କିନ୍ନର ନାଚରେ ଦିବାନା ହୋଇଗଲେ ଲୋକେ,ମାଧୁରୀଙ୍କ ଗୀତରେ ପୂଜା ଶର୍ମା ଏଭଳି ଅଣ୍ଟା ହଲାଇଲେ ଯେ ପ୍ରଶଂସକ କହିଲେ…

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଏଵେ କିନ୍ନର ପୂଜା ଶର୍ମା ଚର୍ଚ୍ଚିତ|ସେ ନିଜର ଡ୍ୟାନ୍ସ ଷ୍ଟେପରେ ଲୋକଙ୍କୁ ଦିବାନା ବନାଉଛନ୍ତି|ତାଙ୍କ ଡ୍ୟାନ୍ସ ଷ୍ଟେପକୁ ଲୋକମାନେ କପି କରୁଛନ୍ତି|କିଛି ଲୋକ ତାଙ୍କ ସହ ନାଚିବାକୁ ନିଜକୁ ଅଟକାଇ ପାରୁ ନାହାଁନ୍ତି|ତାଙ୍କ ଏକ ଭିଡିଓ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ କିନ୍ନର ପୂଜା ଶର୍ମା ଶାଢ଼ୀ ପିନ୍ଧି ନାଚ କରୁଛନ୍ତି|ସେ ମୁମ୍ବାଇରେ ଚଲନ୍ତି ଟ୍ରେନରେ ,”ଆଜ ଫିର ତୁମ ପେ ପ୍ୟାର ଆୟା ହେ ” ଗୀତରେ ନାଚୁଛନ୍ତି|ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ପ୍ରଶଂସନୀୟ ହେଉଛି|

ଭିଡିଓରେ ଦେଖାଯାଏ ଯେ ଟ୍ରେନରେ ବସିଥିବା ଯାତ୍ରୀ ପଲଟି କରି ତାଙ୍କୁ ଡ୍ୟାନ୍ସ କରୁଥିବା ଦେଖୁଛନ୍ତି|କହିରଖେ ସେ ଜଣେ ଭଲ ଡ୍ୟାନ୍ସର|ସେ ଚଳନ୍ତି ଟ୍ରେନରେ ବହୁବାର ଡ୍ୟାନ୍ସ ଭିଡିଓ ବନେଇଛନ୍ତି|

ନିକଟରେ ପୂଜା ଔଷର୍ଯ୍ୟା ରାୟ ଗୀତରେ ଟ୍ରେନରେ ନାଚ କରିଥିଲେ|ତାଙ୍କ ସହ ଭିଡିଓରେ ତାଙ୍କ ବନ୍ଧୁମାନେ ମଧ୍ୟ ଆସିଥିଲେ|ସେ ନିଜର ପୁରୁଷ ବନ୍ଧୁଙ୍କ ସହ ମସ୍ତି ନାଚ କରୁଥିବା ଦେଖାଯାଇଛି|ପୂଜାଙ୍କ ମୁଭ୍ସ ଓ ଏକ୍ସପ୍ରେସନ ଗଜବ ହୋଇଥାଏ|ତାଙ୍କ ପ୍ରତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ , ଲକ୍ଷ ଲକ୍ଷ ଲୋକ ତାଙ୍କ ଭିଡିଓକୁ ଏପର୍ଯ୍ୟନ୍ତ ଦେଖିଛନ୍ତି|

ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କ ଭିଡିଓରେ ଵହୁ କମେଣ୍ଟ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି,”ଭଲ ଫରରମାନ୍ସ”|ଆଉଜଣେ ଲେଖିଛନ୍ତି ଆପଣ ଭଲ ନାଚ କରନ୍ତି|ଏହି ଗୀତ ଦୟାବନ ଫିଲ୍ମର ଅଟେ|ଏହାକୁ ଅନୁରାଧା ପଡୱଲ ଓ ପଙ୍କଜ ଉଦ୍ଧାସ ଗାଇଛନ୍ତି ଓ ମାଧୁରୀ ଓ ବିନୋଦ ଖାନ୍ନା ଏଥିରେ ଅଭିନୟ କରିଛନ୍ତି|

ସୋସିଆଲ ମିଡ଼ିଆ ଲୋକଙ୍କ ଟ୍ୟାଲେଣ୍ଟ ପାଇଁ ଏକ ପ୍ଲାଟଫର୍ମ ଦେଇଛି|ଲୋକମାନେ ସ୍କିଲକୁ ଭିଡିଓ ବନାଇ ସେୟାର କରୁଛନ୍ତି ଓ ଲକ୍ଷ ଲକ୍ଷ ଲୋକ ଯୋଡି ହେଉଛନ୍ତି|ଲୋକମାନେ ଏହି କାମକୁ ପ୍ରଶଂସା କରୁଛନ୍ତି ଓ ଭଲ ସୁଯୋଗ ପାଉଛନ୍ତି|ଏଵେ ପୂଜା ଶର୍ମା ଧୁମ ମଚାଉଛନ୍ତି|

Leave A Reply

Your email address will not be published.