ଶବ ପାଇଁ 50 ହଜାର ଟଙ୍କା ମଗାଗଲା, ଅସହାୟ ବାପାମାଆ ମାଗୁଛନ୍ତି ଭିକ

0

Get real time updates directly on you device, subscribe now.

ବିହାରର ସମସ୍ତିପୁର ସଦର ହସପିଟାଲରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏକ ବାପାମାଆଙ୍କୁ ପୋଷ୍ଟମର୍ଟମ ଘରୁ ଶବ ପାଇବାପାଇଁ ଭିକ ମାଗିବାକୁ ପଡ଼ିଲା । ଅଭିଯୋଗ ରହିଛି ଯେ ପୋଷ୍ଟମର୍ଟମ କର୍ମଚାରୀ ଶବ ଦେବାପାଇଁ 50 ହଜାର ଟଙ୍କା ଲାଞ୍ଚ ମାଗିଲେ । ବାପାମାଆ ଭିକ ମାଗୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଘଟଣାଟି ଜୁନ 7 ତାରିଖର ବୋଲି କୁହାଯାଉଛି । ପୁରା ମାମଲାକୁ ଯାଞ୍ଚ କରିବାପାଇଁ ସିଭିଲ ସର୍ଜନ ଟିମ ଗଠନ କରିଛି ।

ଏହି ମାମଲା ତାଜପୂର ଥାନା ଅଂଚଳର ଆହାରର ଅଟେ । ମହେଶ ଠାକୁରଙ୍କ ମାନସିକ ଭାବରେ ପୀଡ଼ିତ ପୁଅ ମେ 25 ତାରିଖରେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁତ୍ ଖୋଜାଖୋଜି କଲେ, କିନ୍ତୁ କୌଣସି ଖବର ମିଳିନଥିଲା । ଏହା ମଧ୍ୟରେ ଜୁନ 7 ତାରିଖରେ ପରିବାର ଲୋକଙ୍କୁ ଜଣାପଡ଼ିଲା ଯେ ମୁସରିଘରାରି ଥାନା ଅଞ୍ଚଳରେ ଗୋଟିଏ ଶବ ମିଳିଛି ।

ପରିବାର ଲୋକ ଯେତେବେଳେ ମୁସରିଘରାରି ଥାନାରେ ପହଞ୍ଚିଲେ, ସେତେବେଳେ ସେମାନଙ୍କୁ କୁହାଗଲା ଯେ ସଦର ହସପିଟାଲର ପୋଷ୍ଟମର୍ଟମ ଘରେ ଶବ ଅଛି । ଯେତେବେଳେ ନିଜ ପୁଅର ଶବକୁ ନେବାକୁ ବାପାମାଆ ହସ୍ପିଟାଲ ପହଞ୍ଚିଲେ, ସେତେବେଳେ ପୋଷ୍ଟମର୍ଟମ କର୍ମଚାରୀ ଶବ ଦେଖାଇବା ପାଇଁ ମନା କରିଦେଲେ । ବହୁତ୍ ଅନୁରୋଧ କରିବାପରେ ଯେତେବେଳେ ଶବକୁ ଦେଖାଗଲା, ସେତେବେଳେ ବାପା ନିଜ ପୁଅ ସଞ୍ଜୀବ ଠାକୁରଙ୍କୁ ଚିହ୍ନି ପାରିଲେ ।

ମୃତକଙ୍କ ବାପା ନିଜ ପୁଅର ଶବକୁ ଦେବାପାଇଁ ପୋଷ୍ଟମର୍ଟମ କର୍ମଚାରୀ ନାଗେନ୍ଦ୍ର ମଲ୍ଲିକଙ୍କୁ ଅନୁରୋଧ କଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ସେ ଶବ ଦେବା ବଦଳରେ 50 ହଜାର ଟଙ୍କା ମାଗିଲା । ବାପା ନିଜକୁ ଗରିବ ପରିବାରର ବୋଲି ଦର୍ଶାଇ ଶବ ଦେବାକୁ ଅନୁରୋଧ କଲେ, କିନ୍ତୁ ନାଗେନ୍ଦ୍ର ମଲ୍ଲିକଙ୍କ ହୃଦୟ ତରଳିଲା ନାହିଁ । ଶେଷରେ ଉପାୟହୀନ ବାପାମାଆ ଶବ ପାଇବା ପାଇଁ ଆଖପାଖ ଅଞ୍ଚଳରେ ଭିକ ମାଗିବାକୁ ଲାଗିଲେ । କୌଣସି ଜଣେ ବ୍ୟକ୍ତି ସେମାନଙ୍କ ଭିକ ମାଗିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା । ଏହାପରେ ହସ୍ପିଟାଲ ପ୍ରଶାସନର ନିଦ ଭାଙ୍ଗିଲା ଏବଂ ଆଖପାଖରେ ଶବ ଗାଡ଼ି ଦ୍ଵାରା ଶବକୁ ତାଙ୍କ ଘରକୁ ପଠାଇ ଦିଆଗଲା ।

ସଦର ହସପିଟାଲର ସିଭିଲ ସର୍ଜନ ଡ. ଏସକେ ଚୌଧୁରୀ କହିଛନ୍ତି ଯେ ଶବ ପାଇବା ପାଇଁ ବାପାମାଆଙ୍କ ଦ୍ଵାରା ଭିକ ମାଗିବାର ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ବର୍ତ୍ତମାନ ଯାଞ୍ଚ କରାଯାଉଛି । ସେ କହିଛନ୍ତି ଯେ ହୋଇପାରେ ଅଭିଯୁକ୍ତ ପୋଷ୍ଟମର୍ଟମ କର୍ମଚାରୀ ପଇସା ମାଗିଥିବେ, କିନ୍ତୁ ଏତେ ପଇସା ଡିମାଣ୍ଡ କରିନଥିବେ । ଏହା ଗୋଟିଏ ଲଜ୍ଜାଜନକ ଘଟଣା ଅଟେ । ଯାଞ୍ଚ୍ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.