ଗର୍ଭବତୀ ମହିଳା ଦେଲେ ଗୋଟିଏ ପିଲାକୁ ଜନ୍ମ ଏବଂ ସେହି ପିଲାର ପେଟ ଭିତରେ ମଧ୍ୟ ବଢ଼ୁଥିଲା ଆଉ ଗୋଟିଏ ଶିଶୁ,ଏହା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ

0

Get real time updates directly on you device, subscribe now.

ବିହାରର ମୋତିହାରିରୁ ଗୋଟିଏ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି, ଯାହାକୁ ପଢ଼ିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ବାସ୍ତବରେ ଜଣେ ଗର୍ଭବତୀ ମହିଳା ଗୋଟିଏ ପିଲାକୁ ଜନ୍ମ ଦେଲେ ଏବଂ ସେହି ପିଲାର ପେଟ ଭିତରେ ମଧ୍ୟ ଗୋଟିଏ ଶିଶୁ (ଭ୍ରୁଣ) ଥିବାର ଖବର ସାମ୍ନାକୁ ଆସିଛି ।

ଆପଣ ଏକାବେଳେ ଦୁଇଟି ପିଲା କିମ୍ବା ତିନୋଟି ପିଲା ଏବଂ 4ଟି ପିଲାଙ୍କ ଜନ୍ମ ହେବାର ଖବର ଶୁଣିଥିବେ, କିନ୍ତୁ ଏପରି ମାମଲା ବହୁତ୍ କମ୍ ହିଁ ସାମ୍ନାକୁ ଆସିଥାଏ । ଯେଉଁଥିରେ ଜନ୍ମ ନେଇଥିବା ପିଲା ଭିତରେ ମଧ୍ୟ ଆଉ ଗୋଟିଏ ଶିଶୁ ଥିବ । ତେବେ ବାୟୋଲୋଜିକାଲ ଅଭାବ କାରଣରୁ ଏପରି କିଛି ମାମଲା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ ବର୍ତ୍ତମାନ ଏହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ ମୋତିହାରିର ରହମାନିୟା ମେଡିକାଲ୍ ସେଣ୍ଟରରେ 40 ଦିନର ଗୋଟିଏ ପିଲାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତରମାନେ କହିଛନ୍ତି ଯେ ପିଲାମାନଙ୍କ ପେଟ ଫୁଲି ଯାଇଥିଲା । ପେଟ ଫୁଲିବା ଏବଂ ପରିସ୍ରା ଅଟକିବା କାରଣରୁ ଡାକ୍ତର ଏହାର କାରଣକୁ ଜାଣିବାକୁ ଚେଷ୍ଟାରେ ଲାଗିପଡ଼ିଛନ୍ତି ।

ରହମାନିୟା ମେଡିକାଲ୍ ସେଣ୍ଟରର ଡାକ୍ତର ତବରେଜ ଅଜିଜ ରୋଗୀର ପରିବାର ଲୋକଙ୍କୁ କିଛି ଜରୁରୀ ଟେଷ୍ଟ କରାଇବା ପାଇଁ କହିଛନ୍ତି । କିନ୍ତୁ ସିଟି ସ୍କାନ ଏବଂ ଅନ୍ୟ ଯାଞ୍ଚ ରିପୋର୍ଟ୍ ଆସିବାପରେ ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ପିଲା ପେଟରେ ମଧ୍ୟ ଆଉ ଗୋଟିଏ ପିଲା ଥିବାର ସୂଚନା ସାମ୍ନାକୁ ଆସିଲା ।

ରହମାନିୟା ମେଡିକାଲ୍ ସେଣ୍ଟରର ଡାକ୍ତର ଓମର ତବରେଜ ଅଜିଜଙ୍କ ଅନୁଯାୟୀ, ମେଡିକାଲ ଭାଷାରେ ଏହାକୁ ଫିଟସ ଆଣ୍ଡ ଫିଟୁ ଅର୍ଥାତ୍ ପିଲା ପେଟରେ ପିଲା ବୋଲି କୁହାଯାଏ । ଏହା ନିଜ ପ୍ରକାରର ରେୟର୍ କେସ ଅଟେ, ଯାହା 5 ଲକ୍ଷ ମଧ୍ୟରୁ ଜଣଙ୍କ ମଧ୍ୟରେ ଦେଖାଯାଏ ।

ଏହାପରେ ଡାକ୍ତର ପିଲାର ସର୍ଜରୀ କରି ସେହି ଭ୍ରୁଣକୁ ବାହାର କଲେ, ଯାହା ପରେ ସେ ବର୍ତ୍ତମାନ ବିଲକୁଲ ଠିକ୍ ଅଛି ଏବଂ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

Leave A Reply

Your email address will not be published.