ଯୌତୁକ ନ ମିଳିବାରୁ ଶ୍ଵଶୁର- ଦିଅର କରିବାକୁ ଲାଗିଲେ ବୋହୂ ସହିତ ଦୁଷ୍କର୍ମ, ତାପରେ ଏକ ବର୍ଷ ପରେ ବୋହୂ ନେଲା ଏମିତି ପଦକ୍ଷେପ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ହମିରପୁରରୁ ବହୁତ୍ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ଏହି ପୁରା ମାମଲା ମୌଦହା କୋଟୱାଲି ଅଞ୍ଚଳର ଏକ ଗାଁର ଅଟେ । ଏଠାରେ ଜଣେ ମହିଳା 4 ବର୍ଷ ପୂର୍ବେ ବିବାହ କରିଥିଲେ । ନିକଟରେ ଶାଶୁଘର ଲୋକେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଘରୁ ମାରପିଟ କରି ବାହାର କରିଦେଇଥିଲେ । ଯେତେବେଳେ ମହିଳା ଜଣକ ତାଙ୍କ ବାପଘରକୁ ଯାଇ ପରିବାର ସଦସ୍ୟଙ୍କୁ ପୁରା କାହାଣୀ ବର୍ଣ୍ଣନା କଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ବିଶ୍ୱାସ ବି କରିପାରିଲେ ନାହିଁ ଯେ ତାଙ୍କ ଶାଶୂଘର ଲୋକ ତାଙ୍କର ଫୁଲ ପରି କୋମଳ ଝିଅ ସହିତ ଏପରି ନିଷ୍ଠୁରତା କରିଛନ୍ତି ।

ପୀଡିତା ମହିଳା କହିଛନ୍ତି ଯେ ବିବାହ ପରେ ତାଙ୍କ ଶାଶୁଘର ଲୋକେ ତାଙ୍କ ଉପରେ ଆହୁରି ଅଧିକ ଯୌତୁକ ଆଣିବାକୁ ଚାପ ପକାଉଥିଲେ । ଯେତେବେଳେ ସେ ଏହାକୁ ବିରୋଧ କଲେ, ଶ୍ବଶୁର ଭିତରେ ଥିବା ଶୟତାନ ବାହାରକୁ ଆସିଗଲା । ସେ ବୋହୂକୁ ମୋବାଇଲରେ ଖରାପ ଫିଲ୍ମ ଦେଖାଇ ବଳାତ୍କାର କରିବା ଆରମ୍ଭ କଲା । ତାକୁ ଏପରି କରିବାବେଳେ ଦିଅର ତାଙ୍କୁ ଦେଖିଥିଲା । ନିଜ ବାପାଙ୍କୁ ଏପରି ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ କରିବା ପରିବର୍ତ୍ତେ ଦିଅର ମଧ୍ୟ ନିଜ ଭାଉଜ ସହିତ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିବା ଆରମ୍ଭ କଲା ।

ବିରୋଧ କଲେ ହତ୍ୟା କରିବାକୁ ଦେଉଥିଲେ ଧମକ :-

ଯେତେବେଳେ ବି ବୋହୂ ତାଙ୍କ ଶ୍ୱଶୁର ଏବଂ ଦିଅରଙ୍କୁ ବିରୋଧ କରୁଥିଲେ, ସେମାନେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ । ପୀଡିତାଙ୍କ ଅନୁଯାୟୀ, ଥରେ ତାଙ୍କ ଶ୍ୱଶୁର ତାଙ୍କୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ବୋହୂ ଭୟଭୀତ ହୋଇ ଚୁପ୍ ରହିଲେ । ଶ୍ୱଶୁର ଏବଂ ଦିଅର ଏହାର ଅଧିକ ଲାଭ ଉଠାଉଥିଲେ । ସେମାନେ ଏକ ବର୍ଷ ପାଇଁ ବୋହୂର ଇଜ୍ଜତ ଲୁଟିବାକୁ ଲାଗିଲେ । ତା’ପରେ ଦିନେ ତାଙ୍କୁ ମାରପିଟ କରି ଅଧା ଉଲଗ୍ନ ଅବସ୍ଥାରେ ଘରୁ ବାହାର୍ କରିଦେଲେ ।

ପୀଡିତା କୌଣସି ପ୍ରକାରେ କାନ୍ଦି କାନ୍ଦି ବାପଘରେ ପହଞ୍ଚିଥିଲେ । ଏଠାରେ ସେ ପୁରା କାହାଣୀ ବର୍ଣ୍ଣନା କରିଥିଲେ । ତା’ପରେ ସମ୍ପର୍କୀୟମାନଙ୍କ ସହ ସେ ଶ୍ୱଶୁର ଏବଂ ଦିଅରଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ । ପୋଲିସ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲା । ଶ୍ଵଶୁର ବିରୋଧରେ ଯୌତୁକ ନିର୍ଯ୍ୟାତନା ଏବଂ ବଳାତ୍କାର ମାମଲା ରୁଜୁ କରିଥିଲେ ।

ପୋଲିସ କରୁଛି ଯାଞ୍ଚ :-

ମୌଦହା ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ପବନ କୁମାର ପଟେଲଙ୍କ ଅନୁଯାୟୀ, ପୀଡିତା ତାଙ୍କ ଶାଶୂଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ସମେତ ତାଙ୍କ ଶ୍ୱଶୁର ଏବଂ ଦିଅର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ମାମଲା ରୁଜୁ ହୋଇଛି ଏବଂ ଘଟଣାର ଯାଞ୍ଚ୍ କରାଯାଉଛି । ସେହିପରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

Leave A Reply

Your email address will not be published.