ବ୍ୟକ୍ତିଜଣକ ତଳେ ଗଡି ଗଡି କଲେ ସିଜିନର ସବୁଠାରୁ ଖତରନାକ ନାଗିନ ଡାନ୍ସ, ତାର ଡାନ୍ସ ଦେଖି ଲୋକମାନେ ମଧ୍ୟ ହସି ହସି ଗଡ଼ିଗଲେ

0

Get real time updates directly on you device, subscribe now.

ଭାରତୀୟ ବିବାହ ବିନା ନାଚଗୀତରେ ଅଧୁରା ଲାଗେ । କେହି କେହି ଓଡ଼ିଆ ଗୀତରେ ନାଚନ୍ତି ତ ଆଉ କେହି ନିଜ ଗୀତରେ ଖୁବ୍ ଧମାଲ୍ କରନ୍ତି । ତେବେ ଏପରି ମଧ୍ୟ ଗୋଟିଏ ଗୀତ ଅଛି, ଯେଉଁ ଗୀତରେ ଅନେକ ବର୍ଷ ଧରି ଲୋକମାନେ ବିବାହରେ ନାଚି ଆସୁଛନ୍ତି । ତାହା ହେଉଛି ନାଗିନ ଡାନ୍ସ । ଏହା ଆମ ଦେଶର ପ୍ରାୟ ସବୁ ବିବାହରେ ଶୁଣିବାକୁ ମିଳିଯାଏ । ଏହି ଗୀତରେ ଡାନ୍ସ କରିବା ସମସ୍ତଙ୍କର ଅଲଗା ଅଲଗା ଷ୍ଟାଇଲ ରହିଥାଏ । ଏହା ସହିତ ଜଡିତ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯାହାକୁ ଦେଖିବାପରେ ଆପଣ ମଧ୍ୟ କହିବେ – ଏହା ଏହି ସିଜିନର ସବୁଠାରୁ ଖତରନାକ ନାଗିନ ଡାନ୍ସ ଅଟେ ।

ଭାଇରାଲ୍ ହେଉଥିବା ଏହି ଭିଡିଓ କୌଣସି ଏକ ଗାଁର ଅଟେ । ଯେଉଁଠାରେ ପେଣ୍ଡାଲ ବାହାରେ ରାସ୍ତାରେ ଜଣେ ବ୍ୟକ୍ତି ଗଡି ଗଡି ଡାନ୍ସ କରୁଥିବାର ଦେଖାଯାଉଛି । ଏହି ସମୟରେ ଆଖପାଖରେ ବସିଥିବା ଲୋକମାନେ ହସୁଥିବାର ଦେଖାଯାଉଛନ୍ତି ଏବଂ ଆଉ କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲରେ ଭିଡିଓ କରୁଛନ୍ତି । ଭିଡ଼ିଓରେ ଏହି ବ୍ୟକ୍ତି ନାଗିନ ଡାନ୍ସର ମ୍ୟୁଜିକରେ ନାଚୁଛି । ସେ ଏପଟେ ନା ସେପଟେ ଦେଖୁଛି, ଖାଲି ନିଜ ଇଚ୍ଛାରେ ନାଚି ଚାଲିଛି ।

ଏଠାରେ ଦେଖନ୍ତୁ ଭିଡିଓ :-

10 ସେକେଣ୍ଡର ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ତଳେ ଗଡି ଗଡି କୌଣସି ନାଗ ପରି କାର୍ଯ୍ୟକଳାପ କରୁଥିବାର ଦେଖାଯାଏ । ତାପରେ ଅଚାନକ ତାକୁ ବିନର ଶବ୍ଦ ଶୁଣାଯାଏ ଏବଂ ସେ ପାଗଳ ପରି ହୋଇଯାଏ । ତାକୁ ଦେଖି ଏପରି ଲାଗୁଛି ଯେପରି ତାକୁ ଭୂତ ଲାଗିଛି । ଏହି କଥାକୁ ଆପଣ ଏଥିରୁ ଅନୁମାନ କରିପାରିବେ ଯେ ବ୍ୟକ୍ତି ଜଣକ ସମସ୍ତଙ୍କୁ ଗୋଇଠା ମାରି ମାରି ତଳେ ପକାଉଥିବାର ଦେଖାଯାଉଛି । ଏହି କାରଣରୁ ତାକୁ ଦେଖିବାପରେ ଲୋକମାନେ ନିଜର ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି ।

Leave A Reply

Your email address will not be published.