ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ! ପୁଣି ବଢ଼ିବ ଦରମା

0

Get real time updates directly on you device, subscribe now.

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଭତ୍ତା ପରେ ଆଉ ଏକ ବଡ଼ ଖବର ଆସୁଛି । ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାର ମାର୍ଚ୍ଚରେ ଘୋଷଣା କରିଥିଲେ । ଏହା ପରେ ଏପ୍ରିଲରେ ଏହାକୁ ବକେୟା ଅର୍ଥ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜୁଲାଇରେ, ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଉଛି ବୋଲି ଜଣା ପଡିଛି । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ପାଇଁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରା ଯାଇପାରିବ ।

ମାର୍ଚ୍ଚରେ ଆସିଥିବା ଅଲ୍ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ଏ-ଆଇ-ସି-ପି-ଆଇରୁ ଏହା ନିଶ୍ଚିତ ହୋଇଛି ଯେ ଜୁଲାଇ-ଅଗଷ୍ଟ ମାସରେ ମହଙ୍ଗା ଭତ୍ତା ୪% ହାରରେ ବୃଦ୍ଧି ପାଇବ । ଜାନୁଆରୀ ଏବଂ ଫେବୃଆରୀରେ ଏ-ଆଇ-ସି-ପି-ଆଇର ହ୍ରାସ ଜୁଲାଇ-ଅଗଷ୍ଟ ପାଇଁ ଡିଏ (ମହଙ୍ଗା ଭତ୍ତା) ବୃଦ୍ଧି କରିବାର ସମ୍ଭାବନା କମ୍ ଥିଲା । କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ସଂଖ୍ୟା ଆସିବା ସହିତ ଆଶା ବୃଦ୍ଧି ପାଇଛି । ଯଦି ଜୁଲାଇ-ଅଗଷ୍ଟରେ ଡିଏ ବୃଦ୍ଧି ୪ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ ।

ତେବେ ଆରବିଆଇରୁ ମୁଦ୍ରାସ୍ଫୀତି ବୃଦ୍ଧି ଉପରେ ଦୃଷ୍ଟି ରଖି ଡିଏ ବୃଦ୍ଧି ୪ ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରାଯାଇ ଥିଲା । ମହଙ୍ଗା ଭତ୍ତା ୩୮% ରୁ ଅଧିକ ହେବ । ଜାନୁଆରୀ ଏବଂ ଫେବୃଆରୀ ୨୦୨୨ ପାଇଁ ଏ-ଆଇ-ସି-ପି ସୂଚକାଙ୍କରେ ହ୍ରାସ ଘଟିଥିଲା । ଜାନୁଆରୀରେ ସୂଚକାଙ୍କ ୧୨୫.୧ ଏବଂ ଫେବୃଆରୀରେ ୧୨୫ ଥିଲା । ମାର୍ଚ୍ଚରେ ଏହା ୧ ପଏଣ୍ଟ ବୃଦ୍ଧି ପାଇ ୧୨୬ ରେ ପହଞ୍ଚିଥିଲା । ଏପ୍ରିଲ୍ ପର୍ଯ୍ୟନ୍ତ ଏହି ସଂଖ୍ୟା ୨.୭ ପଏଣ୍ଟ ଉପରକୁ ଉଠିଛି । ଯଦି ଏହି ସଂଖ୍ୟା ୧୨୬ ରୁ ଅଧିକ ହୁଏ ତେବେ ଡିଏ ବୃଦ୍ଧି ୪ ପ୍ରତିଶତରୁ ଅଧିକ ହୋଇପାରେ ।

ଜାନୁଆରୀ ଏବଂ ଜୁଲାଇରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଏ-ଆଇ-ସି-ପି ସୂଚକାଙ୍କ ତଥ୍ୟ ପ୍ରକାଶ ପାଇଛି । ଏଗୁଡିକ ଆଧାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ସରକାରୀ କର୍ମଚାରୀମାନେ ୩% ଡ଼ିଏ ହାଇକ ରେ ଉପହାର ପାଇଛନ୍ତି । ଆଉ ବର୍ତ୍ତମାନ ତାଙ୍କର ମୋଟ ଡିଏ ୩୪ ରୁ ୩୮ ପ୍ରତିଶତରେ ପହଞ୍ଚିବ । ପରବର୍ତ୍ତୀ ମହଙ୍ଗା ଭତ୍ତା କେବଳ ଜୁଲାଇ ପରେ ଘୋଷଣା କରାଯିବ । ପ୍ରକାଶ ଥାଉ ଯେ, କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଜୀବନଧାରଣର ମୂଲ୍ୟରେ ଉନ୍ନତି ଆଣିବା ପାଇଁ ମହଙ୍ଗା ଭତ୍ତା ଦିଆଯାଉଛି ।

Leave A Reply

Your email address will not be published.