ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଦୀପକ ଚହର,ଦେଖନ୍ତୁ ବାହାଘର ସମୟର କିଛି ଭିଡ଼ିଓ ….

0

Get real time updates directly on you device, subscribe now.

Deepak Chahar Jaya Bhardwaj Marriage: ଟିମ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହର ଏବଂ ଜୟା ଭାରଦ୍ୱାଜ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଏହି ବିବାହ ସମାରୋହ ବୁଧବାର (ଜୁନ ୧) ଆଗ୍ରାରେ ଅନୁଷ୍ଠିତ ହୋଇଥିଲା | ଦୀପକ ବ୍ୟାଣ୍ଡବାଜା ସହିତ ଧୁମଧାମରେ ବରଯାତ୍ରୀ ନେଇ ପହଞ୍ଚିଲେ | କନ୍ୟା ଜୟାଙ୍କ ଘରଲୋକେ ଦୀପକଙ୍କର ବହୁତ ଭଲ ଭାବେ ସ୍ୱାଗତ କଲେ |

୨୯ ବର୍ଷୀୟ ଦୀପକ ସାଜସଜ୍ଜା ହୋଇଥିବା ରଥରେ ବସି କନ୍ୟାକୁ ନେବାକୁ ପହଞ୍ଚିଲେ | ମ୍ୟାରେଜ ଗାର୍ଡେନରେ ପହଞ୍ଚିବା ପରେ ଦୀପକ ଏବଂ ଜୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଏବଂ ବିବାହର ଅନ୍ୟ ରୀତିନୀତି ପୁରା କଲେ | ଏହି ବିବାହ ଉତ୍ସବରେ କେବଳ ୨୦୦ ରୁ ୨୫୦ ଜଣ ସ୍ପେଶାଲ ଗେଷ୍ଟଙ୍କୁ ନିମନ୍ତ୍ରଣ କରାଯାଇଥିଲା |

କିଏ ଏହିକଣୟ ଜୟା ଭାରଦ୍ୱାଜ ?

ଦିଲ୍ଲୀର ବାସିନ୍ଦା ଜୟା ଭାରଦ୍ୱାଜ ଏକ କର୍ପୋରେଟ ଫର୍ମ ସହିତ ଜଡିତ | ଜୟା ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି |ଇନଷ୍ଟାଗ୍ରାମରେ ଜୟା ନିଜକୁ ‘ଡାୟନାମିକ ଇଣ୍ଟରପ୍ରନ୍ୟର’ ଏବଂ ‘ନନ ଟେକ୍ନିକାଲ ଟେକି’ ବୋଲି କହିଛନ୍ତି |

ଜୟାଙ୍କ ଭାଇ ହେଉଛନ୍ତି ସିଦ୍ଧାର୍ଥ ଭାରଦ୍ୱାଜ, ଯିଏ ‘ବିଗ ବସ’ ଖ୍ୟାତି ଅର୍ଜନ କରିଛନ୍ତି | ସିଦ୍ଧାର୍ଥ ମଧ୍ୟ MTV ସ୍ପ୍ଲିଟ୍ସଭିଲା ସିଜନ 2 ର ବିଜେତା ଅଟନ୍ତି | ଭଉଣୀ ଜୟାଙ୍କ ନିର୍ବନ୍ଧ ଉପରେ ସିଦ୍ଧାର୍ଥ ମଧ୍ୟ ଫଟୋ ସେୟାର କରି ଅଭିନନ୍ଦନ ଜଣାଇଥିଲେ |

ଦୀପକ ଚହର ହେଉଛନ୍ତି ଆଇପିଏଲ ଷ୍ଟାର :-

ସେହିପରି ଦୀପକ ଚହର ୨୦୧୬ ଠାରୁ ଆଇପିଏଲ ଖେଳୁଛନ୍ତି | ସେ ଆଇପିଏଲରୁ ଖ୍ୟାତି ଅର୍ଜନ କରିଥିଲେ | ଦୀପକ ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ପୁଣେ ସୁପରଜିଆଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ କ୍ରିକେଟ ଖେଳିଛନ୍ତି | ଚେନ୍ନାଇ ଆଇପିଏଲ 2022 ର ମେଗା ଆକ୍ସନ ସମୟରେ ୧୪ କୋଟି ଟଙ୍କାର ନିଲାମରେ କିଣିଥିଲା | ଅବଶ୍ୟ ପିଠିରେ ଆଘାତ ହେତୁ ଦୀପକ ପୁରା ଆଇପିଏଲ ସିଜିନ ଠାରୁ ଦୂରେଇ ରହିଥିଲେ | ଚେନ୍ନାଇ ଟିମ ମଧ୍ୟ ୧୪ ଟି ମଧ୍ୟରୁ ମାତ୍ର ୪ ଟି ମ୍ୟାଚ ଜିତିଲା ଏବଂ ପ୍ଲେ ଅଫରୁ ବାହାର ହୋଇଯାଇଥିଲା |

ଦୀପକ ଟିମ ଇଣ୍ଡିଆ ପାଇଁ ୭ ଟି ODI ଏବଂ ୨୦ଟି ଟି-20 ମ୍ୟାଚ ଖେଳିଛନ୍ତି | ସେ ODI ରେ ୧୦ ୱିକେଟ ଏବଂ ଟି-20 ରେ ୨୬ ୱିକେଟ ନେଇଛନ୍ତି | ଆହତ କାରଣରୁ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦୀପକ ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି | ଭାରତୀୟ ଟିମକୁ ଜୁନ ୯ ରୁ ଆଫ୍ରିକା ବିପକ୍ଷରେ ୫ଟି ଟି-20 ର ଘରୋଇ ସିରିଜ ଖେଳିବାକୁ ପଡିବ |

Leave A Reply

Your email address will not be published.