ଟ୍ରେନର ଗେଟରେ ବସୁଥିଲେ ହୋଇଯାନ୍ତୂ ସାବଧାନ, ପଲକ ପକାଇବା ମାତ୍ରେ ହିଁ ହୋଇଯିବେ କଙ୍ଗାଳ, ରେଲୱେ ବ୍ରିଜରେ ଲୁଚିଥିବା ଲୁଟେରାଙ୍କ ଭିଡିଓ ଆସିଲା ସାମ୍ନାକୁ

0

Get real time updates directly on you device, subscribe now.

Bihar’s Begusarai Snatches Phone From Train Passenger: ବିହାରର ବେଗୁସରାୟରେ ଗୋଟିଏ ଫୋନ୍ ସ୍ନେଚିଙ୍ଗର ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଲୁଟ ପାଟନା ଏବଂ ବେଗୁସରାୟକୁ ଯୋଡୁଥିବା ରାଜେନ୍ଦ୍ର ସେତୁ ରେଳ ପୋଲରେ ହୋଇଛି । ଏହି ଭିଡିଓ ସୋସିଆଲ ମିଡ଼ିଆର ଅନେକ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଜଣେ ୟୁଜର ଟୁଇଟରରେ ଭିଡ଼ିଓର ସ୍ଲୋ ମୋସନ ଭର୍ସନ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଇପାରେ ଯେ ପ୍ରକୃତରେ କିପରି ଜଣେ ବ୍ୟକ୍ତି ବ୍ରିଜ ଉପରେ ଠିଆ ହୋଇ ଯାତ୍ରୀ ଠାରୁ ଗୋଟିଏ ସେକେଣ୍ଡ ମଧ୍ୟରେ ସ୍ନେଚିଙ୍ଗ କରିବାରେ ସଫଳ ହେଲା ।

ଗୋଟିଏ ସେକେଣ୍ଡ ମଧ୍ୟରେ ଚୋରି କରି ନିଅନ୍ତି ମୋବାଇଲ :-

ଭିଡ଼ିଓରେ ଆପଣ ଏପରି ଲୁଟେରାଙ୍କୁ ଦେଖି ମଧ୍ୟ ପାରିବେ ନାହିଁ । ବ୍ରିଜରେ ଠିଆ ହୋଇଥିବା ଏହି ଲୁଟେରା ଅଧା ସେକେଣ୍ଡ ମଧ୍ୟରେ ସ୍ନେଚିଙ୍ଗ କରିନିଅନ୍ତି ଏବଂ ଲୋକମାନେ ଜାଣିପାରନ୍ତି ନାହିଁ । ଚଳନ୍ତା ଟ୍ରେନରୁ ଯାତ୍ରୀ ଓହ୍ଲାଇ ମଧ୍ୟ ପାରନ୍ତି ନାହିଁ ଏବଂ ଲୁଟେରା ଏହାର ଫାଇଦା ଉଠାଉଥାଆନ୍ତି ।

ଭିଡ଼ିଓରେ ଦୁଇଜଣ ବ୍ୟକ୍ତି କଟିହାର ଠାରୁ ପାଟନା ଯାଉଥିବା ଇଣ୍ଟର ସିଟି ଏକ୍ସପ୍ରେସ ଟ୍ରେନର ଖୋଲା ଗେଟରେ ବସିଥିବାର ଦେଖାଯାଉଛନ୍ତି । ସମୀର କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଫୋନରେ ଗଙ୍ଗା ନଦୀର ଭିଡିଓ ରେକର୍ଡ କରୁଥିବା ଦେଖାଯାଇପାରେ । ସେ ଟ୍ରେନ ଡବା କଡ଼ରେ ବସି ଭିଡିଓ ରେକର୍ଡ କରିବାରେ ବ୍ୟସ୍ତ ହେବା ମାତ୍ରେ ସମିରଙ୍କୁ ପୋଲ ସହିତ ଥିବା ଲୁଟେରା ଦେଖାଯାଆନ୍ତି ।

ଦେଖନ୍ତୁ ଭିଡିଓ :-

ଲୁଟେରା ଜୋରରେ ସମିରଙ୍କ ହାତରୁ ମୋବାଇଲ ଛଡ଼ାଇ ନିଅନ୍ତି । କିଛି ସେକେଣ୍ଡ ପାଇଁ ସମିର ଅନୁଭବ ମଧ୍ୟ କରିପାରିଲେ ନାହିଁ ଯେ କଣ୍ ଏତେ ଜଲଦି ହେଇଗଲା । ତାପରେ ସେ ଠିଆ ହୁଅନ୍ତି ଏବଂ ନିଜ ସାଙ୍ଗକୁ କୁହନ୍ତି, ଯିଏକି ଭିଡିଓ ମଧ୍ୟ ତିଆରି କରୁଥିଲେ ଏବଂ ଏହି ଘଟଣାକୁ କ୍ୟାମେରାରେ କଏଦ କରିନେଲେ ଯେ କେହି ଜଣେ ତାଙ୍କ ଫୋନ୍ ଚୋରି କରିନେଲା ।

ରାଜେନ୍ଦ୍ର ସେତୁ ପୋଲ ଉପରେ ଏହା କୌଣସି ଦୁର୍ଲଭ ଘଟଣା ନୁହେଁ । ଅନେକ ଲୁଟେରା ପୋଲରେ ଝୁଲିଥାନ୍ତି । ସେମାନେ ନିଜକୁ ପୋଲ ସହିତ ବାନ୍ଧିବା ପାଇଁ ରସି ବ୍ୟବହାର କରନ୍ତି ଏବଂ କଡ଼ରେ ନିଜ ଗୋଡ଼କୁ ସନ୍ତୁଳିତ କରି ଟ୍ରେନ ଠାରୁ ସୁରକ୍ଷିତ ଦୂରତା ରକ୍ଷା କରନ୍ତି ।

ଗୋଟିଏ ପୋଲ ଉପରେ ହିଁ ଆଜିକାଲି ଅନେକ ଏପରି ଘଟଣା ଘଟିଥାଏ । ପୋଲର ରେଲିଙ୍ଗ ସହିତ ଝୁଲୁଥିବା ଲୁଟେରା ପଲକ ପକାଇବା ମାତ୍ରେ ହିଁ ଯାତ୍ରୀ ମାନଙ୍କ ଠାରୁ ଫୋନ୍ ଛଡ଼ାଇ ନିଅନ୍ତି ଏବଂ ଚଳନ୍ତା ଟ୍ରେନରୁ କିଛି ବି କରିପାରନ୍ତି ନାହିଁ । ଏହି ଭିଡିଓକୁ ଧନଞ୍ଜୟ କୁମାର ନିଜର ୟୁଟ୍ୟୁବ ଚ୍ୟାନେଲ DAILY TRAVEL HACK ରେ ଅପଲୋଡ଼ କରିଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 13 ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ।

Leave A Reply

Your email address will not be published.