ଟୁଥପେଷ୍ଟରେ ଏହି ରଙ୍ଗର ଚିତ୍ର ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଆପଣଙ୍କୁ ସହିବାକୁ ପଡ଼ିବ ବହୁତ ବଡ଼ କ୍ଷତି

0

Get real time updates directly on you device, subscribe now.

ଦାନ୍ତକୁ ସଫା ରଖିବା ପ୍ରାୟ ସମସ୍ତ ଲୋକଙ୍କ ପାଇଁ ବହୁତ ଆବଶ୍ୟକ ଅଟେ। ଦାନ୍ତକୁ ସଫା ରଖିବାପାଇଁ କିଛିଲୋକେ ଦିନକୁ ଦୁଇ କିମ୍ବା ତା’ଠାରୁ ଅଧିକ ଥର ଦାନ୍ତକୁ ଟୁଥପେଷ୍ଟରେ ସଫା କରିଥାଆନ୍ତି। କଣ ଆପଣ ନିଜର ଟୁଥପେଷ୍ଟ ଚୟନ କରିବା ଆଗରୁ ଏହି ଜରୁରୀ ଜିନିଷର ଧ୍ୟାନ ରଖୁଛନ୍ତି କି? ବଜାରରେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ରହିଛି ଓ ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଜର ସ୍ୱାଦ ହିସାବରେ କିଣିଥାନ୍ତି। ଲୋକେ ସାଧାରଣତଃ ଟୁଥପେଷ୍ଟ ସ୍ୱାଦ ଉପରେ ଯାଇଥାନ୍ତି କିନ୍ତୁ କଣ ଆପଣ କେବେ ଏହାର ତଳେ ଦିଆଯାଇଥିବା ରଙ୍ଗ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି କି?

ଅଲଗା ଅଲଗା ରଙ୍ଗର ଦାଗ:-

ସମସ୍ତ ଟୁଥପେଷ୍ଟ ତଳେ ଏକ ଦାଗ ରହିଥାଏ। ପ୍ରତ୍ୟେକଙ୍କୁ ଟୁଥପେଷ୍ଟ କିଣିବା ପୂର୍ବରୁ ଏହି ରଙ୍ଗକୁ ନିଶ୍ଚୟ ଦେଖିବା ଉଚିତ। କିଛିଲୋକଙ୍କୁ ଏହି ଦାଗ ବିଷୟରେ ଜଣାନଥିବା ବେଳେ କିଛି ଲୋକେ ଏହାକୁ ଇଗନୋର କରିଦେଇଥାନ୍ତି। ଏହି ମାର୍କ ଅଲଗା ଅଲଗା ରଙ୍ଗର ହୋଇଥାଏ। ପ୍ରତ୍ୟେକ ରଙ୍ଗର ଅଲଗା ଅର୍ଥ ହୋଇଥାଏ ଯାହାକି ଟୁଥପେଷ୍ଟର ହାନିକାରକ କ୍ୱାଲିଟିକୁ ବତାଇଥାଏ।

କଳା:-

ଟୁଥପେଷ୍ଟ ତଳେ କଳା ରଙ୍ଗର ଦାଗ ଯଦି ରହିଛି ତାହେଲେ ଭୁଲ ରେ ମଧ୍ୟ ଏହାକୁ କିଣନ୍ତୁ ନାହିଁ। ଏହାର ଅର୍ଥ ହେଉଛି ପେଷ୍ଟରେ କେମିକାଲର ମାତ୍ରା ବହୁତ ଅଧିକ ରହିଛି। ଏହାକୁ ବ୍ୟବହାର କରିବାଦ୍ୱାରା ସ୍ୱାସ୍ଥ୍ୟବସ୍ଥାରେ କ୍ଷତି ପହଞ୍ଚିପାରେ।

ଲାଲ ରଙ୍ଗ:-

ଲାଲ ରଙ୍ଗର ଦାଗ ଥିବା ପେଷ୍ଟକୁ କଳା ରଙ୍ଗର ଟୁଥପେଷ୍ଟ ଠାରୁ ଟିକେ ଭଲା ମାନାଯାଇଥାଏ। ଏହି ପେଷ୍ଟରେ ପ୍ରାକୃତିକ ଜିନିଷ ସହିତ କେମିକାଲ ବ୍ୟବହାର ହୋଇଥାଏ। ଚେଷ୍ଟା କରନ୍ତୁ ଏହାକୁ ମଧ୍ୟ ଆଭଏଡ଼ କରିବାପାଇଁ।

ନୀଳ ରଙ୍ଗ:-

ଯଦି ଟୁଥପେଷ୍ଟ ତଳେ ନୀଳ ରଙ୍ଗର ଚିହ୍ନ ରହିଛି ତା’କୁ କିଛି ମାତ୍ରା ପର୍ଯ୍ୟନ୍ତ ସୁରକ୍ଷିତ ମାନାଯାଇଥାଏ। ଏହାର ଅର୍ଥ ଟୁଥପେଷ୍ଟରେ ପ୍ରାକୃତିକ ଜିନିଷର ବ୍ୟବହାର ସହିତ ମେଡ଼ିକେସନର ବ୍ୟବହାର କରାଯାଇଥାଏ।

ସବୁଜ ରଙ୍ଗ:-

ଏହି ରଙ୍ଗର ଟୁଥପେଷ୍ଟ ଦାନ୍ତ ପାଇଁ ବହୁତ ଭଲ ମାନାଯାଇଥାଏ। ଏହାର ଅର୍ଥ ଅଟେ କି, ପେଷ୍ଟରେ କେବଳ ନାଚୁରାଲ ଜିନିଷ ବ୍ୟବହାର ହୋଇଛି। ଏହାର ଅର୍ଥ ଅଟେ କି, ପେଷ୍ଟରେ କେବଳ ହିଁ କେବଳ ନାଚୁରାଲ ଜିନିଷର ହିଁ ବ୍ୟବହାର ହୋଇଛି। ଏହା ଦାନ୍ତର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ମାନାଯାଇଥାଏ। ଏଥିପାଇଁ ପେଷ୍ଟ ନେବା ସମୟରେ ଏହି ରଙ୍ଗର ଟ୍ୟୁବ କୁ ହିଁ ପ୍ରିଫର କରନ୍ତୁ।

Leave A Reply

Your email address will not be published.