ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିଜ ୟୁଜର ମାନଙ୍କ ପାଇଁ ନୂଆ ନୂଆଁ ପ୍ଲାନ ନେଇକରି ଆସିଛି କିନ୍ତୁ କହିରଖେ ଏହି ପ୍ଲାନ ଜିଓଫାଏ 4G ଓୟାରଲେସ ହଟସ୍ପଟ ଡିଭାଇସ କିଣିବା ପାଇଁ ଗ୍ରାହକଙ୍କ ପାଇଁ ଅଟେ|ଏହି ପ୍ଲାନ ଦର ୨୪୯ ଟଙ୍କା,୨୯୯ ଟଙ୍କା ଓ ୩୪୯ ଟଙ୍କା ଅଟେ|ତିନି ପ୍ଲାନର ବୈଧତା ଏକମାସ ଅଟେ|ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା|ଆପଣ ଏହାକୁ ମାଗଣାରେ ଘରେ ଲଗେଇ ପାରିବେ ବ୍ୟବହାର ପରେ ଫେରାଇ ପାରିବେ|
JioFi 249 Plan
ଜିଓ ଅଧିକାରିକ ୱେବସାଇଟ ଅନୁସାରେ ୨୪୯ ଟଙ୍କାର ଏହି ପ୍ଲାନ ସହ ୩୦ ଜିବି ଡାଟା ମିଳୁଛି ଓ ଏହାର ବୈଧତା ୧ ମାସ ଅଟେ|
JioFi 299 Plan
ଏହି ପୋଷ୍ଟପେଡ ରିଚାର୍ଜ ପ୍ଲାନ ସହ ଗ୍ରାହକକୁ ୪୦ ଜିବି ହାଇସ୍ପିଡ ଡାଟା ମିଳୁଛି|
JioFi 349 Plan
ଏହି ପ୍ଲାନରେ ୫୦ ଜିବି ହାଏ ସ୍ପିଡ ଡାଟା ମିଳୁଛି ଓ ଏହାକୁ ଆପଣ ଗୋଟିଏ ମାସରେ ବ୍ୟବହାର କରି ପାରିବେ|ତିନି ପ୍ଲାନ ସହ ଡାଟା ଲିମିଟ ସମାପ୍ତ ହେବାପରେ ସ୍ପିଡ କମ ହୋଇ ୬୪ କେବିପିଏସ୍ ରେ ଚାଲିବ|
ଉପରୋକ୍ତ କୈାଣସି ପ୍ଲାନ ଚୟନ କରୁଥିବା ୟୁଜର୍ସକୁ JioFi 4G wireless portable hotspot ଏକଦମ ମାଗଣା ଦିଆଯିବ କିନ୍ତୁ ବ୍ୟବହାର ପରେ ଫେରାଇବାକୁ ହେବ|ଏହି ପ୍ୟାକ ସହ ଭଏସ ଓ ଏସ୍ଏମ୍ଏସ ସୁବିଧା ମିଳିବ ନାହିଁ|ଏହି ଡିଭାଇସ ନାନୋ ସିମ ସପୋର୍ଟ କରୁଛି ଓ ୧୫୦ ଏମବିବିଏସ୍ ସ୍ପିଡରେ ୫-୬ ଘଣ୍ଟା ବ୍ୟବହାର କରି ପାରିବେ|ଏହି ଓୟାରଲେସ ହଟସ୍ପଟ ଏକାସହ ୧୦ଟି ଡିଭାଇସ ସହ ସଂଯୋଗ କରାଯାଇ ପାରିବ|