ବିବାହର ପ୍ରଲୋଭନ ଦେଖାଇ ପୁରୁଷ ଯଦି ବଳାତ୍କାର କରୁଛି ତାହେଲେ ଏହା ଉପରେ କେସ ହେଉଛି କିନ୍ତୁ ଜଣେ ନାରୀ ଯଦି ଏମିତି କରୁଛି ତାହେଲେ କଣ ପାଇଁ କେସ ହେଉନାହିଁ…ଇଏ କି ପ୍ରକାରର ଆଇନ?

0

Get real time updates directly on you device, subscribe now.

କେରଳ ହାଇକୋର୍ଟ ଦୁଷ୍କର୍ମ ଭଳି ଅପରାଧକୁ କେବଳ ଏକ ଜେଣ୍ଡର ସହିତ ଜଡ଼ିତ କରି ଦେଖିବାକୁ ଭୁଲ କହିଛି। କୋର୍ଟର କହିବା ହେଲା ଯଦି ବିବାହର ପ୍ରସ୍ତାବ ଦେଇ ଯଦି କୌଣସି ମହିଳା ଜଣେ ପୁରୁଷକୁ ଧୋକା ଦେଉଛି ତାହେଲେ ତାହା ଉପରେ କେସ ହେଉନାହିଁ କିନ୍ତୁ ଯଦି ଜଣେ ପୁରୁଷ ଏହା କରୁଛି ତାହେଲେ ତାକୁ ଦଣ୍ଡ ଦିଆଯାଉଛି। ଏହା କି ପ୍ରକାରର ଆଇନ? ଏହି ଅପରାଧ ଜେଣ୍ଡର ନ୍ୟୁଟ୍ରାଲ ହେବା ଉଚିତ।

କଷ୍ଟଡ଼ି କେସର ଶୁଣାଣି ସମୟରେ ଏହାର ଫଇସଲା ହୋଇଥିଲା:-

କୋର୍ଟ ଜଣେ ଛାଡ଼ପତ୍ର ହୋଇସାରିଥିବା ପ୍ୟାରେଣ୍ଟସଙ୍କ ପିଲାର କଷ୍ଟଡ଼ି କେସର ଶୁଣାଣି ସମୟରେ ଏହାର ଫଇସଲା ନେଇଥିଲେ। କୋର୍ଟ କହିଛି କି, ରେପ ଭଳି ଅପରାଧକୁ ଜେଣ୍ଡର ସହିତ ଯୋଡ଼ି ଦେଖାଯିବା ଅନୁଚିତ। ଏହାକୁ ଜେଣ୍ଡର-ନ୍ୟୁଟ୍ରାଲ ବନାଇବା ଉଚିତ।

ଶୁଣାଣି କରୁଥିବା ଜଷ୍ଟିସ ଏ ମୁହମ୍ମଦ ମୁସ୍ତାକ ସେତେବେଳେ ଏହା କହିଥିଲେ ଯେତେବେଳେ ତାଙ୍କ ପ୍ରତିପକ୍ଷ ମହିଳାଙ୍କ ଓକିଲ ବୟାନ ଡରି କହିଥିଲେ କି, ମହିଳାଙ୍କ ପତି ପୂର୍ବରୁ ରେପ କେସରେ ଜଡ଼ିତ ରହି ସାରିଛନ୍ତି। ଏଥିରେ କୁହାଯାଇଥିଲା କି, ବ୍ୟକ୍ତି ଜଣକ ବିବାହର ପ୍ରସ୍ତାବ ଦେଇ ରେପ କରିଥିଲେ।

IPC ସେକ୍ସନ 376 ରେ ରେପ ପାଇଁ ଦଣ୍ଡର ପ୍ରବଧାନ:-

ଉଭୟ ପକ୍ଷଙ୍କ ଶୁଣାଣି ଶୁଣିବା ପରେ ଜଜ ଭାରତୀୟ କାନୁନ ସଂହିତା ସେସନ 376 ରେ ନିଜର ଚିନ୍ତା ଜାହିର କରିଥିଲେ। ଜଜ କହିଥିଲେ, ଏହି କାନୁନ ଜେଣ୍ଡର-ନ୍ୟୁଟ୍ରାଲ ନୁହେଁ। ଏହି ସମୟରେ ଆଉ ଏକ କେସର ଶୁଣାଣି ସମୟରେ ଏହି ପ୍ରଶ୍ନ ଉଠାଇ ସେ କହିଥିଲେ କି, IPC ରେ ରେପ ର ଅପରାଧ ପାଇଁ ତୟ କରାଯାଇଥିବା କାନୁନ ପ୍ରବଧାନ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଅଟେ। କିନ୍ତୁ ଏହା ହେବା ଉଚିତ ନୁହେଁ।

ବିଗତ ମାସରେ କୋର୍ଟ ଏମିତି ଏକ ଫଇସଲା ନେଇଥିଲା:-

ମେ ମାସରେ କେରଳ ହାଇକୋର୍ଟ ରେପ କରିଥିବା ଡ଼କ୍ଟରଙ୍କୁ ବେ-ଲ ଦେଇଥିଲେ। ଜଣେ ଡ଼କ୍ଟର ଆଉଜଣେ ଡ଼କ୍ଟରଙ୍କୁ ରେପ କରିବାର ଅଭିଯୋଗ ଆସିଥିଲା। କିନ୍ତୁ କୋର୍ଟ କହିଥିଲା ପ୍ରାରମ୍ଭିକ ପ୍ରମାଣରୁ ଜଣାପଡ଼ୁଛି ଉଭୟଙ୍କ ମଧ୍ୟରେ ସହମତି ହୋଇ ସମ୍ଵନ୍ଧ ବନାଯାଇଥିଲା।

ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସି ଜୟଚନ୍ଦ୍ରନ କହିଥିଲେ କି, ନିବେଦନ କର୍ତା ଅଭିଯୋଗ ଜାରି କରିଛନ୍ତି କି, ଆରୋପୀ କେତେକ ସ୍ଥାନରେ ଓ ମୌକା ମିଳିବା ସମୟରେ ତାଙ୍କ ସହ ରେପ କରିଥିଲେ। ଏଥିରୁ ବୁଝାପଡ଼ୁଛି କି, ଉଭୟଙ୍କ ସହମତି ଥିଲା।ଏଥିରେ ପ୍ରଶ୍ନ ଉଠୁଛି କଣ ପୁରୁଷ ଡ଼କ୍ଟର ବିବାହର ପ୍ରସ୍ତାବ ଦେବାପରେ ମହିଳା ଡ଼କ୍ଟର ସମ୍ଵନ୍ଧ ବନାଇବାକୁ ଅନୁମତି ଦେଇଥିଲେ? ଏହି ପ୍ରଶ୍ନର ଜବାବ ଟ୍ରାୟଲ କୋର୍ଟ ଯିବାପରେ ହିଁ ମିଳିପାରିବ।

Leave A Reply

Your email address will not be published.