ପ୍ରେମିକକୁ କହିଲା ତିନି ପିଲାଙ୍କ ମା – ପ୍ରଥମେ ମୋ ସ୍ୱାମୀକୁ ହତ୍ୟା କର, ତାପରେ ଯାଇ ବିବାହ କର

0

Get real time updates directly on you device, subscribe now.

ଦେଶର ରାଜଧାନୀ ଦିଲ୍ଲୀରୁ ସମ୍ପର୍କକୁ କଳଙ୍କିତ କରିବାର ମାମଲା ସାମ୍ନାକୁ ଆସିଛି । ଜଣେ ସ୍ତ୍ରୀ ନିଜ ପ୍ରେମିକ ସହିତ ମିଶି ନିଜ ସ୍ୱାମୀକୁ ହତ୍ୟା କରିଦେଲା । ମୃତକଙ୍କ ସ୍ତ୍ରୀ ନିଜ ପ୍ରେମିକକୁ କହିଲା – ପ୍ରଥମେ ମୋ ସ୍ୱାମୀକୁ ହତ୍ୟା କର, ତାପରେ ମତେ ବିବାହ କର । ଏ କଥା ଶୁଣି ପ୍ରେମିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ତାପରେ ସୁପାରି କିଲର ସହିତ କଥା ହୋଇ ଏହି ହତ୍ୟା ଘଟଣା କରାଗଲା ।

ବାସ୍ତବରେ, ଦରୀୟାଗଞ୍ଜର ବାସିନ୍ଦା ତିନି ପିଲାଙ୍କ ମା ଜେବା ନିଜର ବନ୍ଧୁ ଶୋଏଭକୁ ଭଲ ପାଉଥିଲେ । ଦିନେ ଜେବା ଶୋଏଭ ସହିତ ମିଶି ସ୍ୱାମୀକୁ ହତ୍ୟା କରିବାପାଇଁ ପୁରା ପ୍ଲାନିଙ୍ଗ କଲେ । ଶୋଏଭ ଜଣେ ସୁପାରି କିଲର ସହିତ କଥା ହେଲା ଏବଂ ଚୋରି ବାଇକ ପାଇଁ ବ୍ୟବସ୍ଥା କଲା । ମେ 17 ତାରିଖ ରାତିରେ ଜେବାଙ୍କ ସ୍ବାମୀ ମୋଇନୁଦ୍ଦିନଙ୍କର ଦିଲ୍ଲୀର ଭିଡ ଅଞ୍ଚଳରେ ଗୁଳି ମାରି ହତ୍ୟା କରି ଦିଆଗଲା ।

ଆଖପାଖରେ ଥିବା ଲୋକେ ପୋଲିସକୁ କଲ କରି କହିଲା ଯେ ବାଇକ୍ ଯାତ୍ରୀ ଦୁଇଜଣ ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । କଲ ମିଳିବା ମାତ୍ରେ ହିଁ ଦିଲ୍ଲୀ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ । ମୃତ ବ୍ୟକ୍ତିଙ୍କ ପରିଚୟ 45 ବର୍ଷୀୟ ମୋଇନୁଦ୍ଦିନ କୁରେଶି ବୋଲି ଜଣାପଡିଛି । ମୋଇନୁଦ୍ଦିନ ପ୍ରପର୍ଟି କାମ କରୁଥିଲେ ।

ଯାଞ୍ଚ୍ ସମୟରେ ପୋଲିସକୁ ଘଟଣାସ୍ଥଳରୁ କିଛି ଦୂରରେ ଗୋଟିଏ ବାଇକ୍ ମିଳିଲା । ଯାଞ୍ଚ୍ ସମୟରେ ପୋଲିସ ଜାଣିଲା ଯେ ଏହି ବାଇକ୍ ଉତ୍ତରପ୍ରଦେଶର ମେରଠ ଅଞ୍ଚଳରୁ ଚୋରି କରାଯାଇଥିଲା । ଦିଲ୍ଲୀ ପୋଲିସ ପ୍ରାୟ 500 ଟି ସିସିଟିଭି ଫୁଟେଜ ଚେକ୍ କଲା, ପ୍ରାୟ 100 ଲୋକଙ୍କୁ ପଚରାଉଚରା କଲା ଏବଂ ତାପରେ ଯାଇ ଜଣାପଡ଼ିଲା ଯେ ହତ୍ୟା କରିଥିବା ଅଭିଯୁକ୍ତ ମେରଠ ଅଞ୍ଚଳର ଅଟେ । ଦିଲ୍ଲୀ ପୋଲିସ ଏହି ମାମଲାରେ ବିନିତ ଗୋସ୍ୱାମୀଙ୍କୁ ଗିରଫ କରିଛି । ବିନିତ ଗୋସ୍ୱାମୀ ମର୍ଡର କରିବାପାଇଁ 6 ଲକ୍ଷ ଟଙ୍କା ସୁପାରି ମାଗିଥିଲେ ଏବଂ ସେଥିରୁ 3 ଲକ୍ଷ ତାଙ୍କୁ ଆଡଭାନ୍ସ ମିଳିଥିଲା ।

ପୋଲିସର ସୂଚନାନୁସାରେ, ପଚରାଉଚରା ବେଳେ ଜେବା କହିଥିଲେ ଯେ ସେ ପ୍ରାୟ 25 ବର୍ଷ ପୂର୍ବେ ମୋଇନୁଦ୍ଦିନଙ୍କୁ ବିବାହ କରିଥିଲେ । ଜେବା ଏବଂ ମୋଇନୁଦ୍ଦିନଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଦୁଇବର୍ଷ ପୂର୍ବେ ସୋସିଆଲ ମିଡ଼ିଆ ମାଧ୍ୟମରେ ଶୋଏଭଙ୍କ ଯୋଗାଯୋଗରେ ଆସିଥିଲେ । ଦୁହିଁଙ୍କର ବନ୍ଧୁତା ହୋଇଗଲା ଏବଂ ତାଙ୍କର ଦେଖା ସାକ୍ଷାତ ମଧ୍ୟ ଆରମ୍ଭ ହୋଇଗଲା । ଦିନେ ଜେବା ଶୋଏଭଙ୍କୁ କହିଲା ଯେ ସେ ଯଦି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଦେବ, ତେବେ ସେ ତାଙ୍କ ସହ ବିବାହ କରିବ । ଯାହା ପରେ ଶୋଏଭ ସୁପାରି କିଲର୍ ବିନିତ ସହିତ କଥା ହେଲେ ଏବଂ ମେ 17 ତାରିଖରେ ଦୁହେଁ ହତ୍ୟା କଲେ ।

Leave A Reply

Your email address will not be published.