ପାକିସ୍ତାନ ଓ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦେଖାଦେବା ପରେ ଖୁବଶୀଘ୍ର ଦେବାଳିଆ ହେବାକୁ ଯାଉଛି ବାଂଲାଦେଶ

0

Get real time updates directly on you device, subscribe now.

ଏସିଆ ମହାଦେଶକୁ ଘାରିଛି ଶନିଦଶା । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ଜାଲରେ ଛନ୍ଦି ହୋଇଛି ଆଉ ଏକ ଦେଶ । ବିଶ୍ୱ ବଜାରର ନକାରାତ୍ମକ ସ୍ଥିତିର ପ୍ରଭାବ ବାଂଲାଦେଶ ଉପରେ ପଡ଼ିଛି । ନିକଟରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶର ମୁଦ୍ରାସ୍ଫୀତି ଆଶାତୀତ ଭାବେ ତଳକୁ ଖସିଛି । ଏଥିସହ ବିଦେଶୀ ମୁଦ୍ରା ଭଣ୍ଡାର ବି ଖାଲି ହୋଇଯାଇଛି ।

ଇତି ମଧ୍ୟରେ ଖବର ଆସୁଛି ଯେ ପଡ଼ୋଶୀ ଦେଶ ବାଂଲାଦେଶର ବି ଏବେ ସେମିତି ଅବସ୍ଥା ହେବାକୁ ଯାଇଛି । ବାଲାଂଦେଶରେ ମଧ୍ୟ ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଆବଶ୍ୟକୀୟ ସାମଗ୍ରୀ, କଞ୍ଚାମାଲ ଓ ଇନ୍ଧନର ମୂଲ୍ୟ ପ୍ରବଳ ମାତ୍ରାରେ ବଢ଼ୁଥିବାରୁ ଏହାର ପ୍ରଭାବ ଏବେ ବାଂଲାଦେଶ ଉପରେ ବି ପଡ଼ିଛି । ଜୁଲାଇରୁ ମାର୍ଚ୍ଚ ମଧ୍ୟରେ ବାଂଲାଦେଶରେ ଖର୍ଚ୍ଚ ୪୪ ପ୍ରତିଶତ ବଢ଼ିଥିବା ଜଣାଯାଇଛି । ଯଦି ଆଗକୁ ବି ଏହି ଅନୁପାତରେ ଖର୍ଚ୍ଚ ବଢ଼ିଚାଲେ ତେବେ ଆଉ ମାତ୍ର ୫ ମାସ ଭିତରେ ଶ୍ରୀଲଙ୍କା ଭଳି କାଙ୍ଗାଳ ହୋଇଯିବ ବାଲାଂଦେଶ ।

ଦେଶର ସମସ୍ତ ବୈଦେଶିକ ମୁଦ୍ରା ଶେଷ ହୋଇଯିବ । ଫଳରେ ଅନ୍ୟ ଦେଶରୁ ଖାଦ୍ୟ ସାମଗ୍ରୀ ବି ଆମଦାନୀ କରିପାରିବନି । ଫଳସ୍ୱରୂପ ଦେଶର ଲୋକମାନେ ଖାଇବାକୁ ପାଇବେନି ଓ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିବ । ଏଣୁ ଏବେ ଠାରୁ ହିଁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି ଅର୍ଥନୀତିଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ବାଲାଂଦେଶ ନିକଟରେ ୪୨ ଆରବ ଆମେରିକା ଡଲାର ରହିଛି । କିନ୍ତୁ ଅନ୍ତର୍ଜାତୀୟ ମୁଦ୍ରା କୋଷ ଆଇ-ଏମ୍-ଏଫ୍ ଲଗାତାର ବାଲାଂଦେଶ ଉପରେ ଚାପ ପକାଉଛି ଯେ ସେମାନେ ବିଦେଶୀ ମୁଦ୍ରାର ସଠିକ୍‌ ଗଣନା କରନ୍ତୁ ।

ଯଦି ବାଲାଂଦେଶ ଆଇଏମ୍‌ଏଫ୍‌ର ଏହି ନିର୍ଦ୍ଦେଶକୁ କଡ଼ା କଡ଼ି ପାଳନ କରେ, ତେବେ କ୍ରେଡିଟ୍‌ ଫଣ୍ଡ, ସରକାରୀ ପରିଯୋଜନା, ଶ୍ରୀଲଙ୍କାକୁ ଦିଆଯାଇଥିବା ରାଶି ଓ ବାଲାଂଦେଶର ସରକାରୀ ବ୍ୟାଙ୍କ ସୋନାଲି ବ୍ୟାଙ୍କରେ ଜମା ରାଶି ଛାଡ଼ି ବାକି ବିଦେଶୀ ମୁଦ୍ରା ଭଣ୍ଡାରର ଗଣନା କରିବାକୁ ହେବ । କୁହାଯାଉଛି ଯେ ଏହି ଗଣନା ପରେ ବାଲାଂଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୭ ଅରବ ଡଲାର କମ୍‌ ହୋଇପାରେ । ଫଳରେ ସ୍ଥିତି ଆହୁରି ଖରାପ ହୋଇଯିବ ।

Leave A Reply

Your email address will not be published.