ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ହେଇପାରେ ବଡ ଅଦଳବଦଳ । ରାହୁଲ ଦ୍ରାବିଡ୍ ଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣ ହେବେ କୋଚ୍

0

Get real time updates directly on you device, subscribe now.

ଭାରତର ପୂର୍ବତନ ବ୍ୟାଟର ତଥା ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ-ସି-ଏ) ର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମିଳିବାକୁ ଯାଉଛି ବଡ଼ ଦାୟିତ୍ୱ । ଆସନ୍ତା ମାସ ଶେଷ ଭାଗରେ ସେ ଭାରତୀୟ ଟିମ୍‌ ସହ ମୁଖ୍ୟ କୋଚ୍‌ ଭାବେ ଆୟର୍ଲ୍ୟାଣ୍ଡ ଗସ୍ତ କରିବେ । ଏଠାରେ ଟିମ୍‌ ଇଣ୍ଡିଆ ଜୁନ୍‌ ଶେଷ ଭାଗରେ ୨ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହି ସମୟରେ ଭାରତୀୟ ଟିମ୍‌ କୋଚ ଭାବେ ଲକ୍ଷ୍ମଣ କାର୍ଯ୍ୟ କରିବେ ।

ବର୍ତ୍ତମାନ ଭାରତୀୟ ଟିମ୍‌ ମୁଖ୍ୟ କୋଚ୍‌ ହେଉଛନ୍ତି ରାହୁଲ ଡ୍ରାଭିଡ । କିନ୍ତୁ ସେ ଆୟର୍ଲ୍ୟାଣ୍ଡ ଯିବେ ନାହିଁ । ଏଥିପାଇଁ ଲକ୍ଷ୍ମଣ ଦଳ ସହ ସେଠାକୁ ଯିବେ । ଜୁନ୍‌ ମାସ ଶେଷ ଭାଗରେ ଭାରତର ଗୋଟିଏ ଟିମ ଟି-୨୦ ଖେଳିବାକୁ ଆୟର୍ଲ୍ୟାଣ୍ଡ ଗସ୍ତରେ ଯିବାକୁ ଥିବା ବେଳେ ଆଉ ଗୋଟିଏ ଟିମ୍‌ ଇଂଲଣ୍ଡ ଯିବ । ଯେଉଁ ସମୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ ପ୍ରାୟ ସମାନ ସମୟରେ ଭାରତୀୟ ଟେଷ୍ଟ ଟିମ୍‌ ଇଂଲଣ୍ଡର କାଉଣ୍ଟୀ ଟିମ୍‌ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଡ୍ରାଭିଡ ଟେଷ୍ଟ ଟିମ୍‌ ସହ ଇଂଲଣ୍ଡରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ କରୋନା ପାଇଁ ଅଧାରୁ ବନ୍ଦ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ ଭାରତ ଜୁଲାଇ ୧ରୁ ୫ ଯାଏ ଖେଳିବ ।

ତେଣୁ ଏହି ମ୍ୟାଚ୍‌ର ପ୍ରସ୍ତୁତ ପାଇଁ ଡ୍ରାଭିଡ ଟେଷ୍ଟ ଟିମ ସହ ରହିବେ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଲକ୍ଷ୍ମଣଙ୍କୁ ଆୟର୍ଲ୍ୟାଣ୍ଡ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ସହ ପଠାଇବ ବୋଲି ଜଣାପଡ଼ିଛି । ଆଇପିଏଲ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ସହ ଜୁନ୍ ୯ରୁ ୧୯ ଯାଏ ୫ଟିକିଆ ଟି-୨୦ ସରିଜ୍ ଖେଳିବ । ଏହାପରେ ଟିମ୍‌ ଆୟର୍ଲ୍ୟାଣ୍ଡ ଗସ୍ତ କରିବ ।

ସେଠାରେ ଭାରତ ୨୬ ଓ ୨୮ ତାରିଖରେ ଟି-୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ । ସୂଚନାଯୋଗ୍ୟ, ଅଧାରୁ ବନ୍ଦ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି । ଯଦି ଭାରତ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟକୁ ଡ୍ର କିମ୍ବା ଜିତି ନେବ ତା’ହେଲେ ନୂଆ ଇତିହାସ ସୃଷ୍ଟି କରିବ । କାରଣ ୨୦୦୭ ପରେ ଭାରତ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିନାହିଁ । ଡ୍ରାଭିଡଙ୍କ କ୍ୟାପ୍ଟେନ୍ସିରେ ଭାରତ ଶେଷଥର ପାଇଁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଥିଲା ।

Leave A Reply

Your email address will not be published.