ବିଶ୍ଵ ରେକର୍ଡ ଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତୀୟ ଦଳ, ଆଫ୍ରିକା ବିରୁଦ୍ଧରେ ରଚିବ ଏହି ବଡ ଇତିହାସ !

0

Get real time updates directly on you device, subscribe now.

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ:-

ଭାରତୀୟ ଦଳ ଟି-୨୦ କ୍ରିକେଟ ମଧ୍ୟରେ ସବୁଠାରୁ ସଫଳ ଦଳ ମଧ୍ୟରୁ ଅଟେ। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୯ ଜୁନରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ଭାରତୀୟ ଦଳ ପାଇଁ ବହୁତ ଗୁରୁତ୍ବପୁର୍ଣ ରହିବ। ଏହି ମ୍ୟାଚରେ ଭାରତୀୟ ଦଳ ଏକ ବିଶ୍ୱ ରେକର୍ଡ କରିପାରେ। ଭାରତୀୟ ଦଳ ପ୍ରତ୍ୟେକ ସ୍ଥିତିରେ ମ୍ୟାଚ ଜିତିବାକୁ ଚାହିଁବ।

ବିଶ୍ଵ ରେକର୍ଡରୁ ଗୋଟିଏ କଦମ ଦୂର:-

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ପାଇଁ ଐତିହାସିକ ମ୍ୟାଚ ହୋଇପାରେ। ଭାରତୀୟ ଦଳ ଯଦି ଏହି ମୁକାବିଲାରେ ଜିତେ ତେବେ ସେ ଟି-୨୦ କ୍ରିକେଟରେ ଲଗାତାର ୧୩ଟି ମ୍ୟାଚ ଜିତିଥିବା ପ୍ରଥମ ଦଳ ହୋଇଯିବ। ଭାରତୀୟ ଦଳକୁ ବିଶ୍ଵ ରେକର୍ଡ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଯେ କୌଣସି ସ୍ଥିତିରେ ହରାଇବାକୁ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ଓ ରୋମାନିଆ ଦଳ ଟି-୨୦ରେ ଲଗାତାର ୧୨ଟି ମ୍ୟାଚ ଜିତି ରେକର୍ଡ ନିଜ ନାମରେ କରିସାରିଛନ୍ତି।

କେଏଲ ରାହୁଲଙ୍କୁ ପ୍ରଥମ ଦଳର ଅପେକ୍ଷା:-

ଭାରତୀୟ ଦଳ ପାଇଁ ଏହି ମୁକାବିଲା ଏତେ ସହଜ ରହିବ ନାହିଁ। ଏହି ସିରିଜରେ ଦଳର ଦାୟିତ୍ଵ କେଏଲ ରାହୁଲଙ୍କ କାନ୍ଧରେ ରହିବ। କେଏଲ ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ମ୍ୟାଚ ଜିତିନାହାନ୍ତି। ସେ ୪ଟି ମ୍ୟାଚରେ ଭାରତୀୟ ଦଳ ପାଇଁ ଅଧିନାୟିକତ୍ଵ କରିସାରିଛନ୍ତି। ଦଳକୁ ଏହି ମ୍ୟାଚରେ କେବଳ ପରାଜୟ ମିଳିଛି। ଖାସ କଥା ହେଉଛିକି କେଏଲ ରାହୁଲଙ୍କ ଅଧିନାୟିକତ୍ଵରେ ଭାରତୀୟ ଦଳ ଏହି ସମସ୍ତ ମ୍ୟାଚ ସାଉଥ ଆଫ୍ରିକା ବିରୁଦ୍ଧରେ ଖେଳିଛନ୍ତି।

ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଭାରତୀୟ ଦଳ:-

ଟି-୨୦ ସିରିଜର ପାଞ୍ଚଟି ମ୍ୟାଚ ବିଶିଷ୍ଟ ମ୍ୟାଚ ଅଲଗା ଅଲଗା ସ୍ଥାନରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଟି-୨୦ ସିରିଜ ବହୁତ ରୋମାଞ୍ଚକର ରହିବ। ଗତବର୍ଷ ଆଫ୍ରିକା ଟୁରରେ ଭାରତକୁ ଟେଷ୍ଟ ସିରିଜ ୨-୧ ଓ ଦିନକିଆ ସିରିଜରେ କ୍ଲିନ ସ୍ଵିପରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏମିତିରେ ଭାରତ ନିକଟରେ ସାଉଥ ଆଫ୍ରିକା ଟୁରରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାର ଭଲ ସୁଯୋଗ ରହିବ।

Leave A Reply

Your email address will not be published.