ଆରମ୍ଭ ହେଲା PM- ବାଣୀ ୱାଇଫାଇ ସ୍କିମ୍,ଆପ୍ ମାଧ୍ୟମରେ ଉଠାଇ ପାରିବେ ଅନେକ ଲାଭ

0

Get real time updates directly on you device, subscribe now.

ତେବେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ଭାନି ଯୋଜନାର ଶୁଭାରମ୍ଭ କରିଥିଲେ । ଆଉ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି, ଦେଶର ସମସ୍ତ ରେଳ ଷ୍ଟେସନରେ ମିଳିବ ଫ୍ରି ୱାଇ-ଫାଇ ସେବା । ରେଲଟେଲ ପକ୍ଷରୁ ଦେଶର ସମସ୍ତ ରେଳ ଷ୍ଟେସନରେ ଫ୍ରି ୱାଇ-ଫାଇ ସେବା ଉପଲବ୍ଧ ହେବାକୁ ଯାଉଛି ।

ଏବେ ଦେଶର ୬,୧୦୨ ରେଳ ଷ୍ଟେସନରେ ସାର୍ବଜନିକ ୱାଇଫାଇ ସେବା ଜାରି ରହିଛି । ସୋମବାର ପିଏମ ବାଣୀ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୦ ରେଳ ଷ୍ଟେସନରେ ଫ୍ରି ୱାଇ-ଫାଇ ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ୱାଇ-ଫାଇ ଏକ୍ସେସ ଇଣ୍ଟରଫେସ ଯୋଜନାରେ ଦେଶର ସମସ୍ତ ରେଳ ଷ୍ଟେସନକୁ ସାମିଲ କରାଯାଇଛି । ସୋମବାର ଦିଲ୍ଲୀରେ ରେଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ସେବା ଆରମ୍ଭ ହୋଇଥିବା ନେଇ ରେଲଟେଲ ଅଧ୍ୟକ୍ଷ ପୁନିତ ଚାୱଲା ଘୋଷଣା କରିଛନ୍ତି । ଏହି ପିଏମ୍ ଭାନି ଯୋଜନା ମାଧ୍ୟମରେ ଦେଶରେ ୱାଇଫାଇ ବିପ୍ଳବ ଆସିବ ।

ଜୁନ ୨୦୨୨ ଶେଷ ସୁଦ୍ଧା ଦେଶର ୬,୧୦୨ ରେଳ ଷ୍ଟେସନରେ ରେଲଟେଲ ପକ୍ଷରୁ ୱାଇ-ଫାଇ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଏହି ସମସ୍ତ ଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ ରହିଛି । ଆପଣ ଫ୍ରି ୱାଇ-ଫାଇର ମଜା ନେବାକୁ ଚାହୁଁଥିଲେ ନିଜ ମୋବାଇଲରେ ସି-ଡ଼ଟ୍ ଆପ୍ଲିକେସନ ଇନଷ୍ଟଲ କରିପାରିବେ ।  ସି-ଡଟ୍ ନାମକ ଏଣ୍ଡ୍ରଏଡ ଆଧାରିତ ଆପ୍ଲିକେସନ ଗୁଗଲ ଫ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି । ରେସଟେଲ ଓ ସି-ଡଟ ମିଳିତ ଭାବେ ଭାରତୀୟ ରେଳଯାତ୍ରୀଙ୍କୁ ଫ୍ରି ୱାଇ-ଫାଇ ସେବା ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଡିଜିଟାଲ ଇଣ୍ଡିଆ ଅଭିଯାନର ଏହା ଏକ ମୁଖ୍ୟ ଅଂଶ ହେବାକୁ ଯାଉଛି ।

ପିଏମ-ବାଣୀ ( ପ୍ରଧାନମନ୍ତ୍ରୀ ୱାଇ-ଫାଇ ଏକ୍ସେସ ନେଟୱର୍କ ଇଣ୍ଟରଫେସ) ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ । ପିଏମ ବାଣୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସାର୍ବଜନିକ ସ୍ଥଳରେ ଦେୟମୁକ୍ତ ୱାଇ-ଫାଇ ସେବା ପ୍ରଦାନ କରିବା । ଏହି ଯୋଜନାରେ ସାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଇଣ୍ଟରନେଟ ସଂଯୋଗ ମିଳିପାରିବ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ । ଯାହା ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.