ସ୍ତ୍ରୀ ଶୋଇବା ମାତ୍ରେ ହିଁ ଅନ୍ୟ ରୁମରେ ପହଞ୍ଚିଲା ସ୍ବାମୀ, ଖୋଜିବାରୁ ମିଳିଲା ଅନ୍ୟ ରୁମରେ ଝୁଲୁଥିବା ଲାସ

0

Get real time updates directly on you device, subscribe now.

ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଜଣେ ସରକାରୀ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ବନେଥା ସହରରେ ରହୁଥିବା ଜଣେ ଶିକ୍ଷକ ନିଜ ସ୍ତ୍ରୀ ଶୋଇବା ପରେ ଅନ୍ୟ ରୁମକୁ ଯାଇ ଫାଶୀ ଲଗାଇ ନିଜର ଜୀବନକୁ ଶେଷ କରିଦେଲେ । ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ କରି ଶବକୁ ପରିବାର ଲୋକଙ୍କ ପାଖରେ ହସ୍ତାନ୍ତର କରାଯାଇଛି । ମାମଲାର ଯାଞ୍ଚ ଜାରି ରହିଛି ।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ହେମରାଜ ରେଗର ସବାଇ ମାଧୋପୁର ଜିଲ୍ଲାରେ ଛକର ବରବାଡା ଅଞ୍ଚଳ ସ୍ଥିତ କମ୍ବରପୁରା ଗାଁରେ ରାଜକୀୟ ପ୍ରାଥମିକ ବିଦ୍ୟାଳୟରେ ଟିଚର ଥିଲା । ଗତ ତିନି ମାସ ଧରି ସେ ଶାରୀରିକ ଦୁର୍ବଳତା ରୋଗରେ ପୀଡିତ ଥିଲେ । ଏହି ରୋଗ କାରଣରୁ ସେ ମାନସିକ ଚାପ ଏବଂ ଅବସାଦରେ ରହୁଥିଲେ । ଗତ ରାତିରେ ସେ ନିଜ ରୁମରେ ବହୁତ୍ ସମୟ ପର୍ଯ୍ୟନ୍ତ ସ୍ତ୍ରୀ ସହିତ କଥାବାର୍ତ୍ତା ହେଉଥିଲେ । ଯେତେବେଳେ ସ୍ତ୍ରୀ ଗଭୀର ନିଦରେ ଶୋଇପଡ଼ିଲା, ସେତେବେଳେ ସେ ଅନ୍ୟ ରୁମରେ ପହଞ୍ଚିଲେ ଏବଂ ଫାଶୀରେ ଝୁଲିଗଲେ ।

ସ୍ତ୍ରୀର ଯେତେବେଳେ ନିଦ ଭାଙ୍ଗିଲା, ସେତେବେଳେ ସେ ଦେଖିଲେ ଯେ ସ୍ବାମୀ ବେଡ଼ରେ ନାହାନ୍ତି ଏବଂ ସେ ଯେତେବେଳେ ନିଜ ସ୍ବାମୀଙ୍କୁ ଖୋଜି ଖୋଜି ଅନ୍ୟ ରୁମରେ ପହଞ୍ଚିଲେ, ସେତେବେଳେ ସ୍ବାମୀଙ୍କୁ ଫାଶିରେ ଝୁଲୁଥିବା ଅବସ୍ଥାରେ ପାଇଲେ । ଚିତ୍କାର କରିବାରୁ ଅନ୍ୟ ପରିବାର ଲୋକ ମଧ୍ୟ ସେଠାକୁ ଆସିଗଲେ । ସେମାନେ ହେମରାଜଙ୍କ ଶବକୁ ଫାଶୀରୁ ତଳକୁ ଓହ୍ଲାଇଲେ । ତାପରେ ସ୍ଥାନୀୟ ବନେଥା ଥାନାକୁ ମାମଲାର ସୂଚନା ଦେଲେ ।

କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଥାନା ପୋଲିସ ବ୍ୟତୀତ ସିଓ ଉନିୟାରା ସକିଲ ଅହମଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲେ । ଜିଲ୍ଲା ମୁଖ୍ୟାଳୟରୁ ଏଫଏସଏଲକୁ ମଧ୍ୟ ଡକାଗଲା । ପଞ୍ଚନାମା ପ୍ରସ୍ତୁତ କରି ଶବକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲ୍ ପଠାଗଲା । ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ କରାଇ ପରିବାର ଲୋକଙ୍କୁ ଶବକୁ ହସ୍ତାନ୍ତର କରିଦେଲା । ରିପୋର୍ଟ ଆସିବା ବାକି ରହିଛି ।

ପଚରାଉଚରାରେ ଜଣାପଡ଼ିଲା ଯେ ଗତ ଦୁଇ ତିନି ମାସ ଧରି ଶାରୀରିକ ଦୁର୍ବଳତା ରୋଗ କାରଣରୁ ସେ ଗଭୀର ଚିନ୍ତାରେ ଥିଲେ । ଘଟଣାସ୍ଥଳରେ କୌଣସି ପ୍ରକାରର ସୁସାଇଡ ନୋଟ ମଧ୍ୟ ମିଳିଲା ନାହିଁ । ପୋଲିସ ପୋଷ୍ଟମର୍ଟମ କରାଇ ଶବକୁ ପରିବାର ଲୋକଙ୍କୁ ଦେଇଦେଲେ ଏବଂ ମାମଲା ପଞ୍ଜିକରଣ କରି ଯାଞ୍ଚ୍ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.