ଦେଖନ୍ତୁ ଭିଡ଼ିଓ : ଚାଲୁଥିବା ଟ୍ରେନ ସାମ୍ନାରେ ରେଲୱେ ଟ୍ରାକ ଉପରେ ଦୌଡ଼ିଲେ ଦୁଇଟି ପିଲା,ଦେଖନ୍ତୁ ତା ପରେ କଣ ହେଲା ?

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥାଏ, ଯାହାକି ବହୁତ ହଇରାଣ କରିବା ଭଳି ଅଟେ। ଏବେ ପୁଣିଥରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡ଼ିଓରେ ଜଣେ ଦୁଇଜଣ ପିଲା ଟ୍ରେନ ଟ୍ରାକ ଉପରେ ଦୌଡ଼ୁଥିବାର ନଜର ଆସୁଛନ୍ତି। ଏତିକି ମଧ୍ୟ ନୁହେଁ ଯେଉଁ ଟ୍ରାକ ଉପରେ ସେ ଦୌଡ଼ୁଥିବାର ନଜର ଆସୁଛନ୍ତି ସେହି ଟ୍ରାକ ଉପରେ ସାମ୍ନାରୁ ଏକ ଟ୍ରେନ ଆସୁଥିବାର ଦେଖାଯାଉଥିଲା। ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣୀ ଚର୍ଚ୍ଚାକୁ ଆସିଥିଲା।

ଜଣାଇଦେଉଛୁ, କାନାଡ଼ାର ପରିବହନ କମ୍ପାନୀ ମେଟ୍ରୋଲିନକ୍ସ ଟ୍ରେନ ସାମ୍ନାକୁ ଦୁଇଜଣ ଅଜଣା ପିଲା ଦୌଡ଼ୁଥିବାର ନଜର ଆସିଥିଲେ। ସେମାନେ ଲୋକୋମୋଟିବ ଆଡ଼କୁ ପିଠି କରି ଟ୍ରାକ ସାଇଡ଼ରେ ଦୌଡୁଥିବାର ନଜର ଆସୁଥିଲେ। ଆଉ ଗୋଟିଏ ପିଲା ମଧ୍ୟ ଅନ୍ୟ ଟ୍ରାକ ଉପରେ ଛିଡ଼ା ହୋଇଥିବାର ନଜର ଆସିଥିଲା। ଭିଡ଼ିଓରେ ଯେଉଁ ପିଲାଟି ଟ୍ରେନ ଆଡ଼କୁ ଦୌଡୁଛି ସେ ନୀଳ ରଙ୍ଗର ଏକ ଟି ଶାର୍ଟ ଓ ସର୍ଟ ପ୍ୟାଣ୍ଟ ପିନ୍ଧିଥିଲା। ଭିଡ଼ିଓଟି ଟ୍ରେନ ଭିତରୁ ଶୁଟ କରାଯାଇଛି ଓ ଲୋକୋମୋଟିଭକୁ ଯୁବକ ଆଡ଼କୁ ଯିବାର ଦେଖାଯାଇଛି। ପିଲାଟି ଦୁଇଟି ଟ୍ରାକ ମଧ୍ୟରେ ଦୌଡ଼ୁଥିବାର ଦେଖାଯାଇଛି।

ଏହି ପିଲାଟି ସହିତ ଆଉ ଗୋଟିଏ ପିଲା ମଧ୍ୟ ଧଳା ଟି ଶାର୍ଟରେ ଟ୍ରାକ ଉପରେ ଦୌଡ଼ୁଥିବାର ନଜର ଆସିଥିଲା କିନ୍ତୁ ଟ୍ରେନ ଯେମିତି ପାଖକୁ ଆସିଗଲା ସେ ଅଳ୍ପକେ ଟ୍ରାକରୁ ସାଇଡ଼ ହୋଇ ନିଜ ଜୀବନକୁ ବଞ୍ଚାଇ ଦେଇଥିଲା। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 20,000 ରୁ ଅଧିକ ବାର ଦେଖାଯାଇ ସରିଛି। କେତେକ ୟୁଜର୍ସ କହିଥିଲେ ଯେ, ପିଲାମାନଙ୍କ ପରିବାରର ଜାଗୃକତା ଅଭାବରୁ ସେମାନେ ଏମିତି କରିଛନ୍ତି। ଏହାସହ ଆଉ କେତେକ ୟୁଜର୍ସ କମେଣ୍ଟ କରି ଲେଖିଥିଲେ ଯେ, ଟ୍ରେନ ଟ୍ରାକ ପାଖରେ ସିକ୍ୟୁରିଟି ରହିବା ଉଚିତ ଯିଏକି ଲୋକମାନଙ୍କୁ ଟ୍ରେନ ଆସୁଥିବା ସମୟରେ ଟ୍ରାକ ଉପରକୁ ଯିବାପାଇଁ ଅଟକାଇ ପାରିବେ। ଭିଡ଼ିଓରେ ମଇ ମାସ 20 ତାରିଖର ବୋଲି କୁହାଯାଉଛି।

Leave A Reply

Your email address will not be published.