ଚିତାବାଘ ପୋଷା କୁକୁର ଉପରେ ଆକ୍ରମଣ କରି କଲା ଶିକାର, ହୃଦୟ ବିଦାରକ ଭିଡିଓ ହେଲା ଭାଇରାଲ

0

Get real time updates directly on you device, subscribe now.

ଚିତାବାଘ ପୃଥିବୀର ସବୁଠାରୁ ବିପଜ୍ଜନକ ଜଙ୍ଗଲି ପଶୁମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯିଏକି ଜଙ୍ଗଲରେ ରହିବା ହିଁ ଠିକ୍ ଅଟେ । କାରଣ ଯଦି ମଣିଷ ତା ଆଗକୁ ଆସିଯାଏ, ତେବେ ପରିସ୍ଥିତି ବହୁତ୍ ଭୟାନକ ହୋଇଯିବ । ଚିଡ଼ିଆଘରେ ପ୍ରାୟତଃ ଚିତାବାଘ ଦେଖିବାକୁ ମିଳିଯାଆନ୍ତି, କିନ୍ତୁ ସାଧାରଣତଃ ଏହି ପଶୁ ଜଙ୍ଗଲରେ ହିଁ ରହିବାକୁ ପସନ୍ଦ କରନ୍ତି ଏବଂ ବିଭିନ୍ନ ପ୍ରକାରର ପଶୁକୁ ଶିକାର କରି ନିଜର ପେଟ ପାଳନ୍ତି ।

ତେବେ ବେଳେବେଳେ ଚିତାବାଘ ମଣିଷ ବସତି ଆଡ଼କୁ ମଧ୍ୟ ଚାଲିଆସନ୍ତି, ଯାହା ପରେ ଲୋକମାନେ ଘରୁ ବାହାରିବା ହିଁ କଷ୍ଟକର ହୋଇପାରେ । କେତେବେଳେ ମଣିଷଙ୍କ ଉପରେ ଆକ୍ରମଣ କରେ ତ ଆଉ କେତେବେଳେ ପାଳିତ ପଶୁଙ୍କ ଉପରେ ଆକ୍ରମଣ କରି ଶିକାର କରିଦିଏ । ଆଜିକାଲି ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ହୃଦୟ ବିଦାରକ ଅଟେ ।

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ପୋଷା କୁକୁରଟି ଘର ଆଗରେ ଥିବା କାନ୍ଥ ଉପରେ ବସିଛି, ଠିକ୍ ସେତିକିବେଳେ ତାର ଚିତାବାଘ ଉପରେ ନଜର ପଡେ ଏବଂ ସେ ଦୌଡିଆସି ଘରର ବାଉନଡ୍ରି ଭିତରକୁ ଆସିଯାଏ, କିନ୍ତୁ ଚିତାବାଘ ସାମ୍ନାରୁ ତାକୁ ଆକ୍ରମଣ କରିବା ଚକ୍କରରେ ଥାଏ । କିନ୍ତୁ କୁକୁର ତାପରେ ପଛକୁ ପଳାଇ ଆସେ ଏବଂ ବାଉନଡ୍ରି ବାହାରକୁ ଡେଇଁ ରାସ୍ତା ଆଡ଼କୁ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରେ ।

ଏହା ମଧ୍ୟରେ ଚିତାବାଘ ତାକୁ ମାଡିବସେ ଏବଂ ନିଜ ପାଟିରେ ଦବାଇ ତାକୁ ନେଇ ଚାଲିଯାଏ । ଏହି ଘଟଣା ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଗଲା, ଯାହା ଦେଖୁ ଦେଖି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ।

ଦେଖନ୍ତୁ ଭିଡିଓ :-ହ୍ୟାନଡେଲ

ଏହି ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ନାସିକର ଗୋଟିଏ ଗାଁର ବୋଲି କୁହାଯାଉଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାକୁ ନିଜର ଅଫିସିଆଲ୍ ଟୁଇଟର ହ୍ୟାନଡେଲରେ ସେୟାର କରିଛି । ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି ଏବଂ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ‘ ଲୋକମାନେ ନିଜର ପୋଷା କୁକୁରକୁ ଘରେ ବାହାରେ କାହିଁକି ଛାଡି ଦିଅନ୍ତି ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ ଘର ଜଗିବା ଚକ୍କରରେ ବିଚରା କୁକୁରଟି ଚିତାବାଘର ଶିକାର ହୋଇଗଲା ।’

Leave A Reply

Your email address will not be published.