ମଣ୍ଡପରେ ଖସିପଡ଼ିଲା ବରର ୱିଗ୍ । ଆଉ ମିଛ ଧରା ପଡ଼ିବା ପରେ ଚନ୍ଦା ବରକୁ ବାହା ହେବେନି କହିଲେ କନିଆଁ । ଫେରିଗଲା ବର

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆଜିକାଲି ଦୁନିଆରେ ଆମ ଚାରିପାଖରେ ଏପରି ସବୁ ଘଟଣାମାନ ଘଟିଯାଉଛି ଯାହା କୌଣସି ଫିଲ୍ମରେ ଆପଣ ଦେଖିବାକୁ ପାଉଥିବେ । ନିକଟରେ ସେଭଳି ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାର ପରିୟର ଗାଁରେ ବିବାହ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବରଣମାଳା ପିନ୍ଧି ସାତ ଫେରା ନେବା ସମୟରେ ବର ହଠାତ ଚେତାଶୂନ୍ୟ ହୋଇଯାଇଥିଲା ।

କନିଆଁର ଭାଇ ବରର ମୁହଁରେ ପାଣି ମାରିବା ସହ ମୁଣ୍ଡକୁ ଆଉଁସି ଦେଇଥିଲେ । ଆଉ ସେହି ସମୟରେ ହଠାତ୍ ବରର ହେୟାର ୱିଗ୍ ବାହାରି ଆସିଥିଲା । ଏହା ଦେଖି ସେଠାରେ ଉପସ୍ଥିତି ଲୋକେ ହସିବା ଆରମ୍ଭ କରିଥିଲେ । ଅନ୍ୟପଟେ କନିଆଁ ପକ୍ଷ ଲୋକେ ଧୋକ୍କା ଦେବା ଅଭିଯୋଗରେ ବରକୁ ପୋଲିସ୍ ଡ଼ାକି ବନ୍ଧା କରି ରଖିଥିଲେ । ଏହାପରେ କନିଆଁ ପକ୍ଷ ଲୋକେ ବିବାହ କରାଇବାକୁ ମନା କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଦୁଇ ପକ୍ଷର ପରିବାର ମାରପିଟ୍ ହାତାହାତି ହେବା ଯାଏ କଥା ପଳାଇଲା ।

ଉଲ୍ଲେଖଯୋଗ୍ୟ ଯେ, ସଫୀପୁର ଥାନା ଅନ୍ତର୍ଗତ ପରିୟର ଗାଁର ନିଶାଙ୍କ ବିବାହ, କାନପୁରର ବିକାଶ ପଙ୍କଜ କଶ୍ୟପଙ୍କ ସହ ବିବାହ ସ୍ଥିର ହୋଇଥିଲା । ମେ ୨୦ ତାରିଖରେ ବରଯାତ୍ରୀ କନିଆଁ ଘରେ ପହଞ୍ଚିଥିଲା । କନିଆଁ ପକ୍ଷ ଲୋକେ ବରଯାତ୍ରୀଙ୍କ ଜୋରଦାର ସ୍ୱାଗତ କରିଥିଲେ । ହିନ୍ଦୁ ରୀତି-ନୀତି ଅନୁସାରେ ବିବାହ ଆରମ୍ଭ ହୋଇଥିଲା । ମଣ୍ଡପରେ ସାତ ଫେରା ନେବା ସମୟରେ ବର ହଠାତ ବେହୋସ ହୋଇଯାଇଥିଲା । ଏହାସହ ବରର ସତ ମଧ୍ୟ ସାମନାକୁ ଆସି ଯାଇଥିଲା। ଚନ୍ଦା ବରର ପୋଲ ଖୋଲି ଯାଇଥିଲା ।

ବର ମୁଣ୍ଡର ୱିଗ ବାହାରିବା ପରେ କନିଆଁ ପକ୍ଷ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଘରର ବରିଷ୍ଠ ଲୋକମାନେ ବୁଝାସୁଝା କରି ସ୍ଥିତିକୁ ଶାନ୍ତ କରିଥିଲେ । ତେବେ ଝିଅ ଘର ଲୋକେ ପୋଲିସ ଥାନାରେ ବର ପକ୍ଷ ବିରୋଧରେ ଧୋକା ଦେଇଥିବାର ଅଭିଯୋଗ କରିଥିଲେ । ବର ମୁଣ୍ଡରେ ୱିଗ ଦେଖି କନିଆ ଘର ଲୋକେ ବିବାହ କରାଇବାକୁ ରାଜି ହୋଇ ନଥିଲେ । ତେବେ ଉଭୟ ପରିବାର ମଧ୍ୟରେ ସମନ୍ୱୟ ରକ୍ଷାକରି ପୋଲିସ୍ ସମାଧାନର ରାସ୍ତା କଢ଼ିଥିଲେ । ଯାହା ହିସାବରେ ବରଘର ପକ୍ଷ କନିଆଁ ଘର ଲୋକଙ୍କ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ଦେବା ପରେ ବର ବିନା କନ୍ୟା ଦେଇ ଘରକୁ ଶିଶୁପାଳ ହୋଇ ଫେରିଥିଲେ ।

Leave A Reply

Your email address will not be published.