ରାସ୍ତା ଉପରେ ଛିଡ଼ା ହୋଇ ରହିଥିବା ଗାଡ଼ି ଗୁଡ଼ିକର ଫୋଟ ଉଠାଇ ଛାଡ଼ିଲେ ଆପଣଙ୍କୁ ମିଳିବ 500 ଟଙ୍କା, ଗଡ଼କରୀ କହିଲେ ଏମିତି ମିଳିବ ଟଙ୍କା

0

Get real time updates directly on you device, subscribe now.

ସହରରେ ଲୋକେ ନିଜର ଗାଡ଼ି ଓ କାର ଗୁଡ଼ିକୁ ରାସ୍ତା ଉପରେ ଛିଡ଼ା କରିଦିଅନ୍ତି ଯାହାଦ୍ୱାରା ଲୋକାଙ୍କୁ ଏଥିରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବଢ଼ୁଥିବା ଯାନବାହନ ସହିତ ପାର୍କିଂ ସୁବିଧାରେ ମଧ୍ୟ ଅସୁବିଧା ନଜର ଆସିଛି। ଏହାଉପରେ କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଭୁଲ ପାର୍କିଂକୁ ନେଇ ଏହାଉପରେ ଜଲଦି ଆଇନ ବନାଯିବ। ଯଦି କୌଣସି ବ୍ୟକ୍ତି ଭୁଲ ଭାବରେ ପାର୍କିଂ ହୋଇଥିବା ଗାଡ଼ିର ଫୋଟ ଉଠାଇ ପଠାଉଛନ୍ତି ତାହେଲେ ତାଙ୍କୁ 500 ଟଙ୍କାର ପୁରସ୍କାର ରାଶି ମିଳିବ। ସରକାର ଜଲଦି ଏହାଉପରେ ଏକ ଆଇନ ଲାଗୁ କରିବାକୁ ଯାଉଛନ୍ତି। ସେହିପରି ଭୁଲ ଭାବରେ ପାର୍କିଂ କରିଥିବା ମାକିକଙ୍କୁ 1,000 ଟଙ୍କା ଜରିମାନା ଦେବାକୁ ହେବ। କେନ୍ଦ୍ରୀୟ ସଡ଼କ ପରିବହନ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି।

ଏକ କାର୍ଯ୍ୟକ୍ରମକୁ ସମ୍ବନ୍ଧିତ କରି ଗଡ଼କରୀ କହିଥିଲେ କି, ସେ ରାସ୍ତା ଉପରେ ଭୁଲ ଭାବରେ ପାର୍କିଂ କରାଯାଉଥିବା ଗାଡ଼ି ମାନଙ୍କ ଉପରେ ଏକ ଆଇନ ଲାଗୁ କରିବାକୁ ଯାଉଛନ୍ତି।

ଗଡ଼କରୀ ଏହା କହିଥିଲେ:-

କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ କି, ମୁଁ ଏକ ଆଇନ ଲାଗୁ କରିବାକୁ ଯାଉଛି ଯାହାକି ଯେଉଁମାନେ ରାସ୍ତାରେ ଭୁଲ ଭାବରେ ଗାଡ଼ି ପାର୍କିଂ କରୁଛନ୍ତି ସେମାନଙ୍କୁ 1,000 ଟଙ୍କା ଫାଇନ ଓ ଏହାର ଫୋଟ ଉଠାଇ ଦେଉଥିବା ବ୍ୟକ୍ତିଙ୍କୁ 500 ଟଙ୍କାର ପୁରସ୍କାର ରାଶି ଦିଆଯିବ।

ମନ୍ତ୍ରୀ ଏହିକଥା ଉପରେ ଦୁଃଖ ପ୍ରକାଶ କଲେ ଯେ ଲୋକମାନେ ନିଜର ଗାଡ଼ି ଗୁଡ଼ିକ ପାଇଁ ପାର୍କିଂ ସୁବିଧା ବନାଉ ନାହାଁନ୍ତି। ଯାହାଦ୍ୱାରା ସେ ନିଜର ଗାଡ଼ି ଗୁଡ଼ିକୁ ରାସ୍ତା ଉପରେ ଛିଡ଼ା କରିଦେଉଛନ୍ତି।

ଆଉ ଏକ ଅନ୍ଦାଜରେ ନିତିନ ଗଡ଼କରୀ କହିଥିଲେ, ନାଗପୁର ରେ ମୋ ରୋଷେଇୟା ପାଖରେ ଦୁଇଟି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ରହିଛି ଆଜି ଚାରି ସଦସ୍ୟ ପରିବାର ପାଖରେ ଛଅଟି କାର ରହିଛି। ଲାଗୁଛି ଦିଲ୍ଲୀ ଲୋକେ ବହୁତ ଭାଗ୍ୟଶାଳୀ ଅଟନ୍ତି। ଆମେ ତାଙ୍କର ଗାଡ଼ି ଛିଡ଼ା କରିବାପାଇଁ ରାସ୍ତା ବନାଇଛୁ।

Leave A Reply

Your email address will not be published.