ପେନସନ ପାଉଥିବା ଲୋକଙ୍କ ପାଇଁ ଖୁସିଖବର, ଶେଷ ହୋଇଯାଇଛି 15 ହଜାର ଟଙ୍କାର ଲିମିଟ

0

Get real time updates directly on you device, subscribe now.

କେନ୍ଦ୍ର ସରକାର ପେନସନଭୋଗୀମାନଙ୍କ ପାଇଁ ଏକ ଖୁସି ଖବର ଦେବା ଭଳି କାମ କରିଛନ୍ତି । ଅବସର ପାଣ୍ଠି ସଂଗଠନ ଅର୍ଥାତ୍ EPFO ​​ଶୀଘ୍ର ଏକ ନୂତନ ପେନସନ ସ୍କିମ ଆଣିବାକୁ ଚିନ୍ତା କରୁଛି | ଏମ୍ପଲୋଇ ପେନ୍‌ସନ୍‌ ସ୍କିମ୍ (EPS) ଅଧୀନରେ ଲାଗିଥିବା କ୍ୟାପକୁ ମଧ୍ୟ ସରକାର ଶୀଘ୍ର ହଟାଇ ପାରନ୍ତି । ଆସନ୍ତୁ ଜାଣିବା ଏହାଦ୍ଵାରା ଆପଣଙ୍କ ଜୀବନରେ କିପରି ପ୍ରଭାବ ପଡିପାରେ ।

ବର୍ତ୍ତମାନର EPS ସୀମା କ’ଣ ରହିଛି ?

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମୟରେ ସର୍ବାଧିକ ପେନସନ ଯୋଗ୍ୟ ବେତନ ମାସକୁ 15,000 ଟଙ୍କା ମଧ୍ୟରେ ସୀମିତ ରହିଛି । ଅର୍ଥାତ୍ ଆପଣଙ୍କର ଦରମା ଯେତେ ହୋଇଥିଲେ ମଧ୍ୟ ପେନସନର ହିସାବ କେବଳ 15,000 ଟଙ୍କା ହିଁ ହେବ । ଏହି ଲିମିଟକୁ ହଟାଇବାକୁ ନେଇ ଏହି ମାମଲା କୋର୍ଟରେ ଚାଲିଛି ।

ବର୍ତ୍ତମାନ ଏହା ହେଉଛି EPS ର ନିୟମ :-

ଯଦି ଆପଣ ଚାକିରି କରୁଛନ୍ତି, ତେବେ ଆପଣ ମଧ୍ୟ EPS ର ସଦସ୍ୟ ହେବେ । EPS ଅଧୀନରେ, କର୍ମଚାରୀ ନିଜ ବେତନର 12 ପ୍ରତିଶତ EPS ଆକାଉଣ୍ଟରେ ରଖନ୍ତି ଏବଂ ତା’ପରେ ସମାନ ପରିମାଣ ମଧ୍ୟ ତାଙ୍କ କମ୍ପାନୀ ତରଫରୁ ମଧ୍ୟ ଦିଆଯାଏ । କିନ୍ତୁ ଏଥିରୁ ଗୋଟିଏ ଅଂଶ 8.33 ପରସେଣ୍ଟ ମଧ୍ୟ EPS କୁ ଯାଇଥାଏ | କିନ୍ତୁ 15 ହଜାର ଟଙ୍କାର ଲିମିଟ କାରଣରୁ ମୋଟ ପେନସନ 1250 ଟଙ୍କା ହୋଇଥାଏ ।

EPS କାଲକୁଲେସନର ଫର୍ମୂଲାକୁ ଜାଣନ୍ତୁ :-

ମନ୍ଥଲି ପେନସନ = (ପେନ୍ସନ୍ ଯୋଗ୍ୟ ସ୍ୟାଲେରୀ x EPS ଅବଦାନର ବର୍ଷ) / 70

ଏଠାରେ ଧରାଯାଉ ଯେ କର୍ମଚାରୀ ସେପ୍ଟେମ୍ବର 1 ତାରିଖ, 2014 ପରେ EPS ରେ ଅବଦାନ ଆରମ୍ଭ କରନ୍ତି, ତେବେ ପେନ୍ସନ ଅବଦାନ 15,000 ଟଙ୍କାରେ ହେବ । ଧରାଯାଉ ସେ 30 ବର୍ଷ ପାଇଁ ଚାକିରି କରିଛନ୍ତି ।

ମନ୍ଥଲି ପେନସନ = 15,000X30/70

ମନ୍ଥଲି ପେନସନ =6428 ଟଙ୍କା

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଯେତେବେଳେ କର୍ମଚାରୀ ରିଟାୟାର ହୁଅନ୍ତି, ସେତେବେଳେ ପେନସନର ଗଣନା କରିବାପାଇଁ ସର୍ବାଧିକ ବେତନ 15,000 ଟଙ୍କା ହିଁ କୁହାଯାଏ ।

Leave A Reply

Your email address will not be published.