ଆଉ କାହା ଛୁଆ ର ବାପା ମୁ କାହିଁକି ହେବି । ଅଭିଯୋଗ ଆଣିଲେ ନବ ବିବାହିତା ପୁରୁଷ

0

Get real time updates directly on you device, subscribe now.

ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । କିନ୍ତୁ ସ୍ବାମୀ ସ୍ତ୍ରୀ ହେଉ ବା ବନ୍ଧୁ ବାନ୍ଧବ , ଦୁଇ ଜଣ ଙ୍କ ସମ୍ପର୍କ ମଧ୍ୟରେ ତୃତୀୟ ଲୋକ ପଡ଼ିଲେ ସମ୍ପର୍କ ଟି ଭାଙ୍ଗିଯାଏ । ତେଣୁ ଅନ୍ୟ କାହାକୁ ସମ୍ପର୍କ ମଧ୍ୟରେ ଆଣିବା ଉଚିତ୍ ନୁହେଁ ।

ତେବେ ଏପରି ଏକ ଘଟଣା ର ପରିଣାମ କେତେଟା ଖରାପ ହୋଇଚି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏଠାରେ ସ୍ବାମୀ ସ୍ତ୍ରୀ ଙ୍କ ମଝିରେ ପଶିଚି ପେଟରେ ଥିବା ପିଲା ଟି । ତେବେ ପିଲାଟି କାହାର ବୋଲି ସ୍ବାମୀ ପ୍ରଶ୍ନ କରୁଚି ।

ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ରେ ମାତ୍ର ଦେଢ଼ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଚି ବୈଦିକ ରୀତିରେ । ହେଲେ କିଛି ଦିନ ତଳେ ସ୍ୱାମୀ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ୪ ମାସର ଗର୍ଭବତୀ ଅଛନ୍ତି । ତେବେ ଦୁଇ ମାସ ଭିତରେ ସ୍ତ୍ରୀ ଙ୍କ ପେଟ ରେ ଚାରି ମାସ ର ପିଲା କିପରି ଆସିଲା ବୋଲି ସେ ତାଙ୍କ ସ୍ତ୍ରୀ କୁ ପଚାରିଥିଲେ । ଏଇ କଥା ରେ ଶଶୁର ଘର ସହିତ ଅନେକ ଝଗଡ଼ା ହୋଇଚି ମଧ୍ୟ । ଏଇ କଥା ନେଇ ଅନେକ ତର୍କ ବିତର୍କ ହୋଇଚି । ତେବେ ଅନ୍ୟ ର ପିଲା ଙ୍କୁ ତାଙ୍କ ସ୍ବାମୀ କିପରି ନିଜ ପିଲା ଭାବେ ଗ୍ରହଣ କରନ୍ତେ । କିଛି ଦିନ ତଳେ ନବ ବିବାହିତା ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଥିପାଇଁ ସ୍ୱାମୀ ତାଙ୍କୁ ଡାକ୍ତରଖାନା ନେଇଥିଲେ ।

ସେଠାରେ ତାଙ୍କୁ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ । ସେ ୪ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ । ତେବେ ଜଣେ ସଂପର୍କୀୟଙ୍କ ମଧ୍ୟସ୍ଥିରେ ଏହି ବାହାଘର ହୋଇଥିଲା । ତାଙ୍କ ପତ୍ନୀ ଗର୍ଭବତୀ ଥିବା କଥା ତାଙ୍କ ବାପ ଘର ଲୋକେ ମଧ୍ୟ ଜାଣିଥିଲେ । କିନ୍ତୁ ସବୁ କିଛି ଜାଣି ବିବାହ ପୂର୍ବରୁ ସେମାନେ ବିଷୟରେ କିଛି କହି ନଥିଲେ କାହିଁକି । ସେ ଠକେଇର ଶିକାର ହୋଇଥିବା କଥା ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.