ଆପଣ କାହାକୁ ଏକ ତରଫା ଭଲ ପାଉଛନ୍ତି କି ? ଯଦି ହଁ ତାହାଲେ ଆପଣଙ୍କୁ ଏହି ଟିପ୍ସ

0

Get real time updates directly on you device, subscribe now.

ଅନେକ ସମୟରେ ଆମେ ବହୁତ୍ ସମୟ ପାଖାପାଖି ରହିଲା ପରେ ମଧ୍ୟ,ପରସ୍ପରକୁ ଭଲ ଭାବେ ଜାଣିଲା ପରେ ମଧ୍ୟ ଯାହାକୁ ଭଲ ପାଇଥାଉ ତାକୁ ଆମେ ନିଜ ଆଡୁ ମୁହଁ ଖୋଲି କହିପରିନଥାଉ । ୟା ମାନେ ଆମେ ତାକୁ ଏକ ତରଫା ଭଲ ପାଇଥାଉ । ଯଦି ଆପଣମାନେ ମଧ୍ୟ ସେମିତି କାହାକୁ ଏକ ତରଫା ଭଲ ପାଉଛନ୍ତି,ତାହାଲେ ମଧ୍ୟ ଆପଣଙ୍କୁ କିଛି ଜିନିଷର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ବାସ୍ତବରେ ଭଲ ପାଉଥିବା ବ୍ୟକ୍ତି ଏହି କଥା ଗୁଡ଼ିକୁ ଅଣଦେଖା କରିଥାନ୍ତି ।

*ରିଲେସନସିପ ଟିପ୍ସ :-

ଆପଣମାନେ ବର୍ଷ ବର୍ଷ ଧରି ପାଖରେ ରହିଲା ପରେ ମଧ୍ୟ,ଏକାଠି ସମୟ ବିତାଇଲା ପରେ ମଧ୍ୟ,ଯଦି ଆପଣ ଏକତରଫା ଭଲ ପାଇବା ଅନୁଭବ କରୁଥାନ୍ତି ତାହାଲେ କିଛି ଗୁରୁତ୍ଵପୂର୍ଣ୍ଣ ଜିନିଷକୁ ଆପଣଙ୍କୁ ଧ୍ୟାନରେ ରଖିବା ପାଇଁ ପଡ଼ିବ । ଆଉ ଦମ୍ପତି ଏହି ସବୁ କଥାକୁ ଧ୍ୟାନରେ ନରଖି ବାରମ୍ବାର ସେହି ଭୁଲ୍ କୁ ଦୋହୋରାଉଥନ୍ତି,ଯାହା ସାମ୍ନା ଵାଲାର ମନକୁ କଷ୍ଟ ପହଞ୍ଚାଇଥାଏ । ଏପରି ପରିସ୍ଥିତିରେ, ଆମେ କହୁଥିବା ଏହି ଟିପ୍ସଗୁଡ଼ିକ ଆପଣଙ୍କ ସମ୍ପର୍କରେ ପ୍ରେମ ଓ ଆତ୍ମୀୟତା ବଜାୟ ରଖିବ । ଟିପ୍ସ ଗୁଡ଼ିକ ହେଲା ;

*ବାରମ୍ବାର ମେସେଜ :-

ଯେତେବେଳେ ଆପଣ କୌଣସି ବି ରିଲେସନରେ ଥାଆନ୍ତି,ତାହାଲେ ମନ ଚାହିଁବ କି ଆପଣ ବାରମ୍ବାର ସାମ୍ନା ବାଲାକୁ ମେସେଜ କରି ପଚାରିବେ,ତାର ଖବର ନେବେ,ଏଇଟା ସ୍ଵାଭାବିକ । ମାତ୍ର ଯଦି ସେହି ସମୟରେ ସାମ୍ନା ବାଲା ତରଫରୁ ଏମିତି ଫର୍ମଲିଟି ମେଣ୍ଟେନ ପାଇଁ ମେସେଜ ଆସୁଅଛି ତେବେ ଆପଣ ଆପଣଙ୍କ ସାଥିକୁ ବାରମ୍ବାର ମେସେଜ କରନ୍ତୁ ନାହିଁ । କାହିଁକି ନା ବାରମ୍ବାର ମେସେଜ କରିବା ଦ୍ୱାରା ଆପଣଙ୍କ ପ୍ରତି ସାମ୍ନା ବାଲାର ଇମ୍ପ୍ରେସନ୍ ଖରାପ୍ ଆସିପାରେ ।

*ଦିନକୁ କେବଳ ଥରେ କଲ୍ :-

ଇଚ୍ଛା ହଉଥିବ ସବୁବେଳେ ନିଜ ସାଥୀ ସହ କଥା ହବା ପାଇଁ,ମାତ୍ର ତାହା ସେ ସମୟରେ ନକରି ଦିନକୁ ଥରେ ମାତ୍ର କଲ୍ କରି ତାର ସୁବିଧା,ଅସୁବିଧା ବିଷୟରେ ପଚାରନ୍ତୁ । ବାରମ୍ବାର କଲ୍ କରିବା ଠାରୁ ଦୂରେଇ ରୁହନ୍ତୁ । କିଛି ସମୟ ତାକୁ ଏକା ଛାଡ଼ି ଦିଅନ୍ତୁ ।
ବେଳେବେଳେ ଏକାକୀ ରହି ଜଣେ ବ୍ୟକ୍ତି ନିଜେ ବହୁତ ଚିନ୍ତା କରେ ଓ ନିଜ ଚାରିପାଖରେ କଣ ହଉଚି ବୁଝିପାରେ । ଏପରି ପରିସ୍ଥିତିରେ, ତାକୁ କିଛି ସମୟ ଏକା ଛାଡି ଦିଅନ୍ତୁ, ଯାହାଫଳରେ ସେ ଆପଣ ଉଭୟଙ୍କ ସମ୍ପର୍କ ସହିତ ଜଡିତ ଜିନିଷ ପ୍ରତି ଧ୍ୟାନ ଦେଇ ପାରିବେ ।

*ନିଜ ନିଜ ମନକଥା ପରସ୍ପର ସହ ସେୟାର କରନ୍ତୁ :-

ବେଳେବେଳେ ଏପରି ହୋଇଥାଏ ଯେ ଅନେକ ଲୋକ ଚାହିଁ ମଧ୍ୟ ନିଜ ମନର କଥା ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହିପାରନ୍ତି ନାହିଁ । ଏପରି ପରିସ୍ଥିତିରେ, ସାଥୀଙ୍କୁ ତାଙ୍କ ମନ କଥା ସେୟାର କରିବାପାଇଁ ପ୍ରେରିତ କରନ୍ତୁ । ଯାହା ଫଳରେ ଦୁହେଁ ଦୂହିଙ୍କୁ ଭଲ ଭାବରେ ବୁଝିପାରିବେ ।

Leave A Reply

Your email address will not be published.