KK-Death-Mystery : ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ ? ମୃତ୍ୟୁକୁ ନେଇ ଉଠିଲା ୫ଟି ବଡ଼ ପ୍ରଶ୍ନ !

0

Get real time updates directly on you device, subscribe now.

ବଲିଉଡ ଜଗତରେ ପୁଣି ଖେଳିଲା ଦୁଃଖର ଛାୟା । ବଲିଉଡ୍ ଜଗତର ଜଣେ ସୁନାମ ଧନ୍ୟ ଗାୟକ କୃଷ୍ଣ କୁମାର କୁନ୍ନଥଙ୍କ ମୃତ୍ୟୁରେ ସାରା ବଲିଉଡ୍ ଜଗତ ସ୍ଥବ୍ଧ ହେଇଯାଇଛି। ମଙ୍ଗଳବାର ଦିନ ବିଲମ୍ୱିତ ରାତି ରେ ତାଙ୍କର କୋଲକାତା ସ୍ଥିତ ଏକ ସ୍ଥାନରେ ମୃତ୍ୟୁ ହୋଇଛି । ସେ ତାଙ୍କ ଜୀବନ ସମୟ ଅବଧିର ମାତ୍ରା ୫୩ ବର୍ଷ ବୟସରେ ଗୋଡ଼ ଦେଇଥିଲେ । କୋଲକାତାର ଏକ କଲେଜରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଦର୍ଶନ କରିବାକୁ କେକେ ଯାଇଥିଲେ । କାର୍ଯ୍ୟକ୍ରମ ରେ ଲାଇଭ୍ ଶୋ’ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡି ଯିବାରୁ ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ ତାଙ୍କ ହୋଟେଲରେ ପହଞ୍ଚି ଥିଲେ ଓ ସେଠାରେ ସେ ଅଚାନକ ତଳେ ପଡ଼ିଯାଇଥିଲେ ।

ଏହା ପରେ କେକେ ଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ କେକେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର କଥା ସାମ୍ନାକୁ ଆସିଥିଲା । ଡାକ୍ତର କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଆଶଙ୍କା କରିଥିବା ବେଳେ,ବଲିଉଡ ଗାୟକ କେକେ ଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

କେକେ ଙ୍କ ମୃତ୍ୟୁ ସହ ଜଡିତ ଅନେକ ଖବର ବର୍ତ୍ତମାନ ଧିରେ ଧିରେ ସାମ୍ନାକୁ ଆସୁଛି।ଯେଉଁଥିରେ ତାଙ୍କ ମୃତ୍ୟୁ ସ୍ୱାଭାବିକ ହେବାର ସମ୍ଭାବନା ଉପରେ ସନ୍ଦେହ ଉପୁଜିଛି । ତେବେ କେକେ ଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରୀକ୍ଷା ପରେ ହିଁ ଜଣାପଡିବ ବୋଲି କୁହା ଯାଇଛି । କେକେଙ୍କ ମୃତ୍ୟୁ ପଛର ସବୁଠାରୁ ବଡ଼ କାରଣ ଶୋ’ର ଆୟୋଜକଙ୍କ ଦ୍ୱାରା ଶୋ’ର ଭୁଲ୍ ପରିଚାଳନା ବୋଲି କୁହାଯାଉଛି । କନସର୍ଟରେ ପ୍ରାୟ ୫୦୦୦ ଲୋକ ଥିଲେ। ଯେଉଁଠାରେ କନ୍ସର୍ଟ ଚାଲିଥିଲା ସେଠାରେ କେବଳ ୨୦୦୦-୨୫୦୦ ଲୋକଙ୍କ କେପାସିଟି ଥିବା ବେଳେ ଭିଡ଼ କୁ ଅଲଗା କରିବା ପାଇଁ ଗ୍ୟାସ୍ ମଧ୍ୟ ବ୍ୟବହୃତ ହୋଇଥିଲା।ତଥାପି କିଛି ଲୋକ ଜବରଦସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିଥିଲେ ।

ପଶ୍ଚିମବଙ୍ଗର ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ଏନେଇ ସ୍ୱର ଉଠାଇ ଥିବା ବେଳେ । କେକେଙ୍କ ମୃତ୍ୟୁକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । କେକେଙ୍କ ମୁହଁରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏହି କଥା କେକେ ପ୍ରଶଂସକଙ୍କୁ ଚିନ୍ତିତ କରିପାରେ, ଯେଉଁଥିରେ କୁହାଯାଉଛି ଯେ ତାଙ୍କ ମୁହଁ ଓ ଓଠରେ ଆଘାତ ଚିହ୍ନ ଅଛି । କେକେଙ୍କ ଏହି ଚିହ୍ନ ଖସିବା କାରଣରୁ ହୋଇଛି ନା ଏହାର ଅନ୍ୟ କିଛି କାରଣ ଅଛି?ଏହି କାର୍ଯ୍ୟକ୍ରମ ର ଆୟୋଜନ ଠିକ୍ ଭାବେ ହୋଇ ନଥିବା ସହିତ ସେହି ଆୟଜନ ରେ କିଛି ନିହାତି କମି ରହିଚି ବୋଲି ଦିଲୀପ ଘୋଷ କହିଛନ୍ତି ।

Leave A Reply

Your email address will not be published.