ହାର୍ଦିକଙ୍କ କ୍ୟାପ୍ଟେନ୍ସି ଆଉ ନେହେରାଙ୍କ ପ୍ଲାନ, ଏହି ପାଞ୍ଚଟି କାରଣ ଯୋଗୁଁ ଆଇପିଏଲ ୨୦୨୨ ଚମ୍ପିୟାନ ହେଲା ଗୁଜୁରାଟ ଟାଇଟାନ୍ସ….

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟର ଲିଗ 2022 ରେ ପ୍ରଥମ ଥର କରି ଭାଗ ନେଇଥିବା ଗୁଜୁରାଟ ଟାଇଟାନ୍ସ ଦଳ ସିଜିନ ଆରମ୍ଭରୁ ଯେତେବେଳେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ବନାଇଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ଥିଲେ କାରଣ ଏହାପୂର୍ବରୁ ହାର୍ଦିକ କୌଣସି ଟିମ ର ଅଧିନାୟକତା କରିନଥିଲେ କିନ୍ତୁ ଆଜି ଦଳ ଚମ୍ପିୟାନ ହେବାପରେ ସମସ୍ତଙ୍କୁ ତାଙ୍କର ପ୍ରଶ୍ନ ସହିତ ଉତ୍ତର ମଧ୍ୟ ମିଳିସାରିଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଦିନ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜୁରାଟ 7 ଉଇକେଟରେ ରାଜସ୍ଥାନକୁ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭରରେ 130 ରନ କରିଥିଲା ଓ ଗୁଜୁରାଟ ଏହାକୁ ବହୁତ ସହଜରେ ଟାର୍ଗେଟ ବନାଇଥିଲା।

କେବଳ ଫାଇନାଲ ମ୍ୟାଚ ନୁହେଁ ପୁରା ସିଜିନରେ ଗୁଜୁରାଟ ଏମିତି ପ୍ରଦର୍ଶନ କରିଥିଲା ଯାହାଦ୍ୱାରା ଦଳ ଚାମ୍ପିୟାନ ହୋଇଥିଲା। ଆସନ୍ତୁ ଜାଣିବା ସେହି ପାଞ୍ଚଟି ଫ୍ୟାକ୍ଟର ଯେଉଁଥିପାଇଁ ଦଳ ଚମ୍ପିୟାନ ହୋଇଥିଲା।

1. ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ କମାଲ:-

T-20 ବିଶ୍ୱକପ ପରେ ପାଣ୍ଡ୍ୟା ଯେତେବେଳେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହୋଇଥିଲେ ସେତେବେଳେ ସମସ୍ତେ ପ୍ରଶ୍ନ କରିବାକୁ ଲାଗିଲେ କିନ୍ତୁ ପାଣ୍ଡ୍ୟା ନିଜ ବୋଲିଂ ଓ ବ୍ୟାଟିଂରେ ଦଳକୁ ଲିଡ଼ କରି ସାବ୍ୟସ୍ତ କରିଦେଲେ ଓ ସେମାନଙ୍କୁ ଚୁପ ମଧ୍ୟ କରିଦେଲେ। ଟୁର୍ଣ୍ଣାମେଣ୍ଟରେ କିଛି ପରାଜୟ ପରେ ମଧ୍ୟ ହାର୍ଦିକ ହସି ହସି ଏହାର ଜବାବ ଦେଇଥିଲେ ଯେଉଁଥିରୁ ଜଣାପଡ଼ିଲା ଲିଡ଼ର ଭାବରେ ସେ ପରାଜୟ ସହ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ।

2. ଅଲ ରାଉଣ୍ଡର ରସିଦ ଖାନଙ୍କ ଫିରକି:-

ବର୍ତ୍ତମାନ ସମୟରେ ବିଶ୍ବରେ ରସିଦ ଖାନଙ୍କ ଠାରୁ ଭଲ T-20 ପ୍ଲେୟାର କେହି ନାହାଁନ୍ତି। ଗୁଜୁରାଟ ଏହି ସିଜିନରେ ତାଙ୍କୁ ଉପ- ଅଧିନାୟକ ବନାଇଥିଲା ଓ ସେ ନିଜର ପ୍ରଦର୍ଶନ ମଧ୍ୟ ଦମଦାର ଦେଇଥିଲେ। ଏହି ସିଜିନରେ ସେ 19ଟି ଉଇକେଟ ନେଇଥିଲେ ଓ ଇକୋନୋମି 7 ରୁ ମଧ୍ୟ କମ ଥିଲା। ଆଇପିଏଲରେ ଏହି ଇକୋନୋମି ବହୁତ ବଢ଼ିଆ। ସେ ଗୁଜୁରାଟକୁ ଦୁଇଟି ତିନୋଟି ମ୍ୟାଚରେ ବ୍ୟାଟିଂ କରି ଜିତାଇଛନ୍ତି। ନିଜେ ରସିଦ ଖାନ କୁହନ୍ତି କି, ସେ ଜଣେ ଅଲରାଉଣ୍ଡର।

3. ଫିନିସର ମଚାଇଲେ ତବାହୀ:-

ଏହି ସିଜିନରେ ଗୁଜରାଟ ପାଇଁ ଫିନିସର ବହୁତ ବଡ଼ ଭୂମିକା ନିଭାଇଥିଲେ। ରାହୁଲ ତେବତିଆ ଓ ଡେଭିଡ଼ ମିଲର ମିଳିତ ଭାବରେ ଦଳକୁ କେତେକ ମ୍ୟାଚ ଜିତାଇଛନ୍ତି। ଏମାନଙ୍କ ମଧ୍ୟରୁ କେହି ଜଣେ ବି ଦଳକୁ ସଙ୍କଟ ସମୟରେ ମଧ୍ୟ ଉଦ୍ଧାର କରିଛନ୍ତି। ବହୁତ ସମୟ ପରେ ଡେଭିଡ଼ ମିଲର ଆଇପିଏଲରେ ଚମକିଥିଲେ ଓ ଏମିତି ଚମକିଲେ ଯେ, ଦଳକୁ ସିଧା ଚମ୍ପିୟାନ ବନାଇଦେଲେ। ସେ ଏହି ସିଜିନରେ 484 ରନ ବନାଇଲେ। ସେପଟେ ରାହୁଲ ତେବତିଆ 12 ଟି ଇନିଂସରୁ 212 ରନ କରିଥିଲେ।

4. ପେସ ବୋଲିଂ ରହିଲା ଖାଆସ:-

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅନୁଭବ ଦଳ ପାଇଁ ଲାଭ ଦାୟକ ସାବ୍ୟସ୍ତ ହେଲା। ଶାମି 20ଟି ଉଇକେଟ ନେଇଥିଲେ ଓ ନିଜ ଦଳ ତରଫରୁ ଏହା ସବୁଠାରୁ ଅଧିକ ଥିଲା। ସବୁଠାରୁ ଖାଆସ କଥା ହେଲା ପ୍ରାୟତଃ ପ୍ରତ୍ୟେକ ମ୍ୟାଚରେ ଶାମି ଆରମ୍ଭରୁ ନିଜ ଦଳକୁ ସଫଳତା ଦେଇଥିଲେ। କିଛି ମ୍ୟାଚରେ ସେ ମହଙ୍ଗା ପଡ଼ିଥିଲେ ସତ କିନ୍ତୁ ଅନ୍ୟ ଜଣେ ବୋଲର ମଧ୍ୟ ଏହାକୁ ବାରଣ କରି ଦେଉଥିଲା। ମହମ୍ମଦ ଶାମିଙ୍କ ବ୍ୟତୀତ ଲକି ଫରଗୁସନ ମଧ୍ୟ ନିଜ ଦ୍ରୁତ ଗତି ଦ୍ୱାରା ବିରୋଧୀକୁ ପ୍ରତିରୋଧ କରିଥିଲେ। ସମ୍ପୂର୍ଣ୍ଣ ସିଜିନରେ ସେ 12ଟି ଉଇକେଟ ନେବାସହ 157.30 କିଲୋମିଟର ପ୍ରତିଘଣ୍ଟା ବେଗରେ ବୋଲିଂ କରିଥିଲେ ଯାହାକି ସିଜିନରେ ସବୁଠାରୁ ଦ୍ରୁତ ଗତି ଥିଲା।

5. ନେହେରାଙ୍କ ପ୍ଲାନିଂ:-

ଏକ ଫୋଟୋ ଭାଇରାଲ ହେଉଛି ଯେଉଁ ଫୋଟରେ ଗୁଜରାଟର ମୁଖ୍ୟ କୋଚ୍ ଆଶିଷ ନେହେରା ଏକ କାଗଜ କଲମ ଧରି ବୁଲୁଛନ୍ତି। ସେ ସର୍ବଦା ଦଳର ଖେଳାଳି ମାନଙ୍କୁ ଗୋଟିଏ ମନ୍ତ୍ର ଦେଇଛନ୍ତି କି, ଟେନସନ ନନେଇ କେବଳ ମ୍ୟାଚ ଖେଳିଚାଲ ଫଳାଫଳ ଆପେ ଦିଶିବ। ହାର୍ଦିକ ପାଣ୍ଡ୍ୟା କହିଥିଲେ, ଆଶିଷ ଭାଇ ସମ୍ପୂର୍ଣ୍ଣ ବୋଲିଂ ୟୁନିଟ ସମ୍ଭାଳିଥିଲେ ଓ ଅକ୍ସନ ଟେବୁଲରେ ସେ ହିଁ ନିଷ୍ପତ୍ତି ନେଉଥିଲେ। ଏହାପରେ ଗ୍ୟାରି କ୍ରିଷ୍ଟାନ ଓ ନେହେରାଙ୍କ ଯୋଡ଼ି କମାଲ କରିଥିଲା।

Leave A Reply

Your email address will not be published.