ଆସିଗଲା 4G ବିଜୁଳି ମିଟର : ଏଥର ବିଜୁଳି ବିଲ ସମସ୍ୟାରୁ ମିଳିବ ମୁକ୍ତି,ଏହି ଦିନଠାରୁ ଲାଗିବା ଆରମ୍ଭ ହେବ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶରେ ଆଗାମୀ ମାସ ଠାରୁ ପ୍ରତ୍ୟେକ ଘରେ ସ୍ମାର୍ଟ ବିଜୁଳି ମିଟର ବସିବା ଆରମ୍ଭ ହୋଇଯିବ। ଏହି ମିଟର ଘରେ ଲାଗିଥିବା ମିଟର ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଅଟେ। ଯେଉଁ ଘରେ ସବୁ ପୁରୁଣା ବିଜୁଳି ମିଟର ଲାଗିଛି ସେଠାରେ ନୂଆ ଧରଣର ବିଜୁଳି ମିଟର ଲଗାଇ ଅପଡ଼େଟ କରାଯିବ ଓ ଏହାକୁ ସ୍ମାର୍ଟ ମିଟର ବନାଇ ଦିଆଯିବ। ସୂଚନା ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରଦେଶରେ ଏବେ ମୋଟ 12 ଲକ୍ଷ ପୁରୁଣା ମିଟର ରହିଛି ଯାହାକୁ ବହୁତ ଜଲଦି ସ୍ମାର୍ଟ ହେବାକୁ ଯାଉଛି।

ଆପଣଙ୍କୁ ଜଣାଇଦେଉଛୁ କି, ବହୁତ ସମୟ ହେବ ଏହି ମାମଲା ଉପରେ ଆଲୋଚନା କରାଯାଉଛି। ଏକବର୍ଷ ଧରି ପ୍ରଦେଶରେ କୌଣସି ବି ସ୍ମାର୍ଟ ମିଟର ଲଗା ଯାଉନାହିଁ। ଉପଭୋକ୍ତା ପରିଷଦ ପୁରୁଣା ଟେକ୍ନିକରେ ଲାଗିଥିବା ବିଜୁଳି ମିଟରର ଲଗାତାର ରୂପରେ ବିରୋଧ କରୁଛି ଓ ସ୍ମାର୍ଟ ପ୍ରିପେଡ ମିଟର ଲଗାଇବାକୁ କହୁଛି ଯାହାକି 4G ଉପରେ ଆଧାରିତ।

ଉପଭୋକ୍ତା ପରିସର ତରଫରୁ ଏବେ ଏହି ମାମଲାକୁ ଲଗାତାର ଉଠାଯାଉଛି ଯାହାଦ୍ୱାରା ୟୁପି ପାୱାର କର୍ପୋରେସନ ଓ କେନ୍ଦ୍ରୀୟ ଉର୍ଜା ମନ୍ତ୍ରାଳୟ ସ୍ମାର୍ଟ 4G ପ୍ରିପେଡ ମିଟର ଲଗାଇବାକୁ ରାଜି ହୋଇଛନ୍ତି ଓ ଆଗାମୀ ମାସରୁ ତାଙ୍କ କାମ ମଧ୍ୟ ଆରମ୍ଭ କରି ଦିଆଯିବ।

କେମିତି କାମ କରେ 4G ସ୍ମାର୍ଟ ମିଟର:-

4G ପ୍ରିପେଡ ମିଟର କଥା କହିବାକୁ ଗଲେ ଏହା ଏକ ସିମ କାର୍ଡ଼ର ପୋଷ୍ଟପେଡ଼ ପ୍ଲାନ ଭଳି ହୋଇଥାଏ। ଏଥିରେ ଆପଣଙ୍କୁ ଏକ ନିଶ୍ଚିତ ଅବଧି ପାଇଁ ଏକ ତୟ ପ୍ଲାନ ଓ ତୟ ୟୁନିଟର ଚୟନ କରିବାକୁ ହେବ। ଏଥିରେ ଆପଣଙ୍କୁ ବିଜୁଳି ବିଲ ଭରିବା ଚିନ୍ତା ମଧ୍ୟ ଶେଷ ହୋଇଯିବ। ଉତ୍ତରପ୍ରଦେଶରେ ସରକାର ଏହି ମିଟର ଲଗାଇବାର ଯୋଜନା କରିସାରିଛନ୍ତି ଓ ଏବେ ଆଗାମୀ ମାସରୁ ଏହାକୁ ଲଗାଇବା ଆରମ୍ଭ ହୋଇଯିବ। 4G ସ୍ମାର୍ଟ ମିଟର ଆସିଲେ ବିଜୁଳି ବିଲ ଠିକ ସମୟରେ ଭରାଯିବ, ଆବଶ୍ୟକ ସମୟରେ ରିଚାର୍ଜ କରିବାକୁ ହେବ, ଆଗାମୀ ସମୟ ଗୁଡ଼ିକରେ ବିଜୁଳି ବିଲ କମ ହେବ। ବିଜୁଳି ଚୋରି ସମସ୍ୟା ଉପରେ ରୋକ ଲାଗିବ ଓ ବିଜୁଳି ମିଟରରେ କୌଣସି ଏପଟ ସେପଟ କରାଯାଇ ପାରିବନାହିଁ।

Leave A Reply

Your email address will not be published.