Business Idea: ଏହି ଅଟାକୁ ଖାଇଲେ ବଢ଼ିବ ଇମ୍ୟୁନିଟି, ଶୀଘ୍ର ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ ବମ୍ପର ରୋଜଗାର

0

Get real time updates directly on you device, subscribe now.

Business Idea : ଆପଣ ଯଦି ଏପରି କୌଣସି ବିଜନେସ ଖୋଜୁଛନ୍ତି, ଯାହାର ଡିମାଣ୍ଡ ସବୁଠାରୁ ଅଧିକ ଏବଂ ବମ୍ପର ରୋଜଗାର ହେଉଥିବ, ତେବେ ଆମେ ଆପଣଙ୍କୁ ଏମିତି ଗୋଟିଏ ବିଜନେସ ଆଇଡିଆ ଦେଉଛୁ । ଯାହାକୁ ଆରମ୍ଭ କରି ଆପଣ ତୁରନ୍ତ ଲକ୍ଷପତି ହୋଇପାରିବେ । ଏହି ପ୍ରଡକ୍ଟ ସହରରୁ ନେଇ ଗାଁ ପର୍ଯ୍ୟନ୍ତ ସବୁଠି ଭାରି ଡିମାଣ୍ଡ ରହିଥାଏ । ଏହି ବିଜନେସ ହେଉଛି ପୁଷ୍ଟିକର ଅଟା ବିଜନେସ । ଏହାକୁ ବହୁତ୍ କମ ନିବେଶ ସହିତ ଆରମ୍ଭ କରାଯାଇପାରେ ଏବଂ ପ୍ରତି ମାସରେ ମୋଟା ରୋଜଗାର କରାଯାଇପାରେ ।

ବାସ୍ତବରେ ବଜାରରେ ହେଲ୍ଥ ସପ୍ଲିମେଣ୍ଟ ଭାବରେ ଖାଦ୍ୟ ପଦାର୍ଥର ଏହି ସମୟରେ ବହୁତ୍ ଡିମାଣ୍ଡ ରହିଛି । ପୁଷ୍ଟିକର ଅଟା ମଧ୍ୟ ଏହି କାଟାଗୋରିର ବିଜନେସ ଅଟେ । ଏହା କ୍ଷତି ହେବାର ଚାନ୍ସ ବହୁତ୍ କମ ରହିଛି । ଏହି ଅଟାରୁ ଇମ୍ୟୁନିଟି ବଢ଼ିଥାଏ । ଏହାସହିତ ମୋଟା ପଣ ଏବଂ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ ମିଳିଥାଏ । ସେହିପରି ହାର୍ଟ, ସୁଗାର ଏବଂ BP ରୋଗୀଙ୍କ ପାଇଁ ଏହି ଅଟା ରାମବାଣ ପରି ଅଟେ ।

କିପରି ତିଆରି ହୁଏ ଏହି ଅଟା :-

ମିଡ଼ିଆ ରିପୋର୍ଟ ଅନୁଯାୟୀ, ସାଧାରଣ ଅଟାରେ ହିଁ କିଛି ଜିନିଷ ମିଶାଇ ଏହାକୁ ପୁଷ୍ଟିକର କରାଯାଏ । ଏହାକୁ ତିଆରି କରିବାପାଇଁ ଗହମକୁ ଆଣିବାକୁ ପଡେ । 12 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରଖିବା ପରେ ଗହମକୁ ବାହାର କରି 12 ଘଣ୍ଟା ପାଇଁ ଛାଇରେ ରଖିବାକୁ ପଡେ । ଏହାପରେ ଏହାକୁ ଶୁଖାଇ ପେଶିବାକୁ ପଡେ । 700 ଗ୍ରାମ ଅଟାରେ 50 ଗ୍ରାମ ସଜନା ପତ୍ରର ପାଉଡର, 100 ଗ୍ରାମ ମଇଦା ଅଟା, 50 ଗ୍ରାମ ତିସି ପାଉଡର, 50 ଗ୍ରାମ ମେଥି ପାଉଡର, 25 ଗ୍ରାମ ଅଶ୍ଵଗନ୍ଧା ଏବଂ 25 ଗ୍ରାମ ଡାଲଚିନି ପାଉଡର ଢାଳିବାକୁ ପଡ଼ିଥାଏ ।

କେତେ ହେବ ରୋଜଗାର :-

ଏହି ଅଟା ସାଧାରଣ ମୂଲ୍ୟରେ 50 ଟଙ୍କା ଏବଂ ରିଟେଲରେ 60 ଟଙ୍କା ମୂଲ୍ୟରେ ବିକ୍ରି ହେବ । ଏହାର ଖର୍ଚ୍ଚ 30-35 ଟଙ୍କା ଲାଗିବ । ପାଞ୍ଚ ଟଙ୍କା ମାର୍କେଟିଙ୍ଗ ଉପରେ ଖର୍ଚ୍ଚ ହେବ । ଏହି ପରି କିଲୋ ପିଛା 10 ଟଙ୍କା ସଞ୍ଚୟ ହେବ । ଏକ ଲକ୍ଷ ଟଙ୍କା ଲଗାଇ ଏହାକୁ ଆରମ୍ଭ କରାଯାଇପାରେ ଏବଂ 40,000-50,000 ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସରେ ରୋଜଗାର ହୋଇଯିବ ।

ସାର୍ଟିଫିକେସନରେ ଏଠାରୁ ନିଅନ୍ତୁ ସହାୟତା :-

ପୁଷ୍ଟିକର ଅଟା ପ୍ରସ୍ତୁତ କରିବା ପୂର୍ବରୁ ଏହାର ଫାର୍ମୁଲେଶନରେ ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ- ମ୍ୟାସୂର୍ ଏବଂ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ୍ ଟେକ୍ନୋଲୋଜି ଆଣ୍ଡ ଇଣ୍ଟରପ୍ରେନ୍ୟୋରସିପ ମ୍ୟାନେଜମେଣ୍ଟ, କୁଣ୍ଡଳୀ ହରିୟଣା ଠାରୁ ସାହାଯ୍ୟ ନେଇପାରିବେ । ଖାଦି ଏବଂ ଗ୍ରାମୀଣ ଉଦ୍ୟୋଗ ଆୟୋଗ ଠାରୁ ରେଜିଷ୍ଟ୍ରେସନ ଏବଂ ଫୁଡ୍ ସେଫ୍ଟଟି ଆଣ୍ଡ ଷ୍ଟାଣ୍ଡଆର୍ଡ ଅଥରିଟି ଅଫ ଇଣ୍ଡିଆ ଠାରୁ ଲାଇସେନ୍ସ ହାସଲ କରାଯାଇପାରେ ।

Leave A Reply

Your email address will not be published.