ମଣ୍ଡପକୁ ବର ବଦଳରେ ଆସିଲା ପୋଲିସ, କନ୍ୟାର କାନରେ ଏମିତି କଥା କହିଲେ ଯେ,ସଙ୍ଗେ ସଙ୍ଗେ ଭାଙ୍ଗିବାକୁ ପଡ଼ିଲା ବାହାଘର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କନ୍ୟା ସାଜସଜ୍ଜା ହୋଇ ପ୍ରସ୍ତୁତ ଥିଲେ। ସମସ୍ତ ଅତିଥି ମଧ୍ୟ ଆସି ସାରିଥିଲେ। ପିତା ବିବାହରେ ବହୁତ ଖର୍ଚ୍ଚ ମଧ୍ୟ କରିଥିଲେ। ଭବ୍ୟ ଡେକୋରେଶନ ଠାରୁ ଆରମ୍ଭ କରି ସ୍ଵାଦିଷ୍ଟ ବ୍ୟଞ୍ଜନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଭଲ ଥିଲା। ପ୍ରତ୍ୟେକଙ୍କର ଆଖି ବରଯାତ୍ରୀଙ୍କର ଅପେକ୍ଷା କରିଥିଲେ। କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ବରଯାତ୍ରୀ ଆସିଲେଣି। ବରଂ ପୋଲିସର ଗାଡ଼ି ଆସିଗଲା। ପୁଣି ପୋଲିସ କନ୍ୟାଙ୍କୁ ଏମିତି କଥା କହିଲେ ଯାହାକୁ ଶୁଣି ତାଙ୍କ ପାଦ ତଳୁ ଜମି ଖସିଗଲା। ତାପରେ ବିବାହ ସଙ୍ଗେ ସଙ୍ଗେ ବାତିଲ କରିବାକୁ ପଡ଼ିଲା।

ବିବାହରେ ବରଯାତ୍ରୀ ସ୍ଥାନରେ ଆସିଲା ପୋଲିସ:-

ଏହି ମାମଲା ଉତ୍ତର ପ୍ରଦେଶର ଶ୍ରାବସ୍ତିର ବିଭାଗ କ୍ଷେତ୍ରର ଗ୍ରାମ ପଞ୍ଚାୟତ ମଛରିହବାର ମହରୌଲିର ଅଟେ। ଏଠାରେ ରହୁଥିବା ପାରସନାଥ ଜାୟସୱାଲ ଝିଅ ସୁନିତାର ବିବାହ ବିଭାଗ କ୍ଷେତ୍ରର ଲକ୍ଷ୍ମଣପୁର ବଜାର ନିବାସୀ ରାମ ଉଗାଜାରଙ୍କ ପୁଅ ସୁଜିତଙ୍କ ସହିତ ହେବାର ଥିଲା। ୨୧ ମେରେ ତିଳକ କାର୍ଯ୍ୟକ୍ରମ ହେବାର ଥିଲା। ଏହି ସମାରୋହ ଭବ୍ୟ ଥିଲା। ଝିଅ ତରଫରୁ ବରକୁ ଦକ୍ଷିଣାରେ ବହୁତ ରାଶି ମଧ୍ୟ ଦିଆଯାଇଥିଲା। ବିବାହର ତାରିଖ ୧ ଜୁନରେ ଫାଇନାଲ କରାଯାଇଥିଲା।

ବିବାହ ଦିନ ଝିଅ ଘର ଲୋକ ସମ୍ପୂର୍ଣ ପ୍ରସ୍ତୁତି ସହିତ ଅପେକ୍ଷା କରିଥିଲେ। କିନ୍ତୁ ପୁରା ରାତି ବିତିଗଲା ଓ ବରଯାତ୍ରୀଙ୍କର ଦେଖା ସାକ୍ଷାତ ନଥିଲା। ପୁଣି ପୋଲିସ ବିବାହ ମଣ୍ଡପରେ ଆସି ପହଞ୍ଚିଲା। ସେ ବରର ଏମିତି ଏକ କଥା କହିଲେ କନ୍ୟାର ବିବାହର ସ୍ବପ୍ନ ଚକମାଚୁର ହୋଇଗଲା। ବାସ୍ତବରେ ବର ପୂର୍ବରୁ ବିବାହିତା ଥିଲା। ତାଙ୍କର ପ୍ରଥମ ସ୍ତ୍ରୀ ଅଭିଯୋଗ କରିଥିଲେ। ସେଥିପାଇଁ ପୋଲିସ ଏକ୍ସନ ନେଲା ଓ ବରଯାତ୍ରୀଙ୍କୁ ରାସ୍ତାରେ ଅଟକାଇ ଦେଲା। ବରକୁ ହିରାସତରେ ନେଇଗଲେ।

ପ୍ରଥମରୁ ବିବାହିତ ବାହାରିଲେ ବର:-

ପୋଲିସ କହିଲେକି ବର ଦିଲ୍ଲୀରେ ନିଜର ମାଇଁଙ୍କ ସହିତ କୋର୍ଟରେ ବିବାହ କରିଥିଲେ। ସେ ଗାଁକୁ ଆସି ଆଉ ବିବାହ କରିବା ଉଦ୍ଦେଶ୍ୟରେ ଥିଲେ। ଏହି ବିବାହରେ ଭଲ ଯୌତୁକ ମଧ୍ୟ ଥିଲା। କିନ୍ତୁ ବରର ପ୍ରଥମ ସ୍ତ୍ରୀଙ୍କୁ ଏହି ବିବାହ ବିଷୟରେ ଜଣା ପଡ଼ିଗଲା। ଏମିତିରେ ସେ ଥାନାରେ ପହଞ୍ଚିଲେ ଓ ବିବାହକୁ ରୋକିବା ପାଇଁ ଗୁହାରି କରିଲେ। ପୋଲିସ ମଧ୍ୟ ତାଙ୍କର ସାହାଯ୍ୟ କରିଲେ ଓ ସଠିକ ସମୟରେ ବିବାହକୁ ବନ୍ଦ କରିଦେଲେ।

ଭିନଗା କୋତବାଲିର ପ୍ରଭାରୀ ନିରୀକ୍ଷକ ଧର୍ମେନ୍ଦ୍ର କୁମାର ସିଂ କହିଲେକି ବର୍ତ୍ତମାନ ଝିଅଙ୍କ ଘର ତରଫରୁ କୌଣସି ଅଭିଯୋଗ ରୁଜ୍ଜୁ ହୋଇନାହିଁ। ଯଦି କୌଣସି ଅଭିଯୋଗ ମିଳେ ତେବେ ବର ଓ ତାଙ୍କର ପରିବାର ଉପରେ ନିୟମାନୁସାରେ ଏକ୍ସନ ନିଆଯିବ। ବର୍ତ୍ତମାନ କନ୍ୟା ବିବାହ ଭାଙ୍ଗିବା ସଦ୍ଦମାରେ ଅଛନ୍ତି। ତାଙ୍କୁ ବିଶ୍ୱାସ ହେଲାନିକି ବର ତାଙ୍କୁ ଏତେ ବଡ ଧୋକା ଦେଇଛନ୍ତି। ଅବଶ୍ୟ ଭଲ ହେଲାକି ବିବାହ ପୂର୍ବରୁ ବରର ପୋଲ ଖୋଲିଗଲା। ନହେଲେ ଜୀବନ ବର୍ବାଦ ହୋଇଯାଇଥାନ୍ତା। ବର୍ତ୍ତମାନ ସେ ବଞ୍ଚିଗଲେ।

Leave A Reply

Your email address will not be published.