ତଳେ ଗଭୀର ଖାଲ, ଉପରେ ତୃଷାର୍ତ୍ତ, ପାଣି ପାଇଁ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇଥାନ୍ତି ଏହି ଆଦିବାସୀ ମହିଳାମାନେ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ସହରରେ ଲୋକଙ୍କ ପାଇଁ ପାଣିର ମୂଲ୍ୟ କିଛି ନାହିଁ । ତାଙ୍କ ଘରେ ଟ୍ୟାପ କନେକ୍ସନ୍ ଲାଗିଥାଏ । ଯାହାଦ୍ଵାରା ଯେତେବେଳେ ଇଚ୍ଛା ସେତେବେଳେ ପାଣି ଆସେ । କିନ୍ତୁ ଗାଁରେ ଏପରି ସୁବିଧା ନଥାଏ । ସେମାନଙ୍କୁ ଗୋଟିଏ ବାଲ୍ଟି ପାଣି ଆଣିବାପାଇଁ ମଧ୍ୟ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ । ଏପରିକି କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ପାଣି ଆଣନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ହିଁ ଦେଖନ୍ତୁ ।

ପାଣି ପାଇଁ ମୃତ୍ୟୁ ସହ ପଙ୍ଗା ନେଉଛନ୍ତି ମହିଳାମାନେ :-

ଏହି ଭାଇରାଲ ଭିଡ଼ିଓରେ ଦେଖାଯାଇପାରେ ଯେ କିପରି କିଛି ମହିଳା ଦୁଇଟି ପାହାଡ଼ ଉପରେ ତିଆରି ହୋଇଥିବା ଗୋଟିଏ ପତଳା କାଠ ଉପରେ ଚଢ଼ି ପାଣି ନେଇ ଯାଉଛନ୍ତି । ଏହି କାଠ ଗୋଟିଏ ଗଭୀର ନଦୀ ଉପରେ ପୋଲ ପରି କାମ କରୁଛି । ତେବେ ଏଥିରେ ମୁଣ୍ଡ ଉପରେ ଗରା, ମାଠିଆ ଧରି ଚାଲିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ । ଗାଁର କିଛି ଲୋକ ମଧ୍ୟ ଏହି ନଦୀରେ ପଡ଼ି ଯାଇଛନ୍ତି ।

ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେଉଛି ମହାରାଷ୍ଟ୍ରର ତ୍ରିମ୍ବାକେଶ୍ୱର ତାଲୁକାର ଖାରସେଟ ଗ୍ରାମ ପଞ୍ଚାୟତର | ଏଠାରେ 25 ଟି ଛୋଟ ବସତି ଅଛି । ଏଥିରୁ 300 ରୁ ଅଧିକ ଆଦିବାସୀ ବାସ କରନ୍ତି | ପାନୀୟ ଜଳ ଆଣିବା ପାଇଁ ଏହି ଲୋକଙ୍କୁ ପ୍ରତିଦିନ ପୋଲ ଉପରକୁ ଯିବାକୁ ପଡ଼ିଥାଏ । ଏହି ପୋଲଟି କେବଳ ଗୋଟିଏ ଗଛର ଡାଳରେ ନିର୍ମିତ, ଯାହା ଦେଖିବାକୁ ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହା ଉପରେ ଗରା, ମାଠିଆ ସହିତ ସନ୍ତୁଳନ ରଖିବା ଅତ୍ୟନ୍ତ କଷ୍ଟକର ଅଟେ ।

ଗୋଟିଏ ଛୋଟ ପୋଲ ଉପରେ ତିଆରି ହୋଇଥାଏ ଅଜବ ବାଲାନ୍ସ :-

ବାସ୍ତବରେ ମହିଳା ଯେଉଁ ନଦୀ ଉପରେ ତିଆରି ପୋଲକୁ ପାର କରନ୍ତି, ତାର ପାଣି ବହୁତ୍ ଅପରିଷ୍କାର ହୋଇଥାଏ । ଏହି ପାଣି ଯୋଗ୍ୟ ନୁହେଁ । ତେଣୁ ସେମାନେ ଝରଣାରୁ ପାଣି ଭର୍ତ୍ତି କରି ଆଣନ୍ତି । ଏପରି ସେମାନେ ପ୍ରତିଦିନ କରନ୍ତି । ସେମାନେ ଯେଉଁ ବିପଜ୍ଜନକ ପୋଲକୁ ପାର କରନ୍ତି, ତାହା 25 ଫୁଟ ଗଭୀର ଅଟେ । ଏହି ନଦୀର ଦୁଇ ପଟରେ କଳା ପଥର ରହିଛି ।

ଏହି ଭିଡିଓକୁ ଟୁଇଟରରେ ଆଦିବାସୀ ଦସ୍ତକ ନାମକ ଟୁଇଟର ହ୍ୟାଣ୍ଡଏଲ ସେୟାର କରିଛି । ଭିଡିଓ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି – ମହାରାଷ୍ଟ୍ରର ନାସିକରେ ଆଦିବାସୀ ମହିଳାଙ୍କୁ 25 ଫୁଟ ଗଭୀର ନଦୀ ଉପରେ ଗୋଟିଏ କାଠ ଉପରେ ଚାଲି ପାନୀୟ ଜଳ ଆଣିବାପାଇଁ ମୁଣ୍ଡରେ ପ୍ରତିଦିନ ଗରା, ମାଠିଆ ନେବାକୁ ପଡେ ।

Leave A Reply

Your email address will not be published.