ଟ୍ରାଫିକ ସିଗ୍ନାଲରେ ଅସୁବିଧାରେ ପଡ଼ିଗଲା ପିଲାଟି, ତାପରେ ମହିଳା ଯାହା କଲେ ତାହା ହୃଦୟ ଛୁଇଁନେବ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଏ ଦୁନିଆରେ ମାନବିକତା ନାମକ ଜିନିଷ ପ୍ରାୟ ଶେଷ ହୋଇଗଲାଣି । ଏହି ସ୍ୱାର୍ଥପର ଦୁନିଆରେ କେହି କାହାକୁ ସାହାଯ୍ୟ କରନ୍ତି ନାହିଁ । ଯଦି କେହି ଅସୁବିଧାରେ ଥିବ, ସେତେବେଳେ ଲୋକମାନେ ସାହାଯ୍ୟ କରିବା ବଦଳରେ ଭିଡିଓ ତିଆରି କରିବାକୁ ଲାଗନ୍ତି । ତେବେ ଏ ସମାଜରେ କିଛି ଭଲ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ମାନବିକତାକୁ ଜୀବିତ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହିତ ପରିଚିତ କରାଇବାକୁ ଯାଉଛୁ ।

ଆପଣମାନେ ଦେଖିଥିବେ ଯେ ଟ୍ରାଫିକ ସିଗ୍ନାଲରେ ପ୍ରାୟତଃ ଅନେକ ଗରିବ ପିଲା ଭିକ ମାଗୁଥିବାର କିମ୍ବା କୌଣସି ଜିନିଷ ବିକ୍ରି କରୁଥିବାର ଦେଖାଯାନ୍ତି । ଏହି ପିଲାମାନଙ୍କୁ ଅଧିକାଂଶ ଲୋକ ଅଣଦେଖା କରନ୍ତି । କିଛି ଲୋକ ତ ସେମାନଙ୍କ ଆଡ଼କୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା କେବଳ ଏହି ପିଲାକୁ ଦେଖିନଥିଲେ ବରଂ ଅସୁବିଧାରେ ତାକୁ ସାହାଯ୍ୟ ମଧ୍ୟ କଲେ । ବର୍ତ୍ତମାନ ମହିଳାଙ୍କର ଏହି ନିର୍ମଳ ହୃଦୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭାଇରାଲ୍ ଭିଡ଼ିଓରେ ଦେଖାଯାଏ ଯେ ଯେତେବେଳେ ମହିଳା ଜଣକ ଟ୍ରାଫିକ ସିଗ୍ନାଲରେ ଅଟକି ରହିଥିଲେ, ସେତେବେଳେ ସେ ଅସୁବିଧାରେ ପଡ଼ିଥିବା ପିଲାକୁ ଦେଖିଲେ । ସେହି ପିଲା ଆଖିରେ କିଛି ପଡ଼ି ଯାଇଥିଲା । ଏହି କାରଣରୁ ତାକୁ ବହୁତ୍ କଷ୍ଟ ହେଉଥିଲା । ଏପରି ପରିସ୍ଥିତିରେ ସେ ଟ୍ରାଫିକ ସିଗ୍ନାଲରେ ଠିଆ ହୋଇଥିବା ଗାଡି ମଧ୍ୟରେ ଜଣେ ମହିଳାଙ୍କ ଠାରୁ ସାହାଯ୍ୟ ମାଗେ । ଏହି ମହିଳା ଗୋଟିଏ ମୋଟରସାଇକେଲର ପଛ ସିଟରେ ବସିଥାନ୍ତି । ପିଲାଟି ମହିଳାଙ୍କ ପାଖକୁ ଯାଇ ତାଙ୍କୁ ନିଜ ଆଖିରେ ପଡିଥିବା ଅଳିଆ ପାଇଁ କଷ୍ଟ ହେଉଥିବା କଥା କହିଲା ଏବଂ ସାହାଯ୍ୟ ମାଗିଲା ।

ଏହା ଉପରେ ମହିଳା ଟିକେ ବି ଭାବନ୍ତି ନାହିଁ ଏବଂ ପିଲାଟିକୁ ସାହାଯ୍ୟ କରିବାକୁ ଲାଗନ୍ତି । ସେ ପିଲାଟିର ଆଖିରେ ଫୁଙ୍କି ଦେଇ କିଛି ବାହାର କରି ଦିଅନ୍ତି । ଏହାଦ୍ବାରା ପିଲାଟିକୁ ବହୁତ୍ ଆରାମ ଲାଗେ । ଏହାପରେ ମହିଳା ପିଲାଟିର ଗାଲକୁ ବହୁତ୍ ସ୍ନେହରେ ଗେଲ ମଧ୍ୟ କରନ୍ତି । ଏହି ପୁରା ଘଟଣାକୁ ଜଣେ ଅନ୍ୟ ବ୍ୟକ୍ତି ନିଜ ମୋବାଇଲରେ କ୍ୟାପଚର କରିନିଅନ୍ତି । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯିଏ ବି ଏହି ଭିଡିଓ ଦେଖୁଛି, ସେ ମହିଳାଙ୍କୁ ବହୁତ୍ ପ୍ରଶଂସା କରୁଛି ।

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓକୁ ଡାକ୍ତର ଅଜୟିତା ନାମକ ୟୁଜର ସେୟାର କରିଛନ୍ତି । ସେ ଏହି ଭିଡିଓକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ” ଦୟାବାନ୍ ହେବାକୁ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡେନାହିଁ ।” ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 15 ଲକ୍ଷରୁ ଅଧିକ ଭ୍ୟୁଜ ମିଳିଛି । ଏହି ଭିଡିଓ ବାଂଲାଦେଶର ବୋଲି କୁହାଯାଉଛି ।

Leave A Reply

Your email address will not be published.