ପୋଲିସକୁ ସୂଚନା ଦିଆଗଲା । ଘଟଣାସ୍ଥଳରୁ ହିଁ ପୋଲିସ ଶ୍ଵଶୁରକୁ ଆରେଷ୍ଟ୍ କରିନେଲା ।

ଏହି ମାମଲାରେ ଏସିପି ରାଜେଶ୍ କହିଛନ୍ତି ଯେ ସୈଦପୂର୍ ଗାଁରେ ମଙ୍ଗଳବାର ଦିନ ଦ୍ବିପ୍ରହର ଗୋଟେ ତିରିଶ ମିନିଟ୍ ସମୟରେ ବୃଦ୍ଧ ଗଫୁର ପାରିବାରିକ ଝଗଡାରେ ନିଜ ଲାଇସେନ୍ସପ୍ରାପ୍ତ ରାଇଫଲ ଦ୍ଵାରା ନିଜ ବୋହୂ ସୁଲେମାକୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ବଶୁରକୁ ଗିରଫ କରାଯାଇଛି । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୋଲିସ ଝଗଡାର କାରଣ ଜାଣିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.