କଣ ଆପଣଙ୍କ ଦେହରୁ ରାତିରୁ ଝାଳ ବାହାରୁଛି କି? ଯଦି ବାହାରୁଛି ତାହେଲେ ଏହି ରୋଗର ରହିଛି ସମସ୍ୟା

0

Get real time updates directly on you device, subscribe now.

କୁହାଯାଏ ଶରୀରରୁ ଝାଳ ବାହାରିବା ନିହାତି ଆବଶ୍ୟକ ହୋଇଥାଏ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଝାଳ ବାହାରେ ତାହେଲେ ଏହା ଏକ ବଡ଼ ଗମ୍ଭୀର ରୋଗର ସଂକେତ ହୋଇପାରେ। କେତେକ ରିପୋର୍ଟରେ ଦାବି କରାଯାଇଛି କି, ଆବଶ୍ୟକତା ଠାରୁ ଅଧିକ ଝାଳ ବାହାରିଲେ କ୍ୟାନ୍ସର, ଟିବି, ହର୍ମୋନ ଗଡ଼ବଡ଼ ଓ ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଇ ପାରେ। ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ ବିଷୟରେ। ଯାହାଦ୍ୱାରା ଏହିପ୍ରକାରର ସମସ୍ୟାରୁ ଆପଣ ଆରାମ ପାଇପାରିବେ।

ରାତିରେ ଶରୀରରୁ ଆବଶ୍ୟକତା ଠାରୁ ଅଧିକ ଝାଳ ବାହାରିଲେ କଣ କରିବା:-

– ସର୍ବପ୍ରଥମେ ଆପଣଙ୍କୁ ନିଜର ଖାଦ୍ୟ ପାନୀୟ ସଠିକ କରିବାକୁ ହେବ ଓ ନିଜର ଏକ୍ସରସାଇଜ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ। କେତେଥର ଏହାର ଅଭାବ ଦ୍ୱାରା ରାତିରେ ଆପଣଙ୍କ ଶରୀରରୁ ଝାଳ ବାହାରିଥାଏ।

– ଶରୀରରେ ପାଣିର ମାତ୍ରା କମ ହେବାକୁ ଦିଅନ୍ତୁ ନାହିଁ। ଦିନରେ 8-9 ଗ୍ଲାସ ଜରୁରୀ ପାଣି ପିଅନ୍ତୁ। ଯଦି ଆପଣଙ୍କ ଶରୀରରେ ଝାଳ ଅଧିକ ବାହାରୁଛି ତାହେଲେ ନିଜ ଡାଇଟରେ ପାଣିର ମାତ୍ରା ବଢ଼ାନ୍ତୁ।

ଏହି ଟିପ୍ସ ଗୁଡ଼ିକୁ ମଧ୍ୟ ଫଲୋ କରନ୍ତୁ:-

କେତେଥର ହର୍ମୋନ ବଦଳିବା କାରଣରୁ ମଧ୍ୟ ଏମିତି ସମସ୍ୟା ହୋଇଥାଏ। ଏଥିରେ ଆପଣଙ୍କୁ ହର୍ମୋନ ଥେରାପି ନେବା ଉଚିତ। ଏଥିରେ ଆପଣଙ୍କୁ ସାହାର୍ଯ୍ୟ ମିଳିବ।

ମଦ ଓ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ହେବ, କାରଣ ଏହାଦ୍ୱାରା ମଧ୍ୟ ଶରୀରରେ ଅଧିକ ଝାଳ ବାହାରିବାକୁ ଲାଗେ। ସେହିପରି ବାହାର ଜିନିଷ ଓ ଅତ୍ୟଧିକ ଗରମ ଖାଆନ୍ତୁ ନାହିଁ।

ସବୁଜ ପନିପରିବା ଓ ଫଳକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ଆପଣଙ୍କୁ ସହାୟତା ମିଳିବ।

ଏହାପରେ ମଧ୍ୟ ଯଦି ସୁଧାର ଆସୁନାହିଁ ତାହେଲେ ଆପଣଙ୍କୁ ନିଜର ଡ଼କ୍ଟର୍ସଙ୍କ ଠାରୁ ଉପଦେଶ ନେବା ଉଚିତ। ଏଥିରେ ଆପଣଙ୍କୁ ସଠିକ ଚିକିତ୍ସା ମିଳିପାରିବ।

Leave A Reply

Your email address will not be published.