Samsung ଆଣିଲା ଦହି ତିଆରି କରୁଥିବା ଫ୍ରିଜ, ବଞ୍ଚାଇବ ଲାଇନ୍ ବିଲ, ଫିଚର୍ସ ଜାଣିଲେ କିଣିବାକୁ ମନ ହେବ

0

Get real time updates directly on you device, subscribe now.

ସାମସଙ୍ଗ ନିଜର ବହୁତ ଲୋକପ୍ରିୟ କର୍ଡ ମ୍ୟାଷ୍ଟ୍ରୋ ଏବଂ ଡିଜି ଟଚ୍ କୁଲ୍ ଫ୍ରୀଜ ନୂତନ 2022 ରେଞ୍ଜ ଲଞ୍ଚ କରିବାର ଘୋଷଣା କରିଛି । ନୂତନ ରେଞ୍ଜରେ ସଂପୂର୍ଣ୍ଣ ରୂପେ ଭାରତ ପାଇଁ ନୂଆ ଡିଜାଇନ୍ ରହିଛି । ଦହି କରିବାରେ ଦୁନିଆର ପ୍ରଥମ ଫ୍ରିଜ କର୍ଡ ମ୍ୟାଷ୍ଟ୍ରୋ ବର୍ତ୍ତମାନ ବୁକେ ସିଲଭର ଏବଂ ମିଡ ନାଇଟ୍ ବ୍ଲାସମ ଡିଜାଇନରେ ଉପଲବ୍ଧ ହେବ । ବୁକେ ସିଲଭର ଡିଜାଇନରେ ଏକ ଷ୍ଟିଲ୍ ଫିନିଶ୍ ଉପରେ ଗୋଟିଏ ଫୁଲର ପ୍ୟାଟର୍ନ ଦିଆଯାଇଛି । ଖାଦ୍ୟକୁ ଠିକ୍ ରଖିବା ସହିତ ଖାଦ୍ୟ ତିଆରି କରୁଥିବା ଏହି ଫ୍ରିଜ ପ୍ରତିଦିନ ଦହି ତିଆରି କରିବା କଷ୍ଟରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା Samsung Curd Maestro ଏଵଂ Digi-Touch Cool Refrigerator ଫ୍ରିଜ ବିଷୟରେ…

ଟଚ କଲେ କାମ କରିବ :-

ରଙ୍ଗ ସହିତ ଡିଜି ଟଚ୍ କୁଲ୍ ସିଧାସଳଖ କୁଲ୍ ସିଙ୍ଗଲ୍ ଡୋର ରେଫ୍ରିଜରେଟରର 2022 ରେଞ୍ଜର ଫୁଲର ନୂତନ ପ୍ୟାଟର୍ନ – ଅର୍ଗନ୍ ଟ୍ରପିକାଲ୍ ଏବଂ ହାଇଡ୍ରେଞ୍ଜିଆ ପାଟର୍ନ ଉପଲବ୍ଧ ହେବ । ଅଧିକ ଷ୍ଟୋରେଜ୍ ସ୍ପେସ୍ ଏବଂ ସୁବିଧା ପ୍ରଦାନ କରୁଥିବା ଏହି ରେଫ୍ରିଜରେଟରଗୁଡ଼ିକ ପ୍ୟାଟେଣ୍ଟେଡ ଡିଜି ଟଚ କୁଲ 5-ଇନ -1 ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ଦ୍ଵାରା ଗ୍ରାହକଙ୍କୁ ଫ୍ରିଜର କବାଟ ଖୋଲିବା ବିନା କେବଳ ଟଚ୍ କରି ସେମାନଙ୍କ ରେଫ୍ରିଜରେଟର ସେଟିଂ ପରିବର୍ତ୍ତନ କରିପାରିବେ ଏବଂ ଥଣ୍ଡାକୁ ବଜାୟ ରଖିବା ସହିତ ବିଦ୍ୟୁତ୍ ବଞ୍ଚାଇ ପାରିବେ ।

Samsung Curd Maestro ଏଵଂ Digi-Touch Cool Refrigerator ର ମୂଲ୍ୟ :-

କର୍ଡ ମ୍ୟାଷ୍ଟ୍ରୋ ଏବଂ ଡିଜି ଟଚ୍ କୁଲ୍ ଫ୍ରିଜର 2022 ରେଞ୍ଜ ସବୁ ରିଟେଲ ଚ୍ୟାନେଲ ଏବଂ ସାମସଙ୍ଗର ଅଫିସିଆଲ୍ ଅନଲାଇନ୍ ଷ୍ଟୋର ସାମସଙ୍ଗ ସପରେ ଉପଲବ୍ଧ ହେବ । ଡିଜି ଟଚ୍ କୁଲ୍ ସିଙ୍ଗଲ ଡୋର ଫ୍ରିଜ ରେଞ୍ଜର ମୂଲ୍ୟ 18,690 ଟଙ୍କାରୁ ଏବଂ କର୍ଡ ମ୍ୟାଷ୍ଟ୍ରୋ ଫ୍ରାଷ୍ଟ ଫ୍ରିଜ ରେଞ୍ଜର ମୂଲ୍ୟ 27,990 ଟଙ୍କାରୁ ଆରମ୍ଭ ହେବ ।

କର୍ଡ ମ୍ୟାଷ୍ଟ୍ରୋ ଶୀଘ୍ର କରିବ ଦହି :-

ଦହି ଭାରତୀୟ ପରିବାରରେ ଗୋଟିଏ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ, କିନ୍ତୁ ଏହାକୁ ତିଆରି କରିବା କଷ୍ଟସାଧ୍ୟ ହୋଇଥାଏ । ସମୟ ସାପେକ୍ଷ ଏବଂ କଷ୍ଟସାଧ୍ୟ କାର୍ଯ୍ୟ, ଯାହାକି କର୍ଡ ମାଷ୍ଟ୍ରୋ ସହଜ କରିଥାଏ । ରେଫ୍ରିଜରେଟର 6.5 ରୁ 7.5 ଘଣ୍ଟାରେ ଦହି କରିଥାଏ । 6.5 ଘଣ୍ଟାରେ ପତଳା ଏବଂ 7.5 ଘଣ୍ଟାରେ ମୋଟା ଦହି ତିଆରି କରିଦିଏ ।

ଯେତେବେଳେ ଦହି ହାତରେ ତିଆରି କରାଯାଏ, ସେତେବେଳେ କ୍ଷୀରକୁ ସିଝେଇବାକୁ ପଡେ, ତା’ପରେ ଥଣ୍ଡା ହେବା ପରେ ଏଥିରେ ବାସି ଦହି ମିଶାଇବାକୁ ପଡେ, କିନ୍ତୁ କର୍ଡ ମାଷ୍ଟ୍ରୋ ଏଥିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ – ଫେମେଣ୍ଟେସନ ଅର୍ଥାତ୍ ନିଜେ ଦହି କରିଦିଏ । ଏହା କେବଳ ଦହି ତିଆରି କରିନାହିଁ ବରଂ ଏହାକୁ ଷ୍ଟୋର ମଧ୍ୟ କରିଦିଏ ।

Leave A Reply

Your email address will not be published.