ଥାନାରେ ଅଭିଯୋଗ ଆଣିଲେ ଦ୍ଵିତୀୟ ସ୍ତ୍ରୀ,ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର।

0

Get real time updates directly on you device, subscribe now.

ଏବେ ଯେଉଁ ଆଡେ ବି ଶୁଣିବେ ସବୁ ଆଡେ କେବଳ ନାରୀ ଦୁଷ୍କର୍ମ କଥା ହିଁ ଶୁଣିବାକୁ ମିଳୁଛି। ପ୍ରତିଦିନ ଶୁଣିବାକୁ ମିଳୁଥିବା ଖବର ମଧ୍ୟରୁ ନାରୀ ଦୁଷ୍କର୍ମ ଘଟଣା ନିଶ୍ଚିତ ଭାବେ ଥିବ, ଆଇନର ରକ୍ଷକ ଅର୍ଥାତ୍ ପୋଲିସ ମାନେ ହିଁ ଅଧିକ ନାରୀ ଦୁଷ୍କର୍ମ କରୁଛନ୍ତି। ଆଉ ଛୋଟ ଛୋଟ ଝିଅ ଏବଂ ମହିଳା ଆଦି ମାନେ ଏହାର ଶିକାର ହେଉଛନ୍ତି। କର୍ଣ୍ଣାଟକରେ ଜଣେ ସବ୍‌ଇନ୍ସପେକ୍ଟରଙ୍କ କୃତ୍ୟ କାର୍ଯ୍ୟ ପଦାରେ ପଡ଼ିଛି। ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସବ୍ଇନ୍ସପେକ୍ଟର ଜଣକ ୧୩ ବର୍ଷୀୟା ସାବତ ଝିଅ ଓ ଶାଳୀଙ୍କୁ ଯୌନ ଶୋଷଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। କହି ରଖୁଛୁ ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ହିଁ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।ପୋଲିସ ସୂଚନା ମୁତାବକ, ଯୌନ ଅପରାଧରୁ ଶିଶୁ ସୁରକ୍ଷା ଅଧିନିୟମ ଏବଂ ଦୁଷ୍କର୍ମ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆହୁରି ମଧ୍ୟ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ୱାମୀ ତାଙ୍କୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ। ତେବେ ମହିଳା ଜଣକ ନିଜ ଦ୍ୱିତୀୟ ସ୍ୱାମୀ ତଥା ଅଭିଯୁକ୍ତ ସବ୍‌ଇନ୍ସପେକ୍ଟରଙ୍କୁ ପ୍ରଥମ ଥର ପାଇଁ ମହିଳା ଥାନାରେ ଭେଟିଥିଲେ। ସେଠାକୁ ସେ ନିଜ ପ୍ରଥମ ସ୍ୱାମୀଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ।

ସେପଟେ ସବ୍ଇନ୍ସପେକ୍ଟର ମଧ୍ୟ ନିଜ ପ୍ରଥମ ସ୍ତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସମ୍ବନ୍ଧରେ ନିଜର ବୟାନ ରେକର୍ଡ ପାଇଁ ଉପସ୍ଥିତ ଥିଲେ। ମହିଳା ଥାନାରେ ଉଭୟ ଉଭୟଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ପରେ ମହିଳା ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସବ୍‌ଇନ୍ସପେକ୍ଟରଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.