ଝିଅର ମସ୍ତିସ୍କ ବିକୃତ ହୋଇଥିବା କାରଣରୁ ଜନ୍ମକଲା ମା ପାଲଟିଗଲା ରାକ୍ଷସୀ । ଆଉ ହତ୍ୟା କଲା ଝିଅକୁ । ପୋଷ୍ଟମର୍ଟମ ପରେ ଜଣା ପଡ଼ିଲା ସତ୍ୟତା

0

Get real time updates directly on you device, subscribe now.

ଆଜ୍ଞା ହଁ ଦର୍ଶକବନ୍ଧୁ ଶୀର୍ଷକ ପଢ଼ି କଥାଟି ବିଶ୍ୱସଯୋଗ୍ୟ ହୋଇ ନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ ଭାବରେ ସତ । ସମୟ ବଦଳିବା ସହ ବଦଳୁଛି ସମାଜରେ ରହୁଥିବା ମଣିଷର ଚିନ୍ତାଧାରା । ଲୋକଙ୍କ ଭିତରେ ହଜି ଯାଉଛି ମଣିଷପଣିଆ । ନିଜ ସ୍ବାର୍ଥ ପାଇଁ କିଏ ପରିବାରର ପ୍ରିୟଜନଙ୍କୁ ମାରିଲାଣି ତ ଆଉ କିଏ ନିଜ ପିଲାଙ୍କୁ ବି ମାରିବାକୁ ପଛାଉନାହାନ୍ତି । ପୂର୍ବରୁ ପିଲାର କାନ୍ଦ ଶୁଣିଲେ ଜଣେ ମା’ ପିଲାଙ୍କୁ କୋଳେଇ ନେଇ ତାକୁ ଶାନ୍ତ କରୁଥିବା ବେଳେ ଏବେ ତା’ର ବିପରୀତ ଘଟୁଥିବା ଦେଖିବାକୁ ମିଳୁଛି ।

କଥାରେ ଅଛି ମା’ର କୋଳ ଓ ମା’ର ପଣତ ସବୁଠାରୁ ସୁରକ୍ଷିତ ସ୍ଥାନ । ସନ୍ତାନ ଓ ସନ୍ତତି ଯେତେବି ଅସୁବିଧାରେ ଥାଆନ୍ତୁ ନା କାହିଁକି ମା ସେମାନଙ୍କୁ ସବୁ ସମସ୍ୟାରୁ ଉଦ୍ଧାର କରିଥାଏ । ହେଲେ ସେହି ଜନ୍ମିତ ମା ଯେତେବେଳେ କୌଣସି କାରଣରୁ ରାକ୍ଷସୀ ପାଲଟେ ସେତେବେଳେ ଦୁନିଆରେ କେହି ହେଲେ ତା କବଳରୁ ରକ୍ଷା କରିପାରିବେ ନାହିଁ । ଏକଥା ଆମେ କହୁନାହିଁ ଏହି ଏକ ଘଟଣାରୁ ହିଁ ଜଣା ପଡିଯାଉଛି । ତେବେ ନିକଟରେ ଏଭଳି ଏକ ଛତିଥରା ଘଟଣା ସାମ୍ନାକୁ ଆସିଛି ଯେ ଝିଅ ବିକଳାଙ୍ଗ ହୋଇଥିବାରୁ ମାଆ ପାଲଟିଗଲା ରାକ୍ଷସୀ ଆଉ ମାରିଦେଲା ଝିଅକୁ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ତେବେ ମିଳିଥିବା ସୂଚନା ମୁତାବକ ଏଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ମୁମ୍ବାଇ ଅନ୍ଧେରୀରେ । ସାଧାରଣତଃ ପିଲା ବିକଳାଙ୍ଗ ହୋଇଥିଲେ ତାଙ୍କର ସମସ୍ତ ଦାୟିତ୍ଵ ନେବାକୁ ପଡ଼ିଥାଏ ବାପା ମାଙ୍କୁ । ତେବେ ଜଣେ ୧୯ ବର୍ଷୀୟା ଝିଅ ମାନସିକ ବିକୃତ ଥିବାରୁ ତାର ସମସ୍ତ କାର୍ଯ୍ୟ ତାର ମା କରୁଥିଲା । ହେଲେ ଦିନେ ପ୍ରତ୍ୟେକ ଦିନର ଝିଅ ସେବାରୁ ବିରକ୍ତ ହୋଇ ବେଲଟ୍ ରେ ଝିଅର ତଣ୍ଟି ଚିପି ହତ୍ୟା କରିଦେଲା ମା । ଆଉ ମାରିଦେବା ପରେ ତାହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ମା ଓ ବାପା ଦୁହେଁ ।

ହେଲେ ପୋଲିସ୍ ତଦନ୍ତ କରିବା ପରେ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଡାକ୍ତର ସ୍ପଷ୍ଟ କରିଥିଲେ । ତାପରେ ପଚରା ଉଚୁରା କରିବା ପରେ ବାପା ମାଁ ଦୁହେଁ ହତ୍ୟା କରିଥିବା ନେଇ ମାନିଥିଲେ । ଫଳରେ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସହିତ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.