ଲେହେଙ୍ଗା ପିନ୍ଧି ଝିଅମାନଙ୍କ ଠାରୁ ମଧ୍ୟ ଭଲ ନାଚେ ଏହି ପିଲା, ଐଶ୍ୱର୍ଯ୍ୟାଙ୍କ ଗୀତରେ କଲା ଜବରଦସ୍ତ ଡାନ୍ସ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଡାନ୍ସ କଲେ ମନ ଏବଂ ମସ୍ତିଷ୍କକୁ ଶାନ୍ତି ମିଳେ । ଅନେକ ଲୋକ ଡାନ୍ସ କରିବାକୁ ଖୁବ୍ ଭଲ ପାଆନ୍ତି । ହୋଇପାରେ ସେମାନେ ଭଲ ନାଚନ୍ତି କି ବେକାର । କିନ୍ତୁ ଡାନ୍ସ କରି ହୃଦୟକୁ ଗୋଟିଏ ଅଲଗା ଲେଭଲର ଖୁସି ମିଳିଥାଏ । ସେହିପରି ଯେଉଁମାନେ ଡାନ୍ସ କରନ୍ତି ନାହିଁ, ସେମାନେ ଡାନ୍ସ ଦେଖିକି ଭଲ ଅନୁଭବ କରନ୍ତି । ସାଧାରଣତଃ ଝିଅମାନେ ଝିଅ ଗୀତରେ ନାଚନ୍ତି । ସେହିପରି ଡାନ୍ସ ଷ୍ଟେପ ଦେଖାଇଥାନ୍ତି । ସେହିପରି ପୁଅମାନେ ପୁଅମାନଙ୍କ ଗୀତରେ ଅଧିକ ନାଚିଥାନ୍ତି ।

ଲେହେଙ୍ଗା ପିନ୍ଧି ଐଶ୍ୱର୍ଯ୍ୟାଙ୍କ ଗୀତରେ ଖୁବ୍ ନାଚିଲେ ଯୁବକ :-

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏ ଝିଅମାନଙ୍କ ଗୀତରେ ଡାନ୍ସ କରିଛନ୍ତି । କୌତୁହଳ କଥା ହେଉଛି ଯେ ତାଙ୍କ ଡାନ୍ସ ଷ୍ଟେପ ଏବଂ ଚେହେରାରେ ହାବଭାବ ଝିଅମାନଙ୍କ ଠାରୁ ମଧ୍ୟ ବହୁତ୍ ଭଲ ଥିଲା । ଏହି ଯୁବକ ଐଶ୍ୱର୍ଯ୍ୟାଙ୍କ ପପୁଲାର ଗୀତ ‘ ବରସୋ ସେ ମେଘା ବରସୋ’ ରେ ନାଚିଲେ । ଡାନ୍ସ ସମୟରେ ଯୁବକ ଜିନ୍ସ ଏବଂ ସର୍ଟ ଉପରେ ହିଁ ଲେହେଙ୍ଗା ପିନ୍ଧିଥିଲେ ।

ଏହି ଲେହେଙ୍ଗାକୁ ପିନ୍ଧି ଯୁବକ ପାଣିର ଫବ୍ବରେର ସାମ୍ନାରେ ‘ ବରସୋ ସେ ମେଘା ବରସୋ’ ରେ ଖୁବ୍ ନାଚିଲେ । ଝିଅ ଗୀତ ଏବଂ ଲେହେଙ୍ଗା ପିନ୍ଧିବା ସତ୍ତ୍ବେ ମଧ୍ୟ ତାଙ୍କୁ କୌଣସି ଅସୁବିଧା ନାହିଁ । ସେ ମନ ଖୋଲି ନାଚିଲେ । ବର୍ତ୍ତମାନ ତାଙ୍କର ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭଲ କଥା ଏହା ଯେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ବଦଳରେ ବହୁତ୍ ପ୍ରଶଂସା କରିଛନ୍ତି । କାରଣ ଯୁବକଙ୍କ ଭିତରେ ସତରେ ଗୋଟିଏ ଚମତ୍କାର ଟ୍ୟାଲେଣ୍ଟ ଅଛି । ସେ ବହୁତ୍ ଭଲ ଡାନ୍ସ ମୁଭ୍ କରନ୍ତି ।

ପ୍ରଫେସନାଲ ଡାନ୍ସର ଅଟନ୍ତି ଏହି ଯୁବକ :-

କୁହାଯାଉଛି ଯେ ଘାଘରା ପିନ୍ଧି ଡାନ୍ସ କରୁଥିବା ଏହି ଯୁବକଙ୍କ ନାମ ଜୟନିଲ ମେହେଟା ଅଟେ । ସେ ଜଣେ ପ୍ରଫେସନାଲ ଡାନ୍ସର ଅଟନ୍ତି । ଅନେକ ଷ୍ଟେଜ ଶୋ ମଧ୍ଯ କରିଛନ୍ତି । ତାଙ୍କୁ ନିଜ ଜେଜେବାପାଙ୍କ ଠାରୁ ଡାନ୍ସ କରିବାପାଇଁ ପ୍ରେରଣା ମିଳିଛି । ଜୟନିଲ ଡାନ୍ସ ମାମଲାରେ ଝିଅମାନଙ୍କୁ କଡା ଟକ୍କର ଦେଇଥାନ୍ତି ।

ଏହି ଭିଡ଼ିଓକୁ ନିଜେ ଜୟନିଲ ମେହେଟା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତାଙ୍କୁ ଇନ୍ଷ୍ଟାଗ୍ରାମରେ 1 ଲକ୍ଷ 47 ହଜାରରୁ ଅଧିକ ଲୋକ ଫୋଲୋ କରନ୍ତି । ଯଦି ଆପଣ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଦେଖିବେ, ତେବେ ଆପଣଙ୍କୁ ଏପରି ଅନେକ ଭିଡିଓ ଦେଖିବାକୁ ମିଳିବ । ଏହି ଭିଡିଓ ଦେଖି ଲୋକମାନେ ବହୁତ୍ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ଜଣେ ଯୁବକ ପାଇଁ ଏହିପରି ପରଫେକ୍ଟ ଝିଅମାନଙ୍କ ମୁଭ୍ କରିବା କୌଣସି ସହଜ କଥା ନୁହେଁ ।

Leave A Reply

Your email address will not be published.