64 ବର୍ଷୀୟ ଟ୍ରକ୍ ଡ୍ରାଇଭର ଫୁଟବଲ ସହିତ ଦେଖାଇଲେ ଏମିତି ଷ୍ଟଣ୍ଟ, ଭିଡିଓ ଦେଖି ଲୋକେ କହିଲେ – ଅଜାଙ୍କ ଭିତରେ କି ଟ୍ୟାଲେଣ୍ଟ ମ

0

Get real time updates directly on you device, subscribe now.

କୁହାଯାଏ ଯେ ବୟସ ତ ଗୋଟିଏ ସଂଖ୍ୟା ହିଁ ଅଟେ । ବ୍ୟକ୍ତି ନିଜର ଚିନ୍ତାଧାରା ଦ୍ଵାରା ବୁଢ଼ା ହୋଇଥାଏ । କିନ୍ତୁ ଯଦି ହୃଦୟରେ ଯୋସ ଏବଂ କିଛି କରିବାକୁ ଇଚ୍ଛା ଥାଏ, ତେବେ 60 ବର୍ଷ ବୟସ ପରେ ମଧ୍ୟ ମଣିଷ ସବୁକିଛି କରିପାରିବ । ବର୍ତ୍ତମାନ କେରଳର 64 ବର୍ଷୀୟ ଜେମ୍ସଙ୍କୁ ହିଁ ଦେଖନ୍ତୁ । ତାଙ୍କର ଆଜିକାଲି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଜେମ୍ସ ବୟସର ଏହି ପର୍ଯ୍ୟାୟରେ ପହଞ୍ଚି ମଧ୍ୟ କୌଣସି ପ୍ରଫେସନାଲ ପରି ଫୁଟବଲ ଖେଳୁଥିବାର ଦେଖାଯାଆନ୍ତି । ବର୍ତ୍ତମାନ ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ତାଙ୍କ ଉତ୍ସାହକୁ ସଲାମ କରୁଛନ୍ତି ।

ଇଚ୍ଛା ସବୁଠାରୁ ବଡ଼ ଜିନିଷ ଅଟେ । ବୟସ ମଧ୍ୟ ଆପଣଙ୍କୁ ଅଟକାଇ ପାରେନାହିଁ । 64 ବର୍ଷୀୟ ଜେମ୍ସ ହିଁ ଏହି କଥାକୁ ପ୍ରମାଣିତ କରିଛନ୍ତି । କୁହାଯାଉଛି ଯେ ଜେମ୍ସ ପ୍ରାୟତଃ ଯୁବକଙ୍କ ପରି ଫୁଟବଲ ଖେଳି ଫଟୋ ଉଠାଇଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଅଛି, ଯାହାକୁ ଲୋକମାନେ ମଧ୍ୟ ଖୁବ୍ ପସନ୍ଦ କରନ୍ତି ।

ଏହାସହିତ ଜେମ୍ସ ଅନେକ ଯୁବକଙ୍କ ପାଇଁ ପ୍ରେରଣା ମଧ୍ୟ ଅଟନ୍ତି । ବର୍ତ୍ତମାନ ପ୍ରଦୀପ ନାମକ ଜଣେ ଫ୍ରିଷ୍ଟାଇଲ ଫୁଟବଲର ସୋସିଆଲ ମିଡିଆରେ ଜେମ୍ସଙ୍କ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଫୁଟବଲ ସହିତ ଅଜବ ଷ୍ଟଣ୍ଟ କରୁଥିବାର ଦେଖାଯାଉଛନ୍ତି । ବର୍ତ୍ତମାନ ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଯେ ପ୍ରକୃତରେ ଲୁଙ୍ଗି ପିନ୍ଧିଥିବା ଏହି ବୃଦ୍ଧ ବ୍ୟକ୍ତି ଏପରି କେମିତି କରୁଛନ୍ତି ।

ଭିଡ଼ିଓରେ ଦେଖନ୍ତୁ ଫୁଟବଲ ସହିତ ବୃଦ୍ଧ ବ୍ୟକ୍ତିଙ୍କର ଚମତ୍କାର :-

ଭିଡ଼ିଓରେ ଜେମ୍ସ ଲୁଙ୍ଗି ପିନ୍ଧିଥିବାର ଦେଖାଯାଉଛି । ଯେଉଁମାନେ ଜେମ୍ସଙ୍କୁ ଜାଣିନାହାନ୍ତି, ସେମାନେ ଭାବିବେ ଯେ ବ୍ୟକ୍ତି ଜଣକ ଏମିତି ଫୁଟବଲ ଖେଳିବାକୁ ଠିଆ ହୋଇଛନ୍ତି । କିନ୍ତୁ ଏହି ବୃଦ୍ଧ ବ୍ୟକ୍ତି ନିଜ ସ୍କିଲ ଦେଖାଇବା ଆରମ୍ଭ କରନ୍ତି, ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରୁହନ୍ତି ।

ପ୍ରଦୀପ ଜେମ୍ସଙ୍କ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ଜେମ୍ସ 64 ବର୍ଷର ଅଟନ୍ତି ଏବଂ ଟ୍ରକ ଚଲାନ୍ତି । କିନ୍ତୁ ସେ ଫୁଟବଲକୁ ବହୁତ୍ ଭଲ ପାଆନ୍ତି । ଏହି କାରଣରୁ ସେ ନିଜ ଟ୍ରକରେ ସବୁବେଳେ ଫୁଟବଲ କିଟ ନେଇ ସାଥିରେ ଚାଲନ୍ତି । ସେ ଆଗକୁ ଲେଖିଛନ୍ତି, ଜେମ୍ସ ବାୟନାଡ ଫୁଟବଲ ଟିମର ମେମ୍ବର ମଧ୍ୟ ଥିଲେ । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ତାଙ୍କୁ ଫୁଟବଲ ସହିତ ଷ୍ଟଣ୍ଟ ଦେଖାଇବାକୁ ବହୁତ୍ ଭଲ ଲାଗେ ।

ଭାଇରାଲ୍ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 6 ଲକ୍ଷ 14 ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଏହାସହିତ ଏହି ଭିଡିଓକୁ ପ୍ରାୟ 46 ଲକ୍ଷରୁ ଅଧିକ ଲୋକ ଦେଖିଲେଣି । ଭିଡିଓ ଦେଖି ଅନେକ ୟୁଜର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇ କମେଣ୍ଟ କରୁଛନ୍ତି । ଅନେକ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.