ଶଶୁର ଘରେ ବୋହୂ ନିଜର ପଡ଼ୋଶୀ ସହିତ ଚଲାଉଥିଲା ଚକର, ସ୍ୱାମୀ ଓ ପରିବାର ଲୋକଙ୍କୁ ବେହୋସ କରି ପ୍ରେମୀ ସହିତ ହୋଇଗଲେ ଫେରାର

0

Get real time updates directly on you device, subscribe now.

ବିବାହ ପରେ ପଡ଼ୋଶୀ ସହିତ ପ୍ରେମ ସମ୍ପର୍କ ରଖି କଥିତ ରୂପରେ ମହିଳା ଜଣକ କିଛି ନିଶା ଦ୍ରବ୍ୟ ନିଜର ସ୍ୱାମୀ ଓ ପରିବାର ଲୋକଙ୍କୁ ଖାଇବାକୁ ଦେଇ ବେହୋସ କରିଥିଲା ଓ ପରେ ପ୍ରେମୀ ସହିତ ଫେରାର ହୋଇଥିଲା। ମହିଳାଙ୍କ ବିରୁଦ୍ଧରେ ପତି ଓ ପରିବାର ପୋଲିସରେ ଅଭିଯୋଗ କରିଥିଲେ।

ଗ୍ରେଟର ନୋଏଡ଼ାର ଦନକୌର ଥାନା ଜୁନେଦପୁର ଗ୍ରାମରେ ରହୁଥିବା ମହିଳାଙ୍କ ବିରୁଦ୍ଧରେ ପତି ଓ ଅନ୍ୟ ଚାରିଜଣ ପୋଲିସରେ ଏକ ନିଶା ପଦାର୍ଥ ଖାଇବାକୁ ଦେବାରୁ ଅଭିଯୋଗ କରିଥିଲେ। ନିଶା ପଦାର୍ଥ ଖାଇବା ଦ୍ୱାରା ତାଙ୍କର ଶରୀର ଖରାପ ହୋଇଯାଇଛି। ତାଙ୍କର ହସ୍ପିଟାଲରେ ଚିକିତ୍ସା କରାଗଲା। ଆରୋପୀ ମହିଳା ବର୍ତ୍ତମାନ ପଡ଼ୋଶୀ ସହିତ ଫେରାର ହୋଇଯାଇଛନ୍ତି।

ସୋମବାର ଦିନ ତିନିଭାଇ ଓ ଜଣେ 75 ବର୍ଷୀୟ ବୃଦ୍ଧ ମହିଳାଙ୍କୁ ଜୁନେଦପୁର ଗ୍ରାମବାସୀ ବେହୋସ ରୂପରେ ପାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ଓ ଡାକ୍ତର କହିଥିଲେ କି, ନିଶା ଦ୍ରବ୍ୟ ଖାଇବା କାରଣରୁ ଏମିତି ହୋଇଥିଲା। ମାମଲାର ସୂଚନା ମିଳିବାପରେ ଗ୍ରେଟର ନୋଏଡ଼ା ଆଡ଼ିଶନାଲ ଡ଼ିଏସପି ବିଶାଳ ପାଣ୍ଡେ, ଏସିପି ବୃଜନନ୍ଦନ ରାୟ ଓ କୋତବାଳୀ ପ୍ରଭାରୀ ପୀଡିତଙ୍କ ଘରେ ପହଞ୍ଚିଥିଲେ।

ପୋଲିସ ଅଧିକାରୀ ପୀଡିତ ପରିବାରଙ୍କୁ ପଚରା ଉଚରା କଲେ। ଅଧିକାରୀ ମାନେ ଶେଷରେ ସୂଚନା ପାଇଥିଲେ କି, ଏହିସବୁ କାରନାମା ପରିବାରର ବୋହୂ ହିଁ କରିଛି ଓ ପଡ଼ୋଶୀ ସହିତ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଡ଼ିଏସପି କହିଛନ୍ତି ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇବା କାରଣରୁ ତାଙ୍କ ଉପରେ କାର୍ଯ୍ୟବାହୀ ନିଆଯିବ।

Leave A Reply

Your email address will not be published.