ଛାଡ଼ନ୍ତୁ ଏସି, ଘରକୁ ନେଇ ଆସନ୍ତୁ ଏହି ଫ୍ୟାନ, ପାଣି ଛିଞ୍ଚିବା ସହିତ ଦେବ ଏସି ପରି ଥଣ୍ତା ପବନ, ଦରକାର୍ ପଡ଼ିବ କମ୍ବଳ

0

Get real time updates directly on you device, subscribe now.

Water Sprinkler Fan Cool Like AC: ବର୍ତ୍ତମାନ ଚାରିଆଡ଼େ ଗରମ ହିଁ ଗରମ । ଯୁଆଡ଼େ ଗଲେ ବି ଗରମରେ ଦେହରୁ ଝାଳ ବାହାରି ପଡୁଛି । ଏତେ ଗରମରେ କୁଲର ମଧ୍ୟ କାମ କରୁନି । କେବଳ ଏସି ଗୋଟିଏ ଜିନିଷ, ଯାହା ଲୋକଙ୍କୁ ଆରାମ ପ୍ରଦାନ କରୁଛି । କିନ୍ତୁ ଏସି ଅଧିକ ଦାମ ହୋଇଥିବା କାରଣରୁ ସମସ୍ତେ କିଣି ପାରନ୍ତି ନାହିଁ । ଏହାବ୍ୟତୀତ ଲାଇନ୍ ବିଲ ମଧ୍ୟ ରହିଛି, ଯାହା ଏଥିପାଇଁ ଅଧିକ ଆସିଥାଏ । ଆଜି ଆମେ ଆପଣଙ୍କୁ ଏପରି ଫ୍ୟାନ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ କମ୍ ମୂଲ୍ୟ ଏବଂ କମ୍ ଲାଇନ୍ ବିଲରେ ଏସି ପରି ଥଣ୍ଡା ପବନ ଦେବ । ଏହି ଫ୍ୟାନ ଟେବୁଲ୍ ଫ୍ୟାନ ଏବଂ ସିଲୀଙ୍ଗ ଫ୍ୟାନ ଠାରୁ ବହୁତ୍ ଅଲଗା ଅଟେ । ଏହା ପାଣି ଛିଞ୍ଚିବା ସହିତ ଥଣ୍ଡା ପବନ ଦେଇଥାଏ ।

Water Sprinkler Fan :-

ମାର୍କେଟରେ ଅନେକ ପ୍ରକାରର ୱାଟର ସ୍ପ୍ରିଙ୍କଲର ଫ୍ୟାନ ରହିଛି, ଯାହାକୁ ଆପଣ କିଣି ପାରିବେ । ୱାଟର ସ୍ପ୍ରିଙ୍କଲର ଫ୍ୟାନ ପବନ ଏବଂ ପାଣିକୁ ମିଶାଇ କୁଲର ପରି ଥଣ୍ଡା ପବନ ଦେଇଥାଏ । ଏହା ସେହିପରି ଫ୍ୟାନ ଅଟେ, ଯାହାକୁ ଆପଣ ବିବାହ କିମ୍ବା ପାର୍ଟିରେ ଦେଖିଥିବେ ।

ପାଣି ଛିଞ୍ଚି ଗରମ ପବନକୁ କରିଦିଏ ଥଣ୍ଡା :-

ଏହା ଗୋଟିଏ ପାୱାରଫୁଲ୍ କୁଲିଙ୍ଗ ଫ୍ୟାନ ଅଟେ । ଏହା ପାଣି ଛିଞ୍ଚି ଗରମ ପବନକୁ ଥଣ୍ଡା କରିଦିଏ । ଏହି ଫ୍ୟାନ ଘର ଭିତରେ ଏବଂ ବାହାରେ ଉଭୟ ସ୍ଥାନରେ ଚମତ୍କାର ପବନ ଦିଏ । ଫ୍ୟାନକୁ ୱାଟର ଟ୍ୟାପ ସହିତ କନେକ୍ଟ କରାଯାଏ, ଫ୍ୟାନରେ ଛୋଟ ଛୋଟ କଣା ଥାଏ । ୱାଟର ଟ୍ୟାପ ଚାଲୁ କରିବାପରେ ଆପଣ ଫ୍ୟାନ ଅନ କରିବା ମାତ୍ରେ ହିଁ ପାଣି ଛିଟା ସହିତ ଜୋରରେ ପବନ ଦେଇଥାଏ । ବିଶେଷ କଥା ଏହା ଯେ ଆପଣ ଆଡଜଷ୍ଟ କରିପାରିବେ ଯେ ଆପଣଙ୍କୁ କେତେ ସ୍ପ୍ରିଙ୍କଲର ଦରକାର୍ । ଆପଣ ନିଜ ହିସାବରେ ଆଡଜଷ୍ଟ କରିପାରିବେ ।

ଆମାଜନରେ ମଧ୍ୟ ଉପଲବ୍ଧ :-

DIY କ୍ରାଫ୍ଟରସ ଫ୍ୟାନ ଆମାଜନରେ ଉପଲବ୍ଧ ରହିଛି । ଏହି ଫ୍ୟାନର ମୂଲ୍ୟ ତ 4,197 ଟଙ୍କା, କିନ୍ତୁ ଏହାକୁ ଆପଣ ଆମାଜନରୁ 2,587 ଟଙ୍କାରେ କିଣି ପାରିବେ । ଏହାସହିତ ଆପଣଙ୍କୁ ପାଇପ, ଟ୍ୟାପ କନେକ୍ଟର ମଧ୍ୟ ମିଳିବ ।

Leave A Reply

Your email address will not be published.