SBI ର ଗ୍ରାହକଙ୍କୁ ମିଳିବାକୁ ଯାଉଛି ଖୁସିଖବର, ବ୍ୟାଙ୍କରୁ ମିଳିବାକୁ ଯାଉଛି ଫାଇଦା

0

Get real time updates directly on you device, subscribe now.

ଯଦି ଆପଣ ଏସବିଆଇର ଗ୍ରାହକ ଅଟନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଯଦି ଆମେ ଦେଶର ସାର୍ବଜନୀନ କ୍ଷେତ୍ରକୁ ଦେଖିବା, ତେବେ ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ବହୁତ୍ କମ ପଇସାରେ ଇନ୍ସୁରାନ୍ସର ସୁବିଧା ଯୋଗାଇବା ପାଇଁ କାମ କରାଯାଉଛି ।

ସରକାରଙ୍କ ସ୍କିମ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା(PMJJBY) ରେ ଦେଖିବାକୁ ଗଲେ, ଆପଣଙ୍କୁ ଏସବିଆଇ ବାର୍ଷିକ ମାତ୍ର 342 ଟଙ୍କା ନିବେଶ ଉପରେ 4 ଲକ୍ଷ ଟଙ୍କାର କଭର ଦେଉଛି । ଯାହାର ଫାଇଦା ଆପଣଙ୍କୁ ମିଳିପାରେ । ଆସନ୍ତୁ ଏ ବିଷୟରେ ବିସ୍ତାର ଭାବେ ଜାଣିବା ।

ମିଳିଯିବ 4 ଲକ୍ଷ ଟଙ୍କାର ଫାଇଦା :-

ଏସବିଆଇ(SBI) ନିଜର ଟୁଇଟର ହ୍ୟାନଡେଲକୁ ଏହାର ସୂଚନା ଦେବା ସମୟରେ କହିଛି ଯେ, ‘ ନିଜର ଆବଶ୍ୟକତା ଅନୁଯାୟୀ ବୀମା କରାନ୍ତୁ ଏବଂ ଚିନ୍ତା ମୁକ୍ତ ଜୀବନ ବିତାନ୍ତୁ ।’

ଅଟୋ ଡେବିଟ୍ ସୁବିଧା ସାହାଯ୍ୟରେ ବ୍ୟାଙ୍କ ଆକାଉଣ୍ଟର ଆକାଉଣ୍ଟଧାରୀଙ୍କଠାରୁ ପ୍ରିମିୟମ କଟାଯିବ । କେବଳ ଗୋଟିଏ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ସାହାଯ୍ୟରେ ବ୍ୟକ୍ତିକୁ ଏହି ଯୋଜନାରେ ସାମିଲ ହେବାପାଇଁ ଯୋଗ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାର ମିଳିବ ଲାଭ :-

ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ଆପଣଙ୍କୁ ମୃତ୍ୟୁ ସୁବିଧା ମିଳୁଛି । ଏହା ଅଧୀନରେ ଦୁର୍ଘଟଣାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଉପରେ କହିବାକୁ ଗଲେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ 2 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଥିବାବେଳେ ଆଂଶିକ ବିକଳାଙ୍ଗ ଉପରେ 1 ଲକ୍ଷ ଟଙ୍କା କଭର ଦିଆଯାଉଛି |

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମିଳୁଛି ଫାଇଦା :-

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ନୋମିନି ଥିବା ବ୍ୟକ୍ତି 2 ଲକ୍ଷ ଟଙ୍କା ପାଇବେ |

ବୟସ ସୀମା – ଏହି ଯୋଜନାର ଲାଭ 18 ରୁ 50 ବର୍ଷ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତି ଉଠାଇ ପାରିବେ ।

ପ୍ରିମିୟମ – ଏହି ସ୍କିମରେ ମଧ୍ୟ ଆପଣଙ୍କୁ ବାର୍ଷିକ 330 ଟଙ୍କା ପ୍ରିମିୟମ ଦିଆଯାଉଛି ।

Leave A Reply

Your email address will not be published.