ଚୀନରେ ଆକାଶ ଅଚାନକ ଲାଲ ହୋଇଗଲା, ଲୋକମାନେ କହିଲେ ଦୁନିଆ ଶେଷ ହେବାର ଏହା ପ୍ରଥମ ଝଲକ

0

Get real time updates directly on you device, subscribe now.

ଆମେ ଆକାଶର ରଙ୍ଗ ବହୁତ ସାରା ଦେଖି ସାରିଛୁ। ସାଧାରଣତଃ ଆକାଶ ନୀଳ ରଙ୍ଗ ଓ ବାଦଲ ଢ଼ାଙ୍କିଲେ ଏହା ଧଳା ରଙ୍ଗ ଓ ସୂର୍ଯ୍ୟ ଉଦୟ ଓ ଅସ୍ତ ସମୟରେ ହାଲକା ନାରଙ୍ଗୀ ଓ ଲାଲ ଦେଖାଯାଇଥାଏ। କିନ୍ତୁ ଚୀନ ଆକାଶର ରଙ୍ଗର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଆପଣ ଦେଖିପାରିବେ ଚୀନ ରେ ଆକାଶ ଏକଦମ ଲାଲ ପଡ଼ିଯାଇଛି ଓ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ପ୍ରାୟ ଲୋକ କହୁଛନ୍ତି ଦୁନିଆ ଶେଷ ହେବାର ଏହା ପ୍ରଥମ ଝଲକ ଅଟେ।

ଟ୍ୱିଟରରେ କିଛି ସମୟ ହେବ ଚୀନ ର ଏହି ଭିଡ଼ିଓ ଶେୟର ହେଉଛି, ଯେଉଁଥିରେ ଭିଡ଼ିଓ ସମ୍ପୂର୍ଣ୍ଣ ରୂପରେ ଲାଲ ନଜର ଆସୁଛି। ସର୍ବପ୍ରଥମେ ଏହି ଭୟାନକ ଦୃଶ୍ୟ ମେ 7 ତାରିଖରେ ଚୀନର ହୋସାନ ସହରରୁ ସାମ୍ନାକୁ ଆସିଥିଲା। ଯାହାକୁ ଦେଖିଲାପରେ କେହିବି ବିଶ୍ୱାସ କରିପାରୁନଥିଲେ। ଲୋକମାନଙ୍କ ମନରେ ଏହାକୁ ନେଇ ଉତ୍ସୁକତା ଜାତ ହେଉଛି ଯେ ଏହା କାହିଁକି ହୋଇଥିଲା।

ଲୋକମାନେ କହୁଛନ୍ତି ଏହା ଦୁନିଆର ସମାପ୍ତି ଅଟେ:-

ଲାଲ ଆକାଶର ଫୋଟ ଓ ଭିଡ଼ିଓ ସାମ୍ନାକୁ ଆସିବାପରେ ଲୋକମାନେ ବିଭିନ୍ନ ପ୍ରକାରର କଥା କହିବାକୁ ଲାଗୁଛନ୍ତି। କିଛିଲୋକ ଏହାକୁ ଚୀନର କରାଯାଇଥିବା ପାପ ର ଫଳ ବୋଲି କହୁଛନ୍ତି। କିଛି ଏହାକୁ ଦୁନିଆ ଶେଷ ହେବାକୁ ଯାଉଛି ବୋଲି କହିଛନ୍ତି। ସେହିପରି କିଛିଲୋକ ଏହାଉପରେ ତର୍କ କରୁଛନ୍ତି।

ପାଣିପାଗ ବିଭାଗ କହିଲେ ଏହାର କାରଣ:-

ଚୀନ ର ସରକାରୀ ମିଡ଼ିଆ ଗ୍ଲୋବାଲ ଟାଇମ୍ସ ଅନୁସାରେ, ମେଟେରୋଲୋଜିକାଲ ବିଭାଗ କହିଛନ୍ତି କି,, ଆକାଶରେ ଚୀନର ଲାଇଟ ରିଫ୍ରାକ୍ସନ ଓ ସ୍କାଟର ହେବାଦ୍ୱାରା ଏହା ହୋଇଛି। ଏଥିରେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ସାଧାରଣତଃ ରୂପରେ ଏହା ସମୂଦ୍ରକୂଳରେ ଜଳୁଥିବା ଫିଶିଂ ଲାଇଟ କାରଣରୁ ହୋଇଥାଏ। ଯେତେବେଳେ ଲାଇଟ ସଫା ଥାଏ ସେତେବେଳେ ଏହା ଆକାଶରେ ଖେଳି ଯାଇଥାଏ। ଯାହାପାଇଁ ଆକାଶ ଲାଲ ଦେଖାଯାଇଥାଏ। ଏଥିପାଇଁ ଲୋକଙ୍କୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

Leave A Reply

Your email address will not be published.