ଆସିଗଲା ହିରୋ ସ୍ପ୍ଲେଣ୍ଡରର ଇଲେକ୍ଟ୍ରିକ ଅବତାର, ମିଳିବ କମ ମୂଲ୍ୟରେ ସାନଦାର ରେଞ୍ଜ

0

Get real time updates directly on you device, subscribe now.

ସାରା ଦେଶରେ ଇଲେକ୍ଟ୍ରିକ ଗାଡ଼ିର ଚାପ ବଢ଼ୁଅଛି। ଲୋକ ଇଲେକ୍ଟ୍ରିକ ଗାଡିକୁ ପସନ୍ଦ କରୁଛନ୍ତି। ଏହାର ଖାସ କାରଣ ହେଉଛି ପେଟ୍ରୋଲ ଓ ଡିଜେଲର ବଢୁଥିବା ମୂଲ୍ୟ। ପେଟ୍ରୋଲ ଓ ଡିଜେଲର ବଢୁଥିବା ମୂଲ୍ୟ ସାଧାରଣ ଜନତାଙ୍କ ପକେଟରେ ପ୍ରଭାବ ପକାଉଛି। ସେହିପରି ଇଲେକ୍ଟ୍ରିକ ଗାଡ଼ିର କମ୍ପାନୀ ମଧ୍ୟ ନିଜର ନୂଆ ନୂଆ ଇଲେକ୍ଟ୍ରିକ ଗାଡିକୁ ଲଞ୍ଚ କରୁଛନ୍ତି। ଯଦି ଆପଣ ଚାହିଁବେ ତେବେ ବର୍ତ୍ତମାନ ଆପଣଙ୍କ ନିକଟରେ ଥିବା ପେଟ୍ରୋଲ-ଡିଜେଲ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ିରେ ପରିବର୍ତ୍ତନ କରିପାରିବେ। ଇଲେକ୍ଟ୍ରିକ ଗାଡ଼ି କମ୍ପାନୀଗୁଡ଼ିକ ଇଭି କିଟ ଲଗାଇବାର କାମ କରୁଛନ୍ତି।

ବର୍ତ୍ତମାନ ଯଦି ଆପଣଙ୍କ ନିକଟରେ କୌଣସି ପେଟ୍ରୋଲ-ଡିଜେଲର ଗାଡ଼ି ଅଛି ତେବେ ଆପଣ ଏହାକୁ ଉଭିରେ ପରିବର୍ତ୍ତନ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ନାମକୁ ମାତ୍ର ଖର୍ଚ୍ଚ କରିବାକୁ ପଡ଼ିବ। କମ୍ପାନୀ ଆପଣଙ୍କ ପେଟ୍ରୋଲ-ଡିଜେଲ ଇନ୍ଧନରେ ଚାଲୁଥିବା ଇଞ୍ଜିନକୁ ପରିବର୍ତ୍ତନ କରି କନଭର୍ଜନ କିଟ ଲଗାଇଦିଅନ୍ତି। ଯାହାପରେ ଆପଣଙ୍କର ପେଟ୍ରୋଲ ଗାଡ଼ି ଇଲେକ୍ଟ୍ରିକ ଗାଡ଼ିରେ ପରିବର୍ତ୍ତନ ହୋଇଯାଏ।

ଏହି କମ୍ପାନୀ ଇଭିର ମୂଲ୍ୟ ପ୍ରକାଶ କରିଲେ:-

ଇତି ମଧ୍ୟରେ ଥାନେରେ ଥିବା ଏକ ଇଭି ଷ୍ଟାର୍ଟଅପ ଗୋଗୋଏ୧ ମୋଟର ସାଇକେଲ ପାଇଁ ଇଭି କନଭର୍ଜନ କିଟ ପ୍ରସ୍ତୁତ କରିଛନ୍ତି। ୩୫,୦୦୦ ହଜାର ଟଙ୍କା ଓ ଜିଏସଟି ଖର୍ଚ୍ଚ କରି ଆପଣ ନିଜ ଗାଡିକୁ ଇଲେକ୍ଟ୍ରିକ ଗାଡ଼ିରେ ପରିଣତ କରିପାରିବେ। ଆରଟିଓରୁ ଏପୃଭ ହୋଇଥିବା ଏହି କିଟ ୩ବର୍ଷର ୱାରେଣ୍ଟି ସହିତ ଆସିଥାଏ। ସମ୍ପୂର୍ଣ ବ୍ୟାଟେରୀ ପ୍ୟାକ ୯୫,୦୦୦ ଟଙ୍କା ଖର୍ଚ୍ଚ କରି ନିଜର ଇଲେକ୍ଟ୍ରିକ ସ୍ପ୍ଲେଣ୍ଡର ଉପରେ ୧୫୧ କିଲୋମିଟର ପ୍ରତି ଚାର୍ଜର ରେଞ୍ଜ ପାଇପାରିବେ।

ଗୋଗୋଏ୧ ସାରାଦେଶର ୩୬ଟି ଆରଟିଓରେ ଇନଷ୍ଟୋଲେସନ ଲଗାଇଛି ଓ ଏହି ସଂଖ୍ୟାରେ ଶୀଘ୍ର ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହାକୁ ଆରଟିଓର ମଧ୍ୟ ମଞ୍ଜୁରୀ ମିଳିସାରିଛି। ଏମିତିରେ ବାଇକର ମଧ୍ୟ ଇନସ୍ୟୁରାନ୍ସ ମଧ୍ୟ ହୋଇଯିବ। ଏମିତିରେ ଆପଣଙ୍କର ଦୁଇଚକିଆ ଯାନକୁ ଗ୍ରୀନ ନମ୍ୱର ପ୍ଲେଟ ମିଳିବ, କିନ୍ତୁ ରେଜିଷ୍ଟ୍ରେସନ ନମ୍ୱର ପରିବର୍ତ୍ତନ ହେବନାହିଁ। ଏହି ଇଭି କନଭର୍ଜନ କିଟରେ ୨.୮ କିଲୋୱାଟ-ଆର ବ୍ୟାଟେରୀ ପ୍ୟାକ ଲାଗିବ, ଯାହା ୨ କିଲୋୱାଟ ବ୍ରଶଲେସ ଇଲେକ୍ଟ୍ରିକ ମୋଟର ଠାରୁ କମ ହେବ।

Leave A Reply

Your email address will not be published.