ଏହି ପେଟ୍ରୋଲ ପମ୍ପରେ କାହିଁକି ମାଗଣାରେ ମିଳିବାକୁ ଲାଗିଲା ପେଟ୍ରୋଲ ? ଲୋକମାନେ କରାଇଲେ ଟାଙ୍କି ଫୁଲ

0

Get real time updates directly on you device, subscribe now.

Free Petrol-Diesel: ପେଟ୍ରୋଲ-ଡିଜେଲର ଦର ଆକାଶ ଛୁଆଁ ହୋଇଯାଇଛି । ଏପରି ପରିସ୍ଥିତିରେ ଯଦି କୌଣସି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ମାଗଣାରେ ମିଳିବାକୁ ଲାଗେ, ତେବେ ଆପଣ କଣ୍ କରିବେ ? ନିଶ୍ଚିତ ଭାବେ ସମସ୍ତେ ନିଜ ଗାଡ଼ିର ଟାଙ୍କି ଫୁଲ କରିବାକୁ ଚାହିଁବେ । ଏପରି କିଛି ଦୃଶ୍ୟ ଗୋଟିଏ ଭାଇରାଲ ଭିଡ଼ିଓରେ ଦେଖାଯାଇଛି ।

ଭିଡ଼ିଓରେ ଦେଖାଯାଇପାରେ ଯେ କିପରି ଯେତେବେଳେ ଲୋକଙ୍କୁ ଜଣାପଡ଼ିଲା ଯେ ପେଟ୍ରୋଲ-ଡିଜେଲ ମାଗଣାରେ ମିଳୁଛି, ସେତେବେଳେ ପେଟ୍ରୋଲ ପମ୍ପରେ ଭିଡ ଲାଗିଗଲା । ଲୋକମାନେ ଥରକୁ ଥର ମାଗଣାରେ ପେଟ୍ରୋଲ/ଡିଜେଲ ଭର୍ତ୍ତି କରି ଯାଉଛନ୍ତି । ଯିଏ ବି ଏ ଦୃଶ୍ୟ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା ।

ଲୋକମାନେ ବିଶ୍ୱାସ କରିପାରିଲେ ନାହିଁ ଯେ ଏପଟେ ପେଟ୍ରୋଲ ମୂଲ୍ୟ 100 ଟଙ୍କା ପାର ହେଲାଣି, କିନ୍ତୁ ଏପଟେ ପେଟ୍ରୋଲ ପମ୍ପରେ ମାଗଣାରେ କାହିଁକି ପେଟ୍ରୋଲ ମିଳୁଛି । କିନ୍ତୁ ପ୍ରକୃତ କାହାଣୀ ଆଉ କିଛି ରହିଛି । ଚାଲନ୍ତୁ ଜାଣିବା ଏପରି କାହିଁକି ହେଲା ।

ମାଗଣାରେ ପେଟ୍ରୋଲ-ଡିଜେଲ ଦେବାର ଭିଡିଓ ଭାଇରାଲ :-

ବାସ୍ତବରେ, ଜଣେ ୟୁଟ୍ୟୁବର ଭିଡିଓ ଶୁଟ କରିବା ଉଦ୍ଦେଶ୍ୟରେ ଗ୍ରାହକଙ୍କୁ ଫ୍ରି ପେଟ୍ରୋଲ-ଡିଜେଲ ଅଫର୍ କରିଥିଲା । ସେ ନିଜର ୟୁଟ୍ୟୁବ ଚ୍ୟାନେଲ Crazy XYZ ରେ ମାଗଣାରେ ପେଟ୍ରୋଲ-ଡିଜେଲ ବାଣ୍ଟିବାର ଭିଡିଓ ଅପଲୋଡ଼ କରିଛନ୍ତି । ଭିଡିଓକୁ ବର୍ତ୍ତମାନ ସୁଦ୍ଧା 26 ଲକ୍ଷରୁ ଅଧିକ ଲୋକ ଦେଖିଲେଣି ।

ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ କିପରି ଯୁବକ ଗୋଟିଏ ପେଟ୍ରୋଲ ପମ୍ପରେ ମାଗଣାରେ ପେଟ୍ରୋଲ-ଡିଜେଲ ଅଫର୍ କରୁଛନ୍ତି । ତେବେ ପ୍ରଥମେ ତ ଲୋକମାନେ ଥଟ୍ଟା ଭାବି ତାଙ୍କ ପାଖକୁ ଆସିଲେ ନାହିଁ, କିନ୍ତୁ କିଛି ସମୟ ମଧ୍ୟରେ ହିଁ ପେଟ୍ରୋଲ ପମ୍ପରେ ଭିଡ ଲାଗିଗଲା । ଜଣେ ଜଣେ ହୋଇ ଲୋକମାନେ ନିଜ ଗାଡିରେ ପେଟ୍ରୋଲ ଭର୍ତ୍ତି କରିବାକୁ ଲାଗିଲେ ।

ଆରମ୍ଭରେ ଅନେକ ଲୋକ ମାଗଣାରେ ବାଇକ୍ ଟାଙ୍କି ଫୁଲ କରି ଚାଲିଗଲେ । ମାଗଣାରେ ପେଟ୍ରୋଲ ପାଇ ଲୋକଙ୍କର ଖୁସି କହିଲେ ନସରେ । ୟୁଟ୍ୟୁବରଙ୍କ ଅନୁଯାୟୀ, ସେ ଏକ ଲକ୍ଷ ଟଙ୍କାର ପେଟ୍ରୋଲ ପୁରା ମାଗଣାରେ ଦେଲେ ।

Leave A Reply

Your email address will not be published.