କେତେବେଳେ ପୋଲିସର କଲର ଧରୁଛି ତ ଆଉ କେତେବେଳେ ମାରୁଛି ଗୋଇଠା, ଦେଖନ୍ତୁ ମଦ ନିଶାରେ ଥିବା ଯୁବତୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

0

Get real time updates directly on you device, subscribe now.

ପୋଲିସର ଚାକିରି ସହଜ ହୋଇନଥାଏ । ସେମାନେ ସାଧାରଣ କର୍ମଚାରୀଙ୍କ ପରି ଛୁଟି ମଧ୍ୟ ପାଇନଥାନ୍ତି । ସେମାନେ ଦିନରାତି, ଏପରିକି ପର୍ବପର୍ବାଣୀରେ ମଧ୍ୟ ସର୍ବସାଧାରଣଙ୍କ ସେବାରେ ନିୟୋଜିତ ଥାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ସମ୍ମାନ ଦେବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ । ସେମାନଙ୍କୁ ସମ୍ମାନ ଦିଅନ୍ତୁ । ସେମାନେ କହୁଥିବା ନିୟମକୁ ପାଳନ କରିବା ଉଚିତ୍ । କିନ୍ତୁ କିଛି ଲୋକ ପୋଲିସ ସହିତ ମଧ୍ୟ ଅସଦାଚରଣ କରି ନିଜକୁ ହିରୋ ବୋଲି ଭାବନ୍ତି । କିନ୍ତୁ ବାସ୍ତବରେ ସେମାନେ ଜିରୋ ଅଟନ୍ତି ।

ଯୁବତୀ ନିଶାରେ କଲେ ପୋଲିସ ସହ ଅସଦାଚରଣ :-

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀଙ୍କୁ ଦେଖନ୍ତୁ । ଏହି ଯୁବତୀ ମଦ୍ୟପାନ କରି ପୋଲିସ ଅଧିକାରୀଙ୍କ ସହ ବହୁତ୍ ଖରାପ ବ୍ୟବହାର କରନ୍ତି । ବେଳେବେଳେ ସେ ପୋଲିସର କଲର ଧରୁଛନ୍ତି ତ ଆଉ କେତେବେଳେ ପୋଲିସକୁ ଗୋଇଠା ମାରିବାକୁ ମଧ୍ୟ ପଛାଉ ନାହାନ୍ତି । ଯୁବତୀଙ୍କ ଏହି ଅସଦାଚରଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ସମସ୍ତେ ଯୁବତୀଙ୍କୁ ନିନ୍ଦା ଏବଂ ଗାଳି କରୁଛନ୍ତି ।

ଏହି ଭାଇରାଲ୍ ଭିଡ଼ିଓରେ ଦେଖାଯାଇପାରେ ଯେ ପୋଲିସ ଜଣେ ଯୁବତୀଙ୍କ କାରକୁ ଅଟକାଇଛି । ଏହାଦ୍ବାରା ଯୁବତୀ ବହୁତ୍ ରାଗିଗଲେ । ଭିଡ଼ିଓରେ ଯୁବତୀଙ୍କ କଥା ତ ସୁଭାଯାଉ ନାହିଁ, କିନ୍ତୁ ତାଙ୍କ ବଡି ଲାଙ୍ଗୁଏଜ୍ ଦେଖି ଲାଗୁଛି ଯେ ସେ ପୋଲିସକୁ ଖୁବ୍ ଗାଳି କରୁଛନ୍ତି । ସେ ପୋଲିସ ଅଧିକାରୀଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତାଙ୍କ ଚୁଟି ଧରିବା ଠାରୁ ନେଇ ତାଙ୍କ ଉପରେ ଗୋଇଠା ମାରିବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟକଳାପ କରନ୍ତି ।

ଅସହାୟ ହୋଇ ସବୁକିଛି ସହି ଚାଲିଥିଲା ପୋଲିସ ବାଲା :-

ଯୁବତୀଙ୍କ ଏହି ସବୁ ଅସଦାଚରଣକୁ ପୋଲିସ ବାଲା ଚୁପଚାପ୍ ସହି ଚାଲିଥିଲା । ସେ ଯୁବତୀଙ୍କ ଉପରକୁ ହାତ ମଧ୍ୟ ଉଠାନ୍ତି ନାହିଁ । ବୋଧହୁଏ ସେ ମଧ୍ୟ ଜାଣିଛନ୍ତି ଯେ ସେ ଯଦି କିଛି କରିବେ, ତେବେ ଯୁବତୀ ଓଲଟା ତାଙ୍କ ଉପରେ କୌଣସି କେସ କରିବ । ଏହି ଭିଡିଓ କେବେର ଏବଂ କେଉଁ ସ୍ଥାନର ଅଟେ, ବର୍ତ୍ତମାନ ଏହାର କୌଣସି ସୂଚନା ମିଳିନାହିଁ । ଯୁବତୀ କେଉଁ କାରଣରୁ ପୋଲିସ ବାଲା ସହିତ ଝଗଡା କରୁଛି ଏହା ସ୍ପଷ୍ଟ ହୋଇନାହିଁ । ତେବେ ଯୁବତୀ ନିଶାରେ ଥିବାର ସନ୍ଦେହ କରାଯାଇଛି ।

ଏହି ଭିଡିଓକୁ ସର୍ବପ୍ରଥମେ ସାଗର କୁମାର ନାମକ ଜର୍ଣାଲିଷ୍ଟ ସେୟାର କରିଥିଲେ । ତାପରେ ଟୁଇଟରରେ ଆହୁରି ଅନେକ ଲୋକ ଏହାକୁ ସେୟାର କରିଥିଲେ । ସୀମା ରଷ୍ଟୋଗି @RestogiSeema ନାମକ ଟୁଇଟର ୟୁଜର ଏହି ଭିଡିଓ ସେୟାର କରି ଲେଖିଛନ୍ତି – ଆଉ ଗୋଟିଏ ପରୀର #VideoViral । ଦେଖନ୍ତୁ କିପରି ଜଣେ ପୋଲିସ ଅଧିକାରୀଙ୍କ ବର୍ଦିର କଲର ଧରି ଠିଆ ହୋଇଛି ଏବଂ ପୋଲିସ ବାଲା ଅସହାୟ ହୋଇପଡିଛି ।

Leave A Reply

Your email address will not be published.